ଏହି ଉପାୟ କରିଲେ ଆପଣଙ୍କ ଘରୁ ବାହାରିଯିବେ ସବୁ ମାଛି , ଏହାର ଉପକାରିତା ଦେଖିଲେ ଚକିତ ହୋଇଯାଇପାରନ୍ତି…
ବର୍ଷା ହେଲେ ଏହା ଆମ ପାଇଁ ବହୁତ କିଛି ସମସ୍ୟା ନେଇକରି ଆସିଥାଏ , ଓ ଏହି ସମସ୍ୟା ସହ ମାଛି ବି ଅଛି , ବର୍ଷା ଦିନରେ ମାଛି ବେଶୀ ନଜର ଆସିଥାନ୍ତି , ଏହି କାରଣରୁ ଆମକୁ ବହୁତପ୍ରକାରର ରୋଗ ହୋଇଥାଏ , ଏଥିପାଇଁ ଜରୁରୀ ହୋଇଥାଏ କି ଏହି ମାଛିମାନଙ୍କୁ ଆମେ ନିଜ ଘରେ କିପରି ଭଗାଇବା କାରଣ ସଫା ସୁତୁରା ରଖିବା ପରେ ବି ଏମାନେ ଆସିଯାଆନ୍ତି , ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପାୟ କହିବାକୁ ଯାଉଛୁ , ଯାହାର ବ୍ୟବହାର କରି ଆପଣ ନିଜ ଘରୁ ମାଛି ମାନଙ୍କୁ ତଡିପାରିବେ , ମାଛି ମାନଙ୍କୁ ଘରୁ ଭଗାଇବାକୁ ହେଲେ ପ୍ରଥମେ ନେଫଥଲିନ୍ ବଲସ୍ (କର୍ପୁର) ନିଅନ୍ତୁ ନେଫଥଲିନ୍ ବଲସ୍ (କର୍ପୁର) କୁ ଆମେ ବର୍ଷା ଦିନରେ ନିଜ କପଡାରେ ରଖିଥାନ୍ତି , ଯାହା ଦ୍ୱାରା ଏହା କପଡାରେ ପୋକ ନ ଆସନ୍ତୁ , ଏବେ ଏହି କର୍ପୁରକୁ ପାଉଡର୍ କରିଦିଅନ୍ତୁ , ଏହାକୁ ଏକ ଗ୍ଲାସ୍ ପାଣିରେ ପକାଇ ଘୋଳିଦିଅନ୍ତୁ , ଏହାକୁ ଘୋଳିଆପରେ ଟିକିଏ ସମୟ ଲାଗିବ , ଏବେ ଏହାକୁ ଏକ ଛଣାରେ ଛାଣିଦିଅନ୍ତୁ ।
ଏବେ ଏହି ଘୋଳର ସ୍ପ୍ରେ ବୋଟଲରେ ଭରିଦିଅନ୍ତୁ , ଓ ଘରର ସେହି ଜାଗାରେ ସ୍ପ୍ରେ କରନ୍ତୁ ଯେଉଁଠି ମାଛି ଆସୁଛନ୍ତି , କର୍ପୁର ବାସ୍ନାରେ ମାଛି ସହ୍ୟ କରିପାରିବେ ନାହିଁ , ଓ ଘରୁ ପଳାଇବେ , ଖାଲି ଏତିକି ନୁହେଁ ଏହି କର୍ପୁର ପାଉଡରରୁ ପ୍ରସ୍ତୁତ ହୋଇଥିବା ଘୋଳକୁ ଆପଣ ନିଜ ଘରର ପୋଛା କରିପାରିବେ , ଏଥିରେ ମାଛି ଚଟାଣରେ ନଜର ଆସିବେ ନାହିଁ , ଏହା ଛଡା ଏହି ଘୋଳ ବାସନ ଧୋଇବା ଜାଗା, ଗାଧୋଉଥିବା ଜାଗାରେ ଛିଞ୍ଚିଦିଅନ୍ତୁ , କାରଣ ମାଛି ଏହି ଜାଗାକୁ ବେଶୀ ଆସନ୍ତି ,
ଏହାର ବ୍ୟବହାର ଆପଣ ସବୁଦିନ କରିପାରିବେ , କାରଣ କର୍ପୁର ବାସ୍ନା ଖରାପ ହୋଇନଥାଏ , ଓ ଏହାର ବ୍ୟବହାର ଘରେ ମାଛି ଆସିବେ ନାହିଁ , ଓ ବହୁତ ପ୍ରକାରର ରୋଗରୁ ରକ୍ଷା ପାଇପାରିବେ ,