ନିଶ୍ଚିତ ପେଟର ଚର୍ବି ଦୂର ହୋଇଯିବ, କେବଳ ଶୋଇବା ପୂର୍ବରୁ ଗରମ ପାଣିରେ ଏହି ୩ଟି ଜିନିଷ ମିଶେଇ ପିଇ ଯାଆନ୍ତୁ…
1 min read
ଆଜିକାଲିର ଏହି ଧାଁଦୌଡ ଭରା ଜୀବନରେ ଆମେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ପାରୁ ନାହୁଁ ଯାହାର କ୍ଷତି ଆମକୁ ପରେ ଭୋଗିବାକୁ ପଡିଥାଏ । ଅଧିକତର ଲୋକମାନେ ନିଜର ବଢୁଥିବା ଓଜନରୁ ଅସୁବିଧା ଭୋଗନ୍ତି । ଯାହାକୁ କମ କରିବା ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଜିମ ଯାଇ କିଛି ଘଣ୍ଟା ପରିଶ୍ରମ କରି ନିଜର ଝାଳ ବୁହାଉଛନ୍ତି କିନ୍ତୁ ତଥାପି ମଧ୍ୟ ଓଜନ କମ ହେବାର ନାଁ ନେଉନି । କିନ୍ତୁ ଏବେ ଆପଣଙ୍କୁ କୁଆଡେ ଯିବାର ଆବଶ୍ୟକତା ନାହିଁ ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ କିପରି ସହଜରେ ଆପଣ ଘରେ ବସି ନିଜର ଓଜନ କମ କରିପାରିବେ । ତାହା ମଧ୍ୟ ବହୁତ ସହଜରେ ।
ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେଉଛୁ ଯେ ବାହାରେ ମିଳୁଥିବା ଖାଦ୍ୟରେ ତେଲ ମସଲା ଅଧିକ ଥିବା ଯୋଗୁ ବ୍ୟକ୍ତି ଶୀଘ୍ର ମେଦବହୁଳତାର ଶିକାର ହୋଇଥାନ୍ତି । ଯଦି ଆପଣ ମଧ୍ୟ ମେଦବହୁଳତାର ଶିକାର ଅଟନ୍ତି , ତେବେ ଚିନ୍ତାର କୌଣସି କାରଣ ନାହିଁ । ଆଜି ଆମେ ଆପଣଙ୍କୁ ଏକ ଏପରି ଚମତ୍କାରୀ ପାନୀୟ ବିଷୟରେ କହିବାକୁ ଯାଉଛୁ , ଯାହାକୁ ପ୍ରତିଦିନ ଏକ ଗ୍ଳାସ ପିଇଲେ ଆପଣ କିଛି ଦିନରେ ପତଳା ହୋଇଯିବେ । ଆମେ କହୁଛୁ କାକୁଡିର ଜୁସ ବିଷୟରେ । ଏହା ଆପଣଙ୍କ ପେଟକୁ ପରିଷ୍କାର କରିଥାଏ , ଓ ତାସହ ଆପଣଙ୍କ ଶରୀରରେ ଚର୍ବିର ମାତ୍ରାକୁ ବଢିବାକୁ ଦେଇନଥାଏ । ଏଥିରେ କ୍ୟାଲୋରି ବହୁତ କମ ମାତ୍ରାରେ ମିଳିଥାଏ, ଯାହା ଆପଣଙ୍କୁ ପତଳା ହେବାରେ ସାହାଯ୍ୟ କରିଥାଏ ।
ଏହି ପାନୀୟ ପ୍ରସ୍ତୁତ କରିବା ନିମନ୍ତେ ନିମ୍ନରେ ପ୍ରଦତ୍ତ ବସ୍ତୁ ଗୁଡିକର ଆବଶ୍ୟକତା ହୋଇଥାଏ – ୨ଟି କାକୁଡି, ୨ଛୋଟ ଚାମଚ ଲେମ୍ବୁ ରସ , ଏକ ଛୋଟ ଅଦା ଖଣ୍ଡ, ୨ଚାମଚ ଚିନୀ, ଏକ ଛୋଟ ଚାମଚ ଭଜା ଜିରା ପାଉଡର, ୩-୪ ପୋଦନା ପତ୍ର, ଲୁଣ ସ୍ଵାଦ ଅନୁସାରେ ।
ଏହାକୁ ପ୍ରସ୍ତୁ କରିବାର ବିଧି – ସର୍ବପ୍ରଥମେ କାକୁଡିକୁ ଧୋଇ ଛୋଟ ଛୋଟ କରି କାଟିଦିଅନ୍ତୁ । ଚୋପ ନଛଡେଇ ଏହାକୁ ଜୁସରରେ ପକାନ୍ତୁ । ତାସହ ଅଦା ଓ ପୋଦନା ପତ୍ର ମଧ୍ୟ ଜୁସରରେ ପକାନ୍ତୁ ଓ ଜୁସ ବାହାର କରିଦିଅନ୍ତୁ । ଏଥିରେ ଚିନୀ, ଲେମ୍ବୁ ରସ , ଜିରା ପାଉଡର ଓ ଲୁଣ ଗୋଳେଇ ଭଲଭାବରେ ମିଶେଇ ଦିଅନ୍ତୁ । ଏବେ ଆପଣଙ୍କ ଜୁସ ପ୍ରୟୋଗ ନିମନ୍ତେ ପ୍ରସ୍ତୁତ ଅଟେ । ଆପଣ ଏହି ଜୁସର ସେବନ ଶୋଇବା ପୂର୍ବରୁ କରିପାରନ୍ତି । କିଛି ଦିନରେ ଆପଣଙ୍କ ବାହାରିଥିବା ପେଟ ଧୀରେଧିରେ ଭିତରକୁ ଚାଲିଯିବ।