ଏମିତି ହଟାନ୍ତୁ ଦାନ୍ତରୁ ତମାଖୁ, ଗୁଟଖା, ପାନ ମସଲାର ଦାଗ, ମୋତି ପରି ଚମକି ଉଠିବ ଆପଣଙ୍କ ଦାନ୍ତ..
![](https://odiaexpress.net/wp-content/uploads/2019/05/dant-par-gutkha-ke-daag-08.12.17-1.png)
ଆଜି ଆମେ ତାହାର ସମାଧାନ ବିଷୟରେ କହିବାକୁ ଯାଉଛୁ ଯାହାକୁ ନେଇ ଅଧିକାଂଶ ଲୋକେ ଚିନ୍ତିତ ରହିଥାନ୍ତି , ଆମ ଦେଶରେ ତମାଖୁ, ଗୁଟଖା, ଓ ପାନ ମସଲା ଖାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକା ଅଟେ , ଏହି ଲୋକ ସବୁ ବେଳେ ତାଙ୍କ ଦାନ୍ତରେ ମାଟିଆ ଓ କଳା ଦାଗ ଯୋଗୁଁ ଚିନ୍ତିତ ରୁହନ୍ତି , ଯଦି ଆପଣଙ୍କ ସହ କିମ୍ବା ଅନ୍ୟ କେଉଁ ସାଙ୍ଗଙ୍କ ସହ ଏପରି ହେଉଛି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ ,ଯାହାକୁ ଆପଣାଇ ଆପଣ ତମାଖୁ, ଗୁଟଖା ପରି ଦାଗକୁ ପୁରା ଭାବେ ହଟାଇପାରିବେ ।
ଦାନ୍ତରେ ଜମି ରହିଥିବା ଏହି ମାଟିଆ ଓ କଳା ଦାଗ ତମାଖୁର ମହଜୁତ ନିକୋଟିନ୍ ର ଅଟେ , ତମାଖୁର ନିକୋଟିନ୍ ଆସ୍ତେ ଆସ୍ତେ ଦାନ୍ତର ମଧ୍ୟରେ ଜମି ଯାଇଥାଏ , ଓ କିଛି ଦିନରେ ଏହା ପୁରା ଦାନ୍ତରେ ଚଢିଯାଇଥାଏ , ଯାହାକୁ ବ୍ରଶ କରି ସଫା କରିବା ଅସମ୍ଭବ ଅଟେ , ଏଥିପାଇଁ ଆମେ କିଛି ସାଧାରଣ ଉପାୟ କହିବାକୁ ଯାଉଛୁ , ଆପଣଙ୍କୁ କହିଦେବୁ କି ହ୍ୱାଇଟନର୍, ସାଇନର୍ ଓ ବିଶେଷ କେମିକାଲ୍ସରୁ ଦାନ୍ତ ଗୁଡିକ ମଧ୍ୟରେ ପୁଣି ଆଉଥରେ ଚମକ ଆସିପାରିବ , ଡେଣ୍ଟାଲ୍ ବ୍ଲିଚିଙ୍ଗ୍ ରୁ ଦାନ୍ତରୁ ଗୁଟଖା, ତମାଖୁ, ଆଦି ପଡିଥିବା ଦାଗରୁ ସହଜରେ ମୁକ୍ତି ମିଳିପାରିବ ।
ଏହା ଏକ ଏମିତି ତରିକା ଅଟେ ଯାହା ଦ୍ୱାରା ଦାନ୍ତକୁ ବିଲକୁଲ୍ ସଫା କରାଯାଇପାରିବ , ଓ ଏହାର କିଛି ବି ସାଇଡ୍ ଇଫେକ୍ଟ ନାହିଁ , ଡେଣ୍ଟାଲ୍ ବ୍ଲିଚିଙ୍ଗ୍ ପରେ ଡେଣ୍ଟିଷ୍ଟ ଦ୍ୱାରା ଦିଆଯାଇଥିବା କ୍ରିମ୍ ଲଗାଇବା ଜରୁରୀ , ଦାନ୍ତ ବହୁତ ସେନ୍ସିଭିଟି ହୋଇଥାଏ , ଏଥିପାଇଁ ଏହାଉପରେ କିବା ମେଡିସିନ୍ ଲଗାଇବା ପୂର୍ବରୁ ଡାକ୍ତରଙ୍କ ଠାରୁ ପରାମର୍ଶ ନେବା ଜରୁରୀ ଅଟେ , ବ୍ଲିଚିଙ୍ଗ୍ ପରେ କିଛି ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ଉପଦେଶ ଅନୁସାରେ ମେଡିସିନ୍ ନେବା ଜରୁରୀ , ଓ ଖାଇବା ପିଇବା ସେପରି କରିବା ଉଚିତ୍ , ତମାଖୁ, ଗୁଟଖା ଓ ପାନ ମସଲା ଖାଇବା ଲୋକଙ୍କ ମାଢୀରେ କଷ୍ଟ, ଗଳାରେ କଷ୍ଟ, ଓ ଧଳା ଦାଗ ଆଦି ଅସୁବିଧା ହେଲେ ଡାକ୍ତରଙ୍କୁ ଦେଖା କରନ୍ତି , କାରଣ ଏହା କେଉଁ ଭଲ ଲକ୍ଷଣ ହୋଇନଥାଏ ।
ଏହା ଥିଲା ଡାକ୍ତରଙ୍କ ଥେରାପୀ ବିଷୟରେ , କିନ୍ତୁ ଆମେ ଆପଣଙ୍କୁ ଦାନ୍ତର କଳା ଓ ମାଟିଆ ଦାଗକୁ ହଟାଇବାର ସହଜ ଉପାୟ କହିବାକୁ ଯାଉଛୁ , ଏଥିପାଇଁ ଆପଣଙ୍କୁ ବେକିଙ୍ଗ୍ ସୋଡାରେ ଲଗାଇକରି ବ୍ରଶକୁ ଦାନ୍ତରେ ରଗଡନ୍ତୁ , ବେକିଙ୍ଗ୍ ସୋଡାରେ କିଛି ପରିମାଣର ଲୁଣ ମିଶାନ୍ତୁ , ଓ ଏହି ବ୍ରଶ ମାଧ୍ୟମରେ ଆପଣଙ୍କ ଦାନ୍ତରେ ଘସିଲେ ଦାନ୍ତ ଖୁବ୍ ଶିଘ୍ର ସଫା ହୋଇଯାଇଥାଏ , ଏହା ଛଡା ଦାନ୍ତରୁ ଦାଗ ହଟାଇବାକୁ ହେଲେ ଭୋଜନ ପରେ ଚୁଇଗମ୍ ଚୋବାଇ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ , ଦାନ୍ତ ଗୁଡିକ ଚମକାଇବା ଓ ଦାଗ ହଟାଇବା ପାଇଁ ଲେମ୍ବୁ କିମ୍ବା ଷ୍ଟୟବେରୀ ରଗଡନ୍ତୁ , ଏହା ଏକ ପ୍ରାକୃତିକ ଉପଚାର ଅଟେ , ଏଥିରେ କୌଣସି ବି ସାଇଡ୍ ଇଫେକ୍ଟ ନାହିଁ ।