ଏଠାରେ ଗୋଟିଏ ସିଙ୍ଗଡା ଖାଇବାକୁ ଖର୍ଚ କରିବାକୁ ପଡେ ବହୁତ ଟଙ୍କା – ନଚେତ ଚଟଣି ମଧ୍ୟ ମିଳେ ନାହିଁ – ଦେଖନ୍ତୁ କଣ ଏହାର ମୁଖ୍ୟ କାରଣ..
![](https://odiaexpress.net/wp-content/uploads/2019/07/samosa-price-16.06.18-4.jpg)
ଏମିତିରେ ଫାଷ୍ଟଫୁଡ , ଜଙ୍କଫୁଡ ଆଦି ଖାଇବାକୁ ଆମକୁ ମନାକରାଯାଇଛି । କୁହାଯାଏ ଯେ ଏହାକୁ ଖାଇଲେ ମେଦବହୁଳତା ହୋଇଥାଏ , କିନ୍ତୁ ତଥାପି କିଛି ଜିନିଷ ଏପରି ହୋଇଥାଏ , ଯାହାକୁ ଦେଖିଲାପରେ ଆମେ ନିଜ ମନକୁ ସମ୍ଭାଳି ପାରିନଥାଉ । ଏଭଳି କିଛି ଜିନିଷ ମଧ୍ୟରେ ସିଙ୍ଗଡା ମଧ୍ୟ ଅଛି । ସିଙ୍ଗଡା ନାମ ଆସିବାମାତ୍ରେ ସର୍ବପ୍ରଥମେ ଆପଣଙ୍କ ମନକୁ ରାଗଯୁକ୍ତ ସ୍ଵାଦ ଆସିଥାଏ ଓ ତାପରେ ତାସହ ଚଟଣି ଥିଲେ କଥା ପୁରା ମଜାଦାର ହୋଇଯାଏ । ଆଜି ଆମେ ଆପଣଙ୍କୁ ସିଙ୍ଗଡା ସହ ଯୋଡିହୋଇଥିବା କିଛି ତଥ୍ୟ କହିବୁ ଯାହା ଜାଣି ଆପଣଙ୍କ ବିଶ୍ଵାସ ହେବନାହିଁ ।
ସିଙ୍ଗଡା ନାଁ ଶୁଣିବାମାତ୍ରେ ମୁହଁରେ ପାଣି ଆସିଯାଏ । ଭାରତରେ ଏହା ସବୁଠାରୁ ପ୍ରମୁଖ ବ୍ୟଞ୍ଜନ ମାନ୍ୟତାପ୍ରାପ୍ତ । ଯେକୌଣସି ସମାରୋହ ଏହାବିନା ଅସମ୍ପୂର୍ଣ୍ଣ କୁହାଯାଏ । ଛୁଆ ହୁଅନ୍ତୁ କି ବୁଢା ସମସ୍ତଙ୍କୁ ସିଙ୍ଗଡା ଖାଇବାରେ ବହୁତ ପସନ୍ଦ ହୋଇଥାଏ । ବେଳେବେଳେ ପିଲାମାନଙ୍କୁ ପଚରାଯାଏ ସେତେବେଳେ ତାଙ୍କ ମନରେ କେବଳ ଗୋଟିଏ କଥା ଆସେ ଯେ ଆଜି ସେ ସ୍କୁଲ ବାହାରକୁ ଯାଇ ସିଙ୍ଗଡା ଖାଇବେ । ସିଙ୍ଗଡାରେ ଥିବା ଆଳୁ ଛୁଆଙ୍କର ଅତି ପ୍ରିୟ ହୋଇଥାଏ ।
ସିଙ୍ଗଡା ଗୁଣ ବିଷୟରେ ଯେତେ କହିଲେ ସେତେ କମ ହେବ । ଏମିତିରେ ଆଜି ଆମେ ଆପଣଙ୍କୁ ଏଭଳି ଦେଶର ସିଙ୍ଗଡା ବିଷୟରେ କହିବୁ ଯେଉଁଠାରେ ଏହାର ଦାମ ଶୁଣି ଆପଣଙ୍କୁ ବିଶ୍ଵାସ ହେବନାହିଁ । ଯେଉଁଠି ଆମ ଦେଶରେ ସିଙ୍ଗଡା ସର୍ବାଧିକ ୨୦ ଗୋଟିକ ମିଳେ ସେଠାରେ ଆମେ ଏହାର ମୂଲ୍ୟ କେତେଶହ କହିଲେ କିଏ ବିଶ୍ଵାସ କରିବ? କିନ୍ତୁ ଏମିତି ନୁହେଁ, ସିଙ୍ଗଡାର ଏଭଳି ମୂଲ୍ୟ ଆପଣ ପୂର୍ବରୁ କେବେ ଶୁଣିନଥିବେ।
ଭାରତରେ ଏକା ନୁହେଁ ବିଦେଶରେ ମଧ୍ୟ ସିଙ୍ଗଡା ଲୋକପ୍ରିୟ
ଯେବେ ମଧ୍ୟ ସିଙ୍ଗଡା କଥା ପଡେ , ତେବେ ସର୍ବପ୍ରଥମେ ମନକୁ ଏହିକଥା ଆସେ ଯେ ଏହା କେବଳ ଭାରତୀୟ ବ୍ୟଞ୍ଜନ ଅଟେ । କିନ୍ତୁ କଣ ଆପଣ ଜାଣନ୍ତି ଯେ ବିଦେଶରେ ମଧ୍ୟ ସିଙ୍ଗଡା ବହୁତ ଅଧିକ ଖିଆଯାଏ । ଅର୍ଥ ଯେ ବିଦେଶରେ ମଧ୍ୟ ସିଙ୍ଗଡାକୁ ଭାରତ ଭଳି ପସନ୍ଦ କରାଯାଏ । ଏହି କାରଣରୁ ଆଜି ଆମେ ଆପଣଙ୍କ ପାଇଁ ସେଠାରେ କେତେ ଟଙ୍କାରେ ସିଙ୍ଗଡା ମିଳେ ତାହାର ସୂଚନା ନେଇକରି ଆସିଛୁ । ଏତିକି ନୁହେଁ ଏହି ସ୍ଥାନରେ ସିଙ୍ଗଡା ଖାଇବାକୁ ହେଲେ ଆପଣଙ୍କୁ ନିଜ ପକେଟରେ ମୋଟା ଅଙ୍କର ଅର୍ଥ ରଖିବାକୁ ହେବ । କାରଣ ସିଙ୍ଗଡା ପେଟ୍ରୋ ଭଳି ମହଙ୍ଗା ଏଠାରେ ।
ଗୋଟିଏ ସିଙ୍ଗଡାର ମୂଲ୍ୟ କେତେଶହ ଟଙ୍କା
ଭାରତ ଭଳି ଆମେରିକାରେ ମଧ୍ୟ ସିଙ୍ଗଡାର ଖୁବ ଆଦର ଅଛି । ସେଠାକାର ଅଧିବାସୀ ମାନେ ସିଙ୍ଗଡା ପାଇଁ ଭାରତୀୟଙ୍କ ଭଳି ଆଗ୍ରହୀ ହୋଇଥାନ୍ତି । ଏମିତିରେ ଯଦି ଆପଣଙ୍କୁ କେବେ ଆମେରିକା ଯିବାକୁ ହୁଏ ତ ଆପଣ ସିଙ୍ଗଡା ଖାଇବା ଆଗରୁ ଥରେ ଭାବିବେ , କାରଣ ସେଠାରେ ଭାରତ ଭଳି ଶସ୍ତା ସିଙ୍ଗଡା ଆପଣଙ୍କୁ ମିଳିବ ନାହିଁ । ସିଙ୍ଗଡା କଥା ଛାଡନ୍ତୁ ଚଟଣି ପାଇଁ ଆପଣଙ୍କୁ ବହୁତ ଦାମ ଦେବାକୁ ହେବ ।
ଯଦି ଆପଣଙ୍କୁ ଆମେରିକାରେ ଗରମ ଚା ସହ ସିଙ୍ଗଡା ଖାଇବାର ଅହକି ତେବେ ଆପଣଙ୍କୁ ନିଜ ପକେଟରେ ଶତାଧିକ ଟଙ୍କା ରଖିବାକୁ ହେବ । ଆମେରିକା ରେ ଦୁଇଟି ସିଙ୍ଗଡାର ମୂଲ୍ୟ ପାଖାପାଖି ୩.୫୮ ଅଟେ , ଯାହାକି ଭାରତୀୟ ଟଙ୍କାରେ ୩୦୦ରୁ ଅଧିକ ହେବ । ଏତିକି ନୁହେଁ , ଚଟଣି ପାଇଁ ଆପଣଙ୍କୁ ଅଲଗା ମୂଲ୍ୟ ଦେବାକୁ ହେବ । ଆପଣଙ୍କୁ ଯଦି ଚଟଣି ଖାଇବାର ଅଛି ତେବେ ଏଥିପାଇଁ ଆପଣ ଅତିରିକ୍ତ କିଛି ଡଲାର ଦେବାକୁ ହେବ , ତାହେଲେ ଆପଣଙ୍କୁ ଚଟଣି ସହ ସିଙ୍ଗଡା ମିଳିବ ନହେଲେ ଶୁଖିଲା ସିଙ୍ଗଡା ଖାଇବେ ।
ଆପଣ ଯେବେ ବି ଆମେରିକା ଯିବେ ଓ ସିଙ୍ଗଡା ଖାଇବାକୁ ଭାବିବେ ତେବେ ତାପୂର୍ବରୁ ଥରେ ନିଜର ପକେଟକୁ ନଜର ଦେବେ କାରଣ ଏଠାରେ ସିଙ୍ଗଡା ନୁହେଁ ସବୁପ୍ରକାର ସ୍ନାକ୍ସର ମୂଲ୍ୟ ମହଙ୍ଗା ଅଟେ , ଯାହା ଆପଣଙ୍କ ବଜେଟ ଠାରୁ ଅଧିକ ହୋଇପାରେ ।