୬ ମାସରୁ ବ୍ୟାଙ୍କ୍ ଏକାଉଣ୍ଟରୁ ଆପେ ଆପେ ଆସୁଥିଲା ପଇସା , କିନ୍ତୁ ଯେବେ ସତ କଥା ଜଣ ପଡିଲା ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଇଗଲେ…
ଯେବେ କଥା ଆପଣଙ୍କ ପଇସାର ସୁରକ୍ଷା ବିଷୟରେ ଆସେ ତେବେ ଆମେ ବ୍ୟାଙ୍କ୍ ରେ ଆଖି ବନ୍ଧ କରି ବିଶ୍ୱାସକରିନେଉ , ସାଧାରଣତଃ ବ୍ୟାଙ୍କ୍ ରେ ଆପଣଙ୍କ ପଇସା ସୁରକ୍ଷିତ ରହିଥାଏ , ଏହା ସହ ଆପଣଙ୍କ ସେହି ପଇସାରୁ ସୁଧ ବି ମିଲିଥାଏ , ବ୍ୟାଙ୍କ୍ ରେ ପଇସା ଚୋରି ହେବାର ଭୟ ରହିନଥାଏ , ଏହି ସବୁ ଜିନିଷ ପରେ ବି ଯଦି ଆପଣଙ୍କ ଭାଗ୍ୟ ବହୁତ ଖରାପ ରହିଲା ତେବେ ପଇସା ଚୋରି ବି ହୋଇପାରେ , ଏମିତି କିଛି ହୋଇଥିଲା ମଧ୍ୟପ୍ରଦେଶର ଭିଣ୍ତରେ ରହୁଥିବା ଏକ ବ୍ୟକ୍ତିଙ୍କ ସହ ।ହୁକୁମ୍ ସିଂ ନାମକ ଜଣେ ବ୍ୟକ୍ତି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର ଆଲମପୁର୍ ଶାଖାରେ ନିଜ ବ୍ୟାଙ୍କ୍ ଏକାଉଣ୍ଟ ଖୋଲିଥିଲେ , ଏଠାରେ ଖାତା ଖୋଲିବାପରେ ପଇସା କମାଇବାକୁ ହରିଆଣା ଚାଲିଗଲେ ,
ସେଠାରେ କାମ କରି ଯାହା ବି ପଇସା ହେଉଥିଲା ସେ ଆଲମପୁର୍ ଶାଖାରେ ଡିପୋଜିଟ୍ କରିଦେଉଥିଲେ , ତାଙ୍କର ପରେ ସେହି ଏକାଉଣ୍ଟରୁ ପଇସା କଟିବା ଆରମ୍ଭ ହୋଇଗଲା , ଏହି ସିଲସିଲା ପ୍ରାୟ ୬ ମାସ ଯାଏଁ ଚାଲିଲା , ଏହି ସମୟରେ ତାଙ୍କର ଖାତାରୁ ୮୯ ହଜାର ଟଙ୍କା ଚାଲିଗଲା , ଏମିତିରେ ବିରକ୍ତ ହୋଇ ସେ ପୁଣି ଗାଁକୁ ଚାଲି ଆସିଲେ , ଓ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଏହି ଅଭିଯୋଗ କଲେ , ଏହାପରେ ଯାହା ଖୁଲାସା ହେଲା , ତାହା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ ।ରୋନି ଗାଁରେ ହୁକୁମ୍ ସିଂ ନାମକ ଆଉ ଜଣେ ବ୍ୟକ୍ତି ରହୁଥିଲେ , ଏହି ବ୍ୟକ୍ତି ୨୦୧୬ ରେ ଏସ୍ ବି ଆଇ ବ୍ୟାଙ୍କ୍ ରେ ଖାତା ଖୋଲିଥିଲେ, ଗତ ଛଅ ମାସରୁ ତାଙ୍କ ଏକାଉଣ୍ଟକୁ ଏହି ସବୁ ପଇସା ଆସୁଥିଲା , ଏହି ବ୍ୟକ୍ତିଙ୍କୁ ଲାଗୁଥିଲା କି ତାଙ୍କ ଏକାଉଣ୍ଟକୁ ମୋଦୀ ସରକାର ପଇସା ପଠାଉଛନ୍ତି , ଏମିତିରେ ସେ ବହୁତ ଖୁସିଥିଲେ ,
ଯେବେ ବ୍ୟାଙ୍କ୍ ମ୍ୟାନେଜର୍ ଦିନେ ତାଙ୍କୁ ଡକାଇଲେ ତେବେ ସତ କଥା ଜଣା ପଡିଲା , ଓ ସମସ୍ତଙ୍କ ହୋସ୍ ଉଡିଯାଇଥିଲା , ଚାଲନ୍ତୁ ଏହି ମାମଲା ବିସ୍ତାରରେ କହିବୁ , ଏହି ସବୁର କାରଣ ବ୍ୟାଙ୍କ୍ ର ଏକ ଛୋଟ ଭୁଲ୍ ପାଇଁ ହୋଇଥିଲା , କାରଣ ଦୁଇ ଜଣ ଗ୍ରାହକଙ୍କ ନାଁ ପୁରା ସେମ୍ ଟୁ ସେମ୍ ଅଛି ଏଥିପାଇଁ ବ୍ୟାଙ୍କ୍ ଭୁଲ୍ ବଶତଃ ଗୋଟେ ଖାତା ନମ୍ବର ଦୁଇଜଣଙ୍କୁ ଦେଇଥିଲା , ଏମିତିରେ ନିଜ ଏକାଉଣ୍ଟରେ ସେ ପଇସା ଡିପୋଜିଟ୍ କରୁଥିଲେ , କିନ୍ତୁ ଆଉ ଜଣେ ତାକୁ ଉଠାଇନେଉଥିଲା, ପଇସା ପକାଇବାପରେ ହୁକୁମ୍ ସିଂ ଅଭିଯୋଗରେ ବ୍ୟାଙ୍କ୍ ରୁ ପଇସା ଉଠାଉଥିବା ହୁକୁମ୍ ସିଂଙ୍କୁ ଡକାଇଲା , ଓ ପଇସା ତୁମ ଏକାଉଣ୍ଟରେ ତ ଡିପୋଜିଟ୍ ହେଉନଥିଲା ତ କେଉଁ ଅଧିକାରରେ ପଇସା ଉଠାଉଥିଲ , ସେ ଏହି କଥାରେ କହିଥିଲା କି ମୋତେ ଲାଗିଲା କି ମୋଦୀ ଜୀ ଏହି ପଇସା ପଠାଉଛନ୍ତି ,
ଏହାପରେ ବ୍ୟାଙ୍କ୍ ରେ ପଇସା ବାହାର କରୁଥିବା ରୋନୀ ଗନାବ ନିବାସୀ ହୁକୁମ୍ ସିଂଙ୍କୁ କହିଲେ କି ଆପଣ ପଇସା ଫେରାଇ ଆଲମପୁର୍ ହୁକୁମ୍ ସିଂଙ୍କୁ ଦେବେ , ଏହି କଥାରେ ସେ ରାଜି ହୋଇଗଲେ ,କିନ୍ତୁ କହିଲେ କି ପଇସା ତିନୋଟି କିସ୍ତିରେ ଫେରାଇବେ , ସେମିତି ଏହି ଘଟଣା ଦେଖି ଅକ୍ଷୟ କୁମାରଙ୍କ କମେଟି ଫିଲ୍ମ ବ୍ୟାଙ୍କ୍ ଠଗୀ ଗୁଡିକର କଥା ମନେ ପଡୁଛି, ଯେଉଁଠି ଜଣେ ପଇସା ଡିପୋଜିଟ୍ କରୁଥିଲା , ତେବେ ଆଉଜଣେ ସେହି ପଇସା ଉଠାଇନେଉଥିଲା , ସେମିତି ଏହା ବ୍ୟାଙ୍କ୍ ର ଭୁଲ୍ ଥିଲା , ଯଦି ବ୍ୟାଙ୍କ୍ ରୁ କିଛି ପଇସା କଟୁଛି ତେବେ ଏହାର ସୁଚନା ରଖନ୍ତୁ , ଯଦି ଆପଣଙ୍କୁ ସନ୍ଦେହ ହେଉଛି ଓ ଆପଣ ନିଜ ଏକାଉଣ୍ଟରୁ ପଇସା ଉଠାଇପାରୁନାହାନ୍ତି ତେବେ ବ୍ୟାଙ୍କ୍ ରେ ଅଭିଯୋଗ କରନ୍ତୁ ।