February 6, 2025

Odia Express

Here, There and Everywhere

ଭାରତର ସବୁଠାରୁ ଲମ୍ବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଖରେ ସାହାଯ୍ୟର ଗୁହାରୀ ଲଗାଇଲେ ,ଜାଣନ୍ତୁ କଣ ମିଳିଲା ଏହାର ଜବାବ୍ …

ୟୁପିର ପ୍ରତାପଗଡରେ ରହୁଥିବା ଦେଶର ସବୁଠାରୁ ଲମ୍ବା ବ୍ୟକ୍ତି ସିଏମ୍ ଯୋଗୀଙ୍କୁ ଆର୍ଥିକ ସହାୟତା ପାଇଁ ଗୁହାରି ଜଣାଇଛନ୍ତି , ଧର୍ମେନ୍ଦ୍ର ସିଂ ସିଏମ୍ ଯୋଗି ଆଦିତ୍ୟନାଥଙ୍କୁ ଏଥିପାଇଁ ସାହାଯ୍ୟ ଭିକ୍ଷା କରିଥିଲେ । ଆପଣଙ୍କୁ କହିଦେବୁ କି ଧର୍ମେନ୍ଦ୍ର ସିଏମ୍ ଯୋଗୀଙ୍କୁ ଆର୍ଥିକ ସହାୟତ ଏଥିପାଇଁ ଚାହୁଁଥିଲେ କି ସେ ନିଜର ସର୍ଜରି କରାଇପାରିବେ ।ସେ ଏଥିପାଇଁ ଏହି ଆଶାନେଇ ଧର୍ମେନ୍ଦ୍ର ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ଆବାସରେ ସାକ୍ଷାତ ପାଇଁ ପହଞ୍ଚିଥିଲେ , ତେବେ କେଉଁ କାରଣ ପାଇଁ ଧର୍ମେନ୍ଦ୍ର ସିଏମ୍ ଯୋଗୀ ଙ୍କୁ ସାକ୍ଷାତ କରିପାରିନଥିଲେ ।

ସୁଚନା ମୁତାବିକ ଭାରତର ସବୁଠାରୁ ଲମ୍ବା ବ୍ୟକ୍ତି ଧର୍ମେନ୍ଦ୍ରଙ୍କ ଚିକିତ୍ସାପାଇଁ ୮ ଲ‍କ୍ଷ ଟଙ୍କା ଦରକାର ଅଛି, ଧର୍ମେନ୍ଦ୍ରଙ୍କ ସାକ୍ଷାତ ସେପରି ସିଏମ୍ ଙ୍କ ସହ ହୋଇପାରିଲା ନାହିଁ କିନ୍ତୁ ତାଙ୍କୁ ସହାୟତାର ଭରସା ଦେଇଥିଲେ,  ସିଏମ୍ ଆବାସରେ କାର୍ଯ୍ୟରତ ଥିବା ଅଧିକାରୀମାନେ ତାଙ୍କର ଚିକିତ୍ସା ପାଇଁ ଖର୍ଚ୍ଚ ହେବାକୁ ଥିବା ଅଟକଳର ଏକ ଲିଖିତ ପତ୍ର ନେଇକରି ଆସିବାକୁ କହିଲେ,  ସୁଚନା ଅନୁସାରେ ଧର୍ମେନ୍ଦ୍ରଙ୍କ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ପାଇଁ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି ,

ସେ କହିଲେ କି ମୁଖ୍ୟମନ୍ତ୍ରୀଙ୍କ ସହ ସେ ସାକ୍ଷାତ କରିବାକୁ ଚାହୁଁଛନ୍ତି , କିନ୍ତୁ ସେ ଦେଖା କରିପାରିନାହାନ୍ତି , ସେ ଏଠାକୁ ଆସିବାପୂର୍ବରୁ ଏକ ଚିଠି ଲେଖିଥିଲେ,  ସର୍ଜରୀରେ ୮ ଲକ୍ଷ ଟଙ୍କାର ଖର୍ଚ୍ଚ ହେବାର ଥିଲା , ମୋତେ ସାହାଯ୍ୟ କରିବାର ଭରସା ଦେଇକରି ମୋତେ ଅନୁମାନିତ ଖର୍ଚ୍ଚର ବିବରଣୀ ଦେବାକୁ କୁହାଯାଇଛି , କହିଦେବୁ କି ଧର୍ମେନ୍ଦ୍ରଙ୍କ ଉଚ୍ଚତା ପ୍ରାୟ ୮ଫୁଟ୍ ୧ ଇଞ୍ଚ ଅଟେ , ଓ ତାଙ୍କର ଉଚ୍ଚତା ବିଶ୍ୱ ରେକର୍ଡରୁ ୨ ଇଞ୍ଚ କମ୍ ଅଟେ , ଧର୍ମେନ୍ଦ୍ରଙ୍କ ଆଶା ଅଛି କି ତାଙ୍କୁ ସରକାରୀ ସହାୟତା ମିଳିବ ଯାହା ଦ୍ୱାରା ସେ ନିଜର ଚିକିତ୍ସା କରାଇପାରିବେ ।

Leave a Reply

Your email address will not be published. Required fields are marked *