November 22, 2024

Odia Express

Here, There and Everywhere

ଇରଫାନ ପଠାଣ କହିଲେ – ୧୦୦ କ୍ରିକେଟରଙ୍କୁ କାଶ୍ମୀରରୁ ବାହାରିଯିବାକୁ କୁହାଯାଇଛି, ମୁଁ ଭାରତୀୟ ସେନାର ସମର୍ଥନ କରୁଛି କାରଣ ..

କାଶ୍ମୀରରେ ସ୍ଥିତି ଠିକ ନାହିଁ । କ୍ରିକେଟର ଇରଫାନ ପଠାଣଙ୍କୁ କାଶ୍ମୀର ଛାଡି ଚାଲିଯିବାକୁ କୁହାଯାଇଛି । ଜାମ୍ମୁକାଶ୍ମୀର କ୍ରିକେଟ ଦଳରେ ମେଣ୍ଟର ଓ କୋଚ ଇରଫାନ ପଠାଣ କହିଲେ ଯେ ତାଙ୍କୁ ୧୦୦ ଅନ୍ୟ କ୍ରିକେଟରଙ୍କ ସହ ଖୁବଶୀଘ୍ର କ୍ୟାମ୍ପ ଛାଡିବାକୁ କୁହାଯାଇଛି । ଆତଙ୍କି ଘଟଣା ଆଶଙ୍କା ଥିବାରୁ ଜାମ୍ମୁକାଶ୍ମୀର ପ୍ରଶାସନ ତରଫରୁ ପର୍ଯ୍ୟଟକ ମାନଙ୍କୁ ଓ ଅମରନାଥ ଯାତ୍ରାରେ ଯାଇଥିବା ଶ୍ରଦ୍ଧାଳୁ ମାନଙ୍କୁ ଯେତେ ଶୀଘ୍ର ସମ୍ଭବ ଘାଟି ଛାଡିବାକୁ କୁହାଯାଇଛି । ନ୍ୟୁଜସଂସ୍ଥା ଏଏନଆଇ ପଠାଣଙ୍କ କଥା ଉଦ୍ଧାର କରି କହିଛି ଯେ,‘ଆମ କ୍ୟାମ୍ପକୁ ବନ୍ଦ କରିଦିଆଯାଇଛି ଓ କ୍ରିକେଟର ମାନଙ୍କୁ ତାଙ୍କ ଘରକୁ ପଠେଇ ଦିଆଯାଇଛି । କ୍ୟାମ୍ପ ୧୪ଜୁନରୁ ଆରମ୍ଭ ହୋଇଥିଲା ଯାହା ୧୪ଜୁଲାଇ ପର୍ଯ୍ୟନ୍ତ ଚାଲିଲା। ୧୦ଦିନ ବିରତି ପାରେ ୨୫ଜୁଲାଇରେ ପୁଣି ଆରମ୍ଭ ହୋଇଥିଲା । ଶନିବାର ଦିନ ପ୍ରାୟ ୧୦୦ କ୍ରିକେଟରଙ୍କୁ ତାଙ୍କ ଘରକୁ ପଠେଇ ଦିଆଗଲା ।

ଇରଫାନ ଟ୍ବିଟ କରି କହିଲେ ଯେ – ମୋ ହୃଦୟ ଓ ମସ୍ତିସ୍କ ଏବେ ମଧ୍ୟ କାଶ୍ମୀରରେ ଥିବା ଭାରତୀୟ ସେନା ଓ କାଶ୍ମୀର ଭାଇଭଉଣୀଙ୍କ ସହିତ ଅଛି ।

ପଠାଣ କହିଲେ ଯେ ‘ଏହି ମ୍ୟାଚ ୩୧ଜୁଲାଇ ରୁ ହେବାର ଥିଲା ଓ ୧୭ଅଗଷ୍ଟ ପର୍ଯ୍ୟନ୍ତ ଏହାର ଅୟୋଜନ ହେବାର ଥିଲା । ଜିଲ୍ଲାର କ୍ରିକେଟର ମାନଙ୍କୁ ଚୟନ ନିମନ୍ତେ ମ୍ୟାଚର ଆୟୋଜନ କରଯାଇଥିଲା । ୩୪ବର୍ଷୀୟ ପଠାଣଙ୍କୁ ଗତବର୍ଷ ଜୁଲାଇ ରେ ଜାମ୍ମୁକାଶ୍ମୀର ଦଳର ମେଣ୍ଟର ଓ କୋଚ ନିଯୁକ୍ତ କରଯାଇଥିଲା । ସେ କହିଲେ ଯେ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ରାଜ୍ୟରୁ ଚାଲିଯିବାକୁ କୁହାଯାଇଛି ।

ଜଣେଇଦେଉଛୁ ଯେ ନାଗରିକ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜାମ୍ମୁକାଶ୍ମୀର ପ୍ରଶାସନ ଶୁକ୍ରବାର ଦିନ ଏକ ଆଦେଶ ଜାରିକରି କହିଥିଲା ଯେ ପର୍ଯ୍ୟଟକ ଓ ଅମରନାଥ ଯାତ୍ରାରେ ଯାଇଥିବା ଶ୍ରଦ୍ଧାଳୁ ମାନେ ଶୀଘ୍ରତିଶୀଘ୍ର ଘାଟି ଛାଡିବାକୁ କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *