January 28, 2025

Odia Express

Here, There and Everywhere

ରାତାରାତି ବଦଳିଗଲା ପରଘର କାମକରୁଥିବା ଚାକରାଣୀର ଜୀବନ , ଝାଡୁ କରୁଥିବା ଚାକରାଣୀର ବଦଳିଗଲା ଭାଗ୍ୟ , ହେଇଗଲା ଫ୍ୟାସନ୍ ମଡେଲର୍ ଆଉ ତାପରେ..

କୁହନ୍ତି ନା ସୁନ୍ଦରତା ନିଜ ଚେହେରାରେ ନୁହେଁ ବରଂ ଦେଖୁଥିବା ଲୋକର୍ ଆଖିରେ ହୋଇଥାଏ , ସବୁ ମଣିଷ ନିଜ ମଧ୍ୟରେ ଖାସ୍ ଓ ସୁନ୍ଦର ହୋଇଥାଏ , ସୁନ୍ଦରତାର ପରିଭାଷା ଆପଣଙ୍କ ସ୍କ୍ରିନ୍ ର ରଙ୍ଗ ଚେହେରାରେ ନଥାଏ ବରଂ ଏହା ଅଙ୍କା ଯାଇପାରିବ , ଏହି କଥାର ନିର୍ଭର କରିଥାଏ କି ଯାହା ଆପଣଙ୍କର ଅନ୍ଦାଜା କରାଯାଇପାରିବ , ଆପଣ କିପରି ଚାଲୁଛନ୍ତି କିପରି ଲୋକଙ୍କ ସହ ବ୍ୟବହାର କରୁଛନ୍ତି , ଏହି ସବୁ ଜିନିଷ ଆପଣଙ୍କୁ ଆକର୍ଷକ ବନାଇଥାଏ , ଏମିତି କିଛି କମଳା ନାମକ ଏକ ବାଇଙ୍କ ସହ ହୋଇଥିଲା,  କମଳାଙ୍କ ଜୀବନ ପୁରା ଭାବେ ଏବେ ବଦଳିଯାଇଛି , ଯେବେ ତାଙ୍କ ଉପରେ ଏକ ଫ୍ୟାସନ୍ ଡିଜାଇନରଙ୍କର ନଜର ପଡିଲା ।ଘଟଣା କିଛି ଏପରି ହୋଇଥିଲା କି ସବୁଦିନ ପରି କମଳା ନିଜ କାମକୁ ଯାଇଥିଲେ , ସେଠାରେ ଏକ ଘରେ ସେ କାମ କରୁଥିଲେ , ତେବେ ସେଠାରେ ପଡୋଶୀରେ ରହୁଥିବ ଏକ ମହିଳାଙ୍କ ନଜର ତାଙ୍କ ଉପରେ ପଡିଲା ,

ଏହି ମହିଳା ପେଶାରେ ଏକ ଫ୍ୟାସନ୍ ଡିଜାଇନର୍ ଥିଲେ , ଯାହାଙ୍କ ନାଁ ମନଦୀପ ନେଗୀ ଅଟେ , ମନଦିପଙ୍କର ସେଡସ୍ ଅଫ୍ ଇଣ୍ତିଆ ବାଲା କଲେକକ୍ସନ୍ ବହୁତ ଲୋକପ୍ରିୟତା ପାଇଥିଲା , ସେ ଏକ ନୁଆ ଚେହେରାର ଖୋଜାରେ ଥିଲେ ,ସିଏ ଏପରି ମଡେଲ୍ ଖୋଜୁଥିଲେ ଯିଏକି ପେଶାରେ ମଡେଲିଙ୍ଗ୍ କରୁନଥିବେ , ଏହି ସମୟରେ ତାଙ୍କୁ କମଳା ନଜର ଆସିଥିଲେ , ସିଏ ଏପରି ମହିଳା ଖୋଜୁଥିଲେ ଯିଏକି ତାଙ୍କର ଡିଜାଇନର୍ କପଡା ପିନ୍ଧି ସ୍ୱୟଂ ସଶକ୍ତ ଅନୁଭବ କରିବେ । ସେ ଏବେ କମଳାଙ୍କୁ ନିଜର ଫ୍ୟାସନ୍ ଡିଜାଇନିଙ୍ଗ୍ କପଡା ପିନ୍ଧିବାକୁ ଦେଲେ , ଓ କମଳାଙ୍କୁ ତାହା ବି ଫିଟ୍ ଲାଗିଲା , କିନ୍ତୁ କମଳାଙ୍କୁ ଏହା ଟିକେ ସଙ୍କୋଚବୋଧ ଲାଗିଲା , କିନ୍ତୁ ପରିଶେଷରେ ସେ ତାଙ୍କ ଡିଜାଇନର୍ କପଡା ପିନ୍ଧିବାକୁ ହଁ କଲେ ।

ତାପରେ କଣ କମଳାଙ୍କ ମେକ୍ ଓଭର୍ ହେଲା , ତାପରେ ଯାହା ଫଳାଫଳ ବାହାରିଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଏବେ ବହୁତ ଆକର୍ଷକ ଲାଗୁଥିଲେ । ଖାସ୍ କଥା ଏହି କି ଯେ ଏହି ସବୁ କପଡା ସେ ବହୁତ ଆତ୍ମବିଶ୍ୱାସର ସହ ପିନ୍ଧିଥିଲେ,  ଦେଖୁ ଦେଖୁ ସେ ମିଡିଆରେ ଚର୍ଚ୍ଚିତ ହୋଇଗଲେ ଏହା ଦ୍ୱାରା ତାଙ୍କର ବହୁତ କିଛି ପରିବର୍ତ୍ତନ ହୋଇଯାଇଥିଲା ।

କମଳାଙ୍କୁ ଦେଖିକରି ଆମେ ବିଶ୍ୱାସର ସହ କହିପାରିବା କି ସବୁ ମହିଳା ନିଜ ମଧ୍ୟରେ ସୁନ୍ଦର ହୋଇଥାନ୍ତି , ନିଜ ଉପରେ ଭରସା ରଖ , ଓ ଆତ୍ମବିଶ୍ୱାସର ସହ କପଡା ପିନ୍ଧି ନିଜକୁ ଅନ୍ୟ ମାନଙ୍କର ଆଗରେ ପ୍ରଦର୍ଶନ କର  ଏହା ସୁନ୍ଦରତାର ପରିଭାଷା ହୋଇଥାଏ , ଏବେ ଯିଏ ବି କମଳାଙ୍କ କାହାଣୀ ବିଷୟରେ ଜାଣିବାକୁ ପାଉଛନ୍ତି ସେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛନ୍ତି । ଓ ତାଙ୍କୁ ବହୁତ ପ୍ରଶଂସାର ସୁଅ ଛୁଟୁଛି ।

Leave a Reply

Your email address will not be published. Required fields are marked *