ଯଦି ଶିବଲିଙ୍ଗ ଉପରେ ଅର୍ପଣ କରନ୍ତି ଏହି ଗଛର ପତ୍ର ତେବେ ଶନିଙ୍କ ସହ ରାହୁ-କେତୁ ଅସୁବିଧା କରିବେ ନାହିଁ..ଜୀବନରେ ଖୁସି ଭରି ଆସିବ
1 min read![](https://odiaexpress.net/wp-content/uploads/2019/08/16585337_1833803920202913_6067842126916354048_n.png)
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମୋଟ ନଅ ଗ୍ରହ ବିଷୟରେ କୁହାଯାଇଛି , ଯାହାର ଉପର ତଳ ଯୋଗୁ ମନୁଷ୍ୟ ଜୀବନରେ ସମସ୍ତ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଓ ଏହି ନଅ ଗ୍ରହ ମଧ୍ୟରେ ଶନି ଗ୍ରହ ଓ ରାହୁ-କେତୁ ଙ୍କୁ ସବୁଠାରୁ କ୍ରୂର ଗ୍ରହ କୁହାଯାଏ । କାରଣ ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ଏମାନଙ୍କ ଦୋଷ ରହିଥାଏ ତେବେ ସେହି ବ୍ୟକ୍ତିଙ୍କ କୁଣ୍ଡଳୀରୁ ସମସ୍ତ ଶୁଭ ଯୋଗର ପ୍ରଭାବ ନଷ୍ଟ ହୋଇଯାଏ । ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଏହା ଚାହାନ୍ତି ଯେ ଏହି ଗ୍ରହ ସେମାନଙ୍କ କୁଣ୍ଡଳୀକୁ ପ୍ରଭାବିତ ନକରନ୍ତୁ ଓ ଶୁଭ ଯୋଗ ରାହୁ ଓ ଏଥିପାଇଁ ବିଭିନ୍ନ ପ୍ରକାର ପୂଜାପାଠ , ତାନ୍ତ୍ରିକ ଉପାୟ ଆଦି ବହୁତ ଉପାୟ କରନ୍ତି କିନ୍ତୁ ଆମେ ଆପଣଙ୍କୁ ଜଣେଇଦେଉଛୁ ଯେ ଏହି ଗ୍ରହମାନଙ୍କ ଦୋଷ ଦୂର କରିବା ନିମନ୍ତେ ସବୁଠାରୁ ସହଜ ଓ ସରଲ ଉପାୟ ହେଲା ଶିବଙ୍କର ପୂଜା ।
ଶିବପୁରାଣ ଅନୁଯାୟୀ ଶିବଙ୍କ ପୂଜାରେ ଫୁଲ ପତ୍ର ଚଢେଇବାର ବିଶେଷ ମହତ୍ଵ କୁହାଯାଇଛି । ଏହାଛଡା ପ୍ରାୟ ଲୋକମାନେ ଶିବଲିଙ୍ଗ ଉପରେ ବେଲପତ୍ର ଚଢାନ୍ତି ଓ ଏହା ବହୁତ ଶୁବ ହୋଇଥାଏ । ଆଜି ଆମେ ଆପଣଙ୍କୁ ବେଲପତ୍ର ବ୍ୟତୀତ ଏକ ଏପରି ପତ୍ର ବିଷୟରେ କହିବାକୁ ଯାଉଛୁ ଯାହାକୁ ଶିବଲିଙ୍ଗ ଉପରେ ଚଢେଇବା ଦ୍ଵାରା ଆପଣଙ୍କ ଜୀବନରୁ ଶନି ଦୋଷ ଏବଂ ରାହୁକେତୁଙ୍କ ପ୍ରଭାବ ସହଜରେ ଦୂର ହୋଇଯିବ ।
ସେହି ପତ୍ର କିଛି ଅନ୍ୟ ନୁହେଁ ବରଂ ଭୁଇଁ ଅଁଳା(ଶମୀ ପତ୍ର) ଅଟେ ଓ ଏହାକୁ ଚଢେଇବା ଦ୍ଵାରା ଶନି ଦେବ ପ୍ରସନ୍ନ ହୁଅନ୍ତି । ଭୁଇଁ ଅଁଳାପତ୍ର କୁ ଚଢେଇବା ନିମନ୍ତେ ଆପଣଙ୍କୁ ସର୍ବପ୍ରଥମେ ପ୍ରାତଃ ସମୟରେ କୌଣସି ଶିବମନ୍ଦିର ଯାଇ ସେଠାରେ ଗଡୁରେ ଗଙ୍ଗାଜଳ କିମ୍ବା ପବିତ୍ର ଜଳ ମିଶେଇ , ଚାଉଳ, ଧଳା ଚନ୍ଦନ , ମିଶେଇ ଶିବଲିଙ୍ଗ ଉପରେ ଓମ ନମଃ ଶିବାୟ ମନ୍ତ୍ର ଜପ କରି ଅର୍ପଣ କରନ୍ତୁ ଓ ଜଳ ଚଢେଇବା ପରେ ଶିବଙ୍କୁ ଚାଉଳ, ବେଲପତ୍ର, ଶ୍ଵେତ ବସ୍ତ୍ର , ପଇତା ଓ ନୈବେଦ୍ୟ ସହ ଭୁଇଁ ଅଁଳା ମଧ୍ୟ ଶିବଙ୍କୁ ସମର୍ପଣ କରନ୍ତୁ ।
ଏହି ମନ୍ତ୍ରକୁ ଜପ କରନ୍ତୁ
ଯେବେ ବି ଆପଣ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବେ ସେହି ସମୟରେ ଏହି ମନ୍ତ୍ର ଜପ କରନ୍ତୁ ।
ଅମଙ୍ଗଳାନାଂ ଚ ଶମନିଂ ଦୁଷ୍କୃତସ୍ୟ ଚ ।
ଦୁଃସ୍ଵପ୍ନନାଶିନିଂ ଧନ୍ୟାଂ ପ୍ରପଦ୍ୟେହଂ ଶମୀ ଶୁଭାମ ॥
ଏବେ ଭୁଇଁ ଅଁଳାପତ୍ର ଓ ଜଳ ଚଢେଇବା ପରେ ଶିବଙ୍କ ଆରତୀ କରନ୍ତୁ ଓ ଧୂପ ଦୀପ ଜଳାନ୍ତୁ ଓ ଏହାପରେ ପ୍ରସାଦ ଗ୍ରହଣ କରନ୍ତୁ । ଏହି ଉପାୟ ଦ୍ଵାରା ଆପଣଙ୍କ ଜୀବନରୁ ଦୁର୍ଭାଗ୍ୟ ଓ ଅସଫଳତା ଦୂରେଇଯିବ ଓ ତାସହ ଏହି ଉପାୟ କରିଚାଲିଲେ ଶନି, ରାହୁକେତୁ ଏ ସମସ୍ତଙ୍କ ଦୋଷ ଆପଣଙ୍କ ଜୀବନରୁ ସବୁଦିନ ପାଇଁ ଦୂର ହୋଇଯିବ ଓ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ଓ ଶାନ୍ତି ବିରାଜମାନ କରିବ ଏବଂ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।