କଞ୍ଚା ପିଆଜ ଖାଇବା ଏହି ଦୁଇଜଣଙ୍କ ନିମନ୍ତେ ହେଇପାରେ ବିଷ, ଭୁଲରେ ବି ବ୍ୟବହାର କରିବା ଉଚିତ ନୁହେଁ – ଏବେ ଜାଣିରଖନ୍ତୁ ନଚେତ ଆପଣଙ୍କ ଜୀବନ..
ଭାରତୀୟ ରୋଷେଇରେ ପିଆଜର ବ୍ୟବହାର ସବୁଠାରୁ ଅଧିକ ହୁଏ । ପିଆଜ ବିନା କୌଣସି ବ୍ୟଞ୍ଜନ ଅସମ୍ପୂର୍ଣ୍ଣ ହୋଇଥାଏ । ପିଆଜ ଖାଦ୍ୟର ସ୍ଵାଦକୁ ରୁଚିକର କରିଥାଏ । ଏହା ଖାଦ୍ୟର ସ୍ଵାଦ ବଢେଇଦେଇ ଥାଏ । ବହୁତ କମ ଲୋକ ଥିବେ ଯାହାଙ୍କୁ ପିଆଜ ଖାଇବା ପସନ୍ଦ ନୁହେଁ । ବହୁତ ଲୋକଙ୍କୁ ତ ପିଆଜ ସାଲଡ ବିନା ଖାଦ୍ୟ ହଜମ ହୁଏ ନାହିଁ । ଜଣେଇଦେଉଛୁ ଯେ ପିଆଜରେ ଭରପୁର ମାତ୍ରାରେ ପୋଷକ ତତ୍ଵ ଓ ପ୍ରୋଟେକ୍ଟିଭ କମ୍ପାଉଣ୍ଡ ମହଜୁଦ ଥାଏ ଯାହାକି ଭିନ୍ନ ଭିନ୍ନ ରୋଗରୁ ଲଢିବାରେ ଆମକୁ ସାହାଯ୍ୟ କରିଥାଏ । ପିଆଜରେ ଔଷଧୀୟ ଗୁଣ ହେବା କାରଣରୁ ଏହାର ବ୍ୟବହାର ଅନେକ ପ୍ରକାର ରୋଗରେ ମଧ୍ୟ ହୋଇଥାଏ । ଆଜି ପର୍ଯ୍ୟନ୍ତ ଆପଣ କଞ୍ଚା ପିଆଜ ଦ୍ଵାରା ହେଉଥିବା ଲାଭ ବିଷୟରେ ଶୁଣିଥିବେ କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ପିଆଜ ଦ୍ଵାରା ହେଉଥିବା କ୍ଷତି ବିଷୟରେ କହିବୁ । ପ୍ରକୃତରେ କିଛି ସ୍ଵତନ୍ତ୍ର ଲୋକଙ୍କୁ କଞ୍ଚା ପିଆଜ ଖାଇବା ଉଚିତ ନୁହେଁ । କଞ୍ଚା ପିଆଜ ଖାଇବା ଏହି ଲୋକଙ୍କ ପାଇଁ ଜୀବନ ଘାତକ ସାବ୍ୟସ୍ତ ହୋଇଥାଏ ।
କଞ୍ଚା ପିଆଜ ଖାଇବାର ଲାଭ
ରକ୍ତଚାପ ରଖେ ନିୟନ୍ତ୍ରଣରେ – କଞ୍ଚା ପିଆଜ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ଆମର ସାହାଯ୍ୟ କରିଥାଏ । ଏହା ବନ୍ଦ ରକ୍ତ ଧମନୀ ଖୋଲି ଦେଇଥାଏ ଯାହା ହୃଦରୋଗର ସମଭାବନ କମ କରିଥାଏ ।
ମଧୁମେହରେ ଲାଭଜନକ – କଞ୍ଚା ପିଆଜ ମଧୁମେହରେ ମଧ୍ୟ ଲାଭଜନକ ହୋଇଥାଏ । ଏହା ଶରୀରରେ ଇନସୁଲିନର ମାତ୍ରା ବଢେଇ ଦେଇଥାଏ । ଏଥିପାଇଁ ମଧୁମେହ ରୋଗୀ ମାନଙ୍କୁ ପିଆଜ ଖାଇବାକୁ ପରାମର୍ଶ ଦିଆଯାଏ ।
ଗୁଡ କୋଲେଷ୍ଟ୍ରଲ ବଢେଇବାରେ ସହାୟକ – କଞ୍ଚା ପିଆଜରେ ଆମିନୋ ଏସିଡ ଓ ମିଥାଇଲ ସଲଫାଇଡ ମିଳିଥାଏ ଯାହାକି କୋଲେଷ୍ଟ୍ରଲକୁ କମ କରି ଗୁଡ କୋଲେଷ୍ଟ୍ରଲ ବୃଦ୍ଧି କରିବାରେ ଆମକୁ ସାହାଯ୍ୟ କରିଥାଏ ।
କବ୍ଜରୁ ରକ୍ଷା କରିଥାଏ – କଞ୍ଚା ପିଆଜରେ ଅଧିକ ମାତ୍ରା ରେ ଫାଇବର ଥିବାରୁ ଏହା ପେଟ ଭିତରେ ଲାଗିକରି ରହିଥିବା ଖାଦ୍ୟକୁ ବାହାରକୁ କାଢି ଦେଇଥାଏ । ଏହା ପେଟକୁ ସଫା କରିଦିଏ । ଏଥିପାଇଁ ଯେଉ ଲୋକଙ୍କୁ କବ୍ଜର ସମସ୍ୟା ରହେ ସେମାନେ ପିଆଜ ଖାଇବା ଉଚିତ ।
ଏହି 2 ଲୋକଙ୍କୁ କଞ୍ଚା ପିଆଜ ଖାଇବା ଉଚିତ ନୁହେଁ – ଲିଭର ସମସ୍ୟାସହ ଲଢୁଥିବା ଲୋକ – ଯେଉଁ ଲୋକମାନେ ଲିଭର ସମସ୍ୟା ସହ ଲଢୁଛନ୍ତି ସେହିମାନଙ୍କୁ କଞ୍ଚା ପିଆଜ ନଖାଇବାର ପରାମର୍ଶ ଦିଆଯାଏ । ଏମାନଙ୍କ ପାଇଁ କଞ୍ଚା ପିଆଜ ଖାଇବା ବିଷ ସଦୃଶ ହୋଇଥାଏ । ପ୍ରକୃତରେ କଞ୍ଚା ପିଆଜ ଲିଭର ସମସ୍ୟାକୁ ଅଧିକ ବଢେଇଦେଇଥାଏ ଯେଉଁ କାରଣରୁ ବହୁତ ଗୁଡିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏଥିପାଇଁ ଆପଣ ଲିଭରର କୌଣସି ସମସ୍ୟା ସହ ଲଢୁଥିଲେ ଆଜିଠାରୁ କଞ୍ଚା ପିଆଜ ଖାଇବା ବନ୍ଦ କରନ୍ତୁ ।
ରକ୍ତହୀନତା ସହ ଲଢୁଥିବା ଲୋକ – ଏହାଛଡା ଯେଉଁ ଲୋକମାନେ ରକ୍ତହୀନତା ସହ ଲଢୁଛନ୍ତି ସେମାନେ କଞ୍ଚା ପିଆଜ ଖାଇବା ଉଚିତ ନୁହେଁ । ରକ୍ତହୀନତା ଦ୍ଵାରା ବ୍ୟକ୍ତି ଆନେମିଆ ନାମକ ରୋଗଗ୍ରସ୍ତ ହୋଇଥାନ୍ତି । ଏହି ରୋଗରେ ଆଇରନର ଅଭାବ ହୋଇଥାଏ । ଏହାଦ୍ୱାରା ରକ୍ତ ତିଆରି ହେବା କମ ହୋଇଯାଏ । ଏଥିପାଇଁ ଯଦି ଆପଣଙ୍କ ଶରୀରରେ ରକ୍ତର ମାତ୍ରା କମ ଅଛି ତେବେ କଞ୍ଚା ପିଆଜ ଖାଇବା ଏବେଠାରୁ ବନ୍ଦ କରନ୍ତୁ । କଞ୍ଚା ପିଆଜ ଖାଇବା ଦ୍ଵାରା ରକ୍ତର ସ୍ତର ବହୁତ କମ ହୋଇଯାଏ ଯାହାଦ୍ୱାରା ଅନେକ ପ୍ରକାର ସମସ୍ୟା ଉତ୍ପର୍ଣ୍ଣ ହେବାରେ ଲାଗେ ।