June 25, 2025

Odia Express

Here, There and Everywhere

ଏୟାରପୋର୍ଟରେ ଧରାଗଲା କିଛି ଏପରି ଜିନିଷ ଯାହା ଆପଣଙ୍କ ଚେତା ହଜେଇଦେବ, ଦେଖନ୍ତୁ ସେଗୁଡିକ କଣ କଣ..

ସବୁଠାରୁ ଅଧିକ ନିରାପତ୍ତା ଏୟାରପୋର୍ଟରେ ହିଁ ଥାଏ । ଏୟାରପୋର୍ଟ ଭିତରକୁ ନିଆଯାଉଥିବା ସମସ୍ତ ଜିନିଷ ର ତଲାସି ପ୍ରକ୍ରିୟା ବହୁତ ଶକ୍ତ ହୋଇଥାଏ ଓ କେହି ମଧ୍ୟ ନିଜ ଇଚ୍ଛାରେ କିଛି ବି ନେଇକରି ଯାଇପାରିନଥାଏ । ଆଜି ଆମେ ଆପଣଙ୍କୁ ଏୟାରପୋର୍ଟ ସିକ୍ୟୁରୀଟି କୁ ବୋକା ବନେଇ କିଛି ଏପରି ଜିନିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ସମୟରେ ଧରାପଡିଥିବା ଜିନିଷ ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣଙ୍କର ମଧ୍ୟ ଚେତା ହଜିଯିବ। ତେବେ ଆସନ୍ତୁ ଆପଣଙ୍କୁ ଜଣେଇଦେଉଛୁ ଯେ ସେହି ଜିନିଷ ସବୁ କଣ ଯାହା ନିରାପତ୍ତା ତଲାସି ସମୟରେ ଧରାପଡିଛି ।

ପ୍ରଥମ ଫଟୋ – ଏବେ ସର୍ବପ୍ରଥମେ ଏହି ପ୍ରଥମ ଛବି କୁ ଦେଖନ୍ତୁ , ଏହି ଫଟୋ ରେ ଏକ ପୁରା ପରିବାର ନଜର ଆସୁଛି । ଜଣେ ସ୍ଵାମୀ ଜଣେ ସ୍ତ୍ରୀ ଓ ତାଙ୍କର ପିଲା। ଏବେ ଆପଣ ଭାବୁଥିବେ ଯେ ଏମାନଙ୍କ ମଧ୍ୟରୁ ଏପରି କି ଜିନିଷ ଅଛି ଯାହା ଏମାନେ ଲୁଚେଇକି ନେଇଯାଉଛନ୍ତି । ଆପଣଙ୍କୁ ଜଣେଇ ଦେଉଛୁ ପ୍ରକୃତରେ ଏହି ଦମ୍ପତ୍ତି ନିଜର ଛୁଆକୁ ବ୍ୟାଗରେ ଭର୍ତ୍ତି କରି ନେଇଯାଉଛନ୍ତି କାରଣ ଏହାଙ୍କ ଛୁଆର ପାସପୋର୍ଟ ତିଆରି ହୋଇନଥିଲା । କିନ୍ତୁ ଏୟାରପୋର୍ଟ ସିକ୍ୟୁରୀଟି ତଲାସି ସମୟରେ ସ୍କାନରରେ ଜନପଡିଗଲା ଯେ ବ୍ୟାଗ ଭିତରେ ଛୁଆ ଅଛି ତ ତୁରନ୍ତ ତାଙ୍କୁ ନିରାପତ୍ତାରକ୍ଷୀ ଅଟକେଇଦେଲେ । ଚିନ୍ତା କରିବା କଥା ଏହା ଯେ କେହି ନିଜର କିପରି ଛୁଆକୁ ବ୍ୟାଗ ଭିତରେ ପୁରେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇପାରେ।

ଦ୍ଵିତୀୟ ଫଟୋ – ଏବେ ଟିକେ ଏହି ଫଟୋ କୁ ଦେଖନ୍ତୁ , ଏହି ଫଟୋରେ ପରିଷ୍କାର ଭାବରେ ଆପଣଙ୍କୁ ଶବ ଦେଖାଯାଉଥିବା। ଆପଣଙ୍କୁ ଜଣେଇଦେଉଛୁ ଯେ ଏହି ଶବକୁ ଏୟାରପୋର୍ଟରେ ନିରାପତ୍ତାରକ୍ଷୀ ତଲାସି ସମୟରେ ଧରିଥିଲେ । ଯେବେ ଗୋଟିଏ ବ୍ୟାଗ ସ୍କାନ କରିବାସମୟରେ ସିକ୍ୟୁରୀଟି ଅଧିକାରୀଙ୍କର ସନ୍ଦେହ ହେବାରୁ ସେ ତୁରନ୍ତ ତଲାସି କଲେ ଓ ଜଣାପଡିଲା ଯେ ଦୁଇଜଣ ମହିଳା ଗୋଟିଏ ବ୍ୟାଗରେ ଶବ ରଖି ସ୍ମଗଲିଙ୍ଗ କରିବାକୁ ଯାଉଥିଲେ ଓ ଏଥିରୁ କିଛି ଆୟ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କର ଏହି ଆକାଂକ୍ଷା ଉପରେ ସିକ୍ୟୁରୀଟି ପାଣି ଢାଳିଦେଲେ ଓ ଏବେ ସେହି ମହିଳା ମାନଙ୍କ ଉପରେ ତଦନ୍ତ କରାଯାଉଛି

ତୃତୀୟ ଫଟୋ – ଏବେ ଏହି ତୃତୀୟ ଫଟୋକୁ ଦେଖନ୍ତୁ, ଏହି ଫଟୋ ପ୍ରକୃତରେ ଚାଇନା ଏୟାରପୋର୍ଟର ଅଟେ । ଏୟାରପୋର୍ଟ ରେ ଏହି ବ୍ୟକ୍ତି ପ୍ରକୃତରେ ନିଜର ଶରୀରରେ ଆଇଫୋନ ବାନ୍ଧି ନେଇଯାଉଥିଲେ । ସର୍ବପ୍ରଥମେ ଏହି ବ୍ୟକ୍ତି ସ୍କାନରରେ ସିକ୍ୟୁରୀଟି ଚେକିଙ୍ଗ ପାସ କରିଗଲେ କିନ୍ତୁ ଏହାପରେ ଯେମିତି ସେ ମେଟାଲ ଡିଟେକ୍ଟର ମେସିନରୁ ବାହାରି ଆସିଲେ ସେତିକିବେଳେ ଧରାପଡିଗଲା । ଏହାପରେ ଏହି ବ୍ୟକ୍ତିଙ୍କୁ ପୋଲିସରେ ଧରେଇଦିଆହେଲା ଓ ମୋବାଇଲ ଫୋନ ସ୍ମଗଲିଙ୍ଗ ଅଭିଯୋଗରେ ବର୍ତ୍ତମାନ ସେ ଜେଲରେ ପଶିଛନ୍ତି ।

ଏମିତିରେ ଏହା କୌଣସି ପ୍ରଥମଥର ହୋଇଥିବା ଘଟଣା ନୁହେଁ ଯାହାକି ସିକ୍ୟୁରୀଟି ଚେକିଙ୍ଗ ବେଳେ କାହାକୁ ଧରାଯାଇଛି , ଏହାପୂର୍ବରୁ ମଧ୍ୟ ଏଭଳି ବହୁତ ଘଟଣା ହୋଇଛି ଯେବେ ଲୋକଙ୍କୁ କିଛି ନା କିଛି କାରଣ ଯୋଗୁ ଏୟାରପୋର୍ଟ ଚେକିଙ୍ଗ ରୁ ବଞ୍ଚିବା ପାଇଁ ନୂଆ ନୂଆ କୌଶଳ ଆପଣେଇବା ଦେଖାଯାଇଛି । କିନ୍ତୁ ସୌଭାଗ୍ୟ ବଶତଃ ଏୟାରପୋର୍ଟରେ ସିକ୍ୟୁରୀଟି ଏତେ ଦୃଢ ଯେ କେହି ମଧ୍ୟ ଠକିବାକୁ ଚେଷ୍ଟା କରି ବଞ୍ଚିପାରିନି।

Leave a Reply

Your email address will not be published. Required fields are marked *