November 16, 2024

Odia Express

Here, There and Everywhere

ଏହି ଫଟୋ ଆପଣଙ୍କ ମୁଣ୍ଡ ଘୁରେଇ ଦେବ, ବିଲେଇ ଉପରକୁ ଯାଉଛି କିମ୍ବା ତଳକୁ ? 99% ଲୋକ କହିବାରେ ବିଫଳ…

ସୋସିଆଲ ମିଡିଆରେ କେବେ କୁଆଡେ ଗତି କରିବ ଏହା କେହି କହିପାରିବେ ନାହିଁ। କିନ୍ତୁ ଗୋଟିଏ କଥା ପରିଷ୍କାର ଯେ ଆପଣଙ୍କୁ ସୋସିଆଲ ମିଡିଆରେ ସବୁ ପ୍ରକାର ଜିନିଷ ଦେଖିବାକୁ ମିଳିଥାଏ ପଛେ ସେ ନୃତ୍ୟର ଭିଡିଓ ହେଉ କିମ୍ବା ଅନ୍ୟ କେଉଁ ଘଟଣା ହେଉ କିମ୍ବା କୌଣସି ଗୋଲକଧନ୍ଦା । ସବୁ ପ୍ରକାର ର ଜିନିଷ ଆପଣଙ୍କୁ ଦେଖିବାକୁ ମିଳିଥାଏ କିଛି ଏପରି ହିଁ ଆଜିକାଲି ପ୍ରଶ୍ନ ଭାଇରାଲ ହେଉଛି ଯେଉଁଥିରେ ଲୋକମାନେ ବହୁତ ଆଗ୍ରହ ମଧ୍ୟ ଦେଖାଉଛନ୍ତି ଓ ହେବନି ବା କିପରି? ଆମେ ସମସ୍ତେ ଛୋଟାବେଳେ ଗୋଲକଧନ୍ଦା କହୁଥିଲେ ଓ ଏହା ଜାଣିବାର ଚେଷ୍ଟା କରୁଥିଲେ ଯେ କିଏ ସବୁଠାରୁ ଅଧିକ ବୁଦ୍ଧିଆ ।

ପ୍ରକୃତରେ ଏହି ଫଟୋ ଗୋଟିଏ ବିଲେଇର ଥିଲା ଓ କ୍ୟାପ୍ସନରେ ଲେଖାଯାଇଥିଲା ଯେ କୁହନ୍ତୁ ଏହି ବିଲେଇ ଉପରକୁ ଯାଉଛି କିମ୍ବା ତଳକୁ? ଏହି ଫଟୋ ଦେଖି ସମସ୍ତେ ଚକ୍କର ଖାଇଗଲେ ଓ ଅନେକ ଲୋକ ଏହାର ସଠିକ ଉତ୍ତର ଦେଇପାରିନାହାନ୍ତି । 100ଲୋକଙ୍କ ମଧ୍ୟରୁ କେବଳ ଜଣେ ମାତ୍ର ଏହାର ଉତ୍ତର ଦେଇପାରୁଛନ୍ତି । ଏବେ ଆପଣ ମଧ୍ୟ ଚିନ୍ତାରେ ପଡିଯାଇଥିବେ ଯେ ସତକୁ ସତ ଏହି ବିଲେଇ ଯାଉଛି କୁଆଡେ ଉପରକୁ ନା ତଳକୁ । ତେବେ ଆପଣ ଫଟୋକୁ ଧ୍ୟାନ ପୂର୍ବର ଦେଖନ୍ତୁ ଓ ଭାବନ୍ତୁ ।

ବୋଧହୁଏ ଏବେ ମଧ୍ୟ ବୁଝିପାରିନାହାନ୍ତି ତେବେ ଜଣେଇଦେଉଛୁ ଯେ ଏହି ବିଲେଇ ଉପରକୁ ଯାଉନାହିଁ ତଳକୁ ଆସୁଛି । ଏବେ ପ୍ରଶ୍ନ ଉଠୁଛି କିପରି, ତ ଆସନ୍ତୁ ଜାଣିବା ।

ଯଦି ଆପଣ ଏହି ଫଟୋକୁ ଧ୍ୟାନର ସହ ଦେଖିବେ ତେବେ ବିଲେଇର ବାମ ପାଦ ଦେଖନ୍ତୁ ତାହା ଧାଡିର ଠିକ ପଛକୁ ଅଛି ଓ ଡାହାଣ ପାଦ ଧାଡିର ତଳକୁ ଆସୁଛି । ଯଦି ଏହି ବିଲେଇ ଉପରକୁ ଯାଉଥାନ୍ତା ତାହାର ଡାହାଣ ପାଦ ଧାଡି ଉପରେ ରଖିଥାନ୍ତା କିନ୍ତୁ ଆପଣ ଦେଖିବେ ଯେ ତାହାର ପାଦ ତଳ ଆଡକୁ ଆସୁଛି ଏଥିପାଇଁ ଏହି ବିଲେଇ ତଳକୁ ଆସୁଛି ।

Leave a Reply

Your email address will not be published. Required fields are marked *