ଜାଣନ୍ତୁ କଣ ପାଇଁ ଶବ ଯାତ୍ରା ସମୟରେ ଡକାଯାଇଥାଏ “ରାମ ନାମ୍ ସତ୍ୟ ହୈ” , ନିଜେ ଯୁଧୀଷ୍ଟିର କହିଥିଲେ ଏହାର କାରଣ – ୯୯% ଲୋକେ ଜାଣି ନଥିବେ ସଠିକ ଉତ୍ତର …
ସମାଜରେ ରହୁଥିବା ବେଳେ ଆପଣ ବହୁତଥର ଶୁଣିଥିବେ କି ଯେବେ କିଏ ମୃତ୍ୟୁ ବରଣ କରେ ତେବେ ଶବଯାତ୍ରା ସମୟରେ ରାମ ନାମ୍ ସତ୍ୟ ହୈ , ଜୟକାରା ଲଗାଇଥାନ୍ତି । କିନ୍ତୁ କେବେ ଆପଣ ଭାବିଛନ୍ତି କି କଣ ପାଇଁ ଲୋକେ ଏପରି ଜୟକାରା ଦେଇଥାନ୍ତି , ଜୀବନ ଓ ମୃତ୍ୟୁ ସମୟରେ ଦୁଇଟି ଜିନିଷ ହୋଇଥାଏ , ଯାହା ସାସ୍ୱତ ସତ୍ୟ ଅଟେ , ତାହାକୁ କେହି ବି ବଦଳାଇପାରିବେ ନାହିଁ , ଯିଏ ଜନ୍ମ ନେଇଛି , ସେ କେବେ ବି ଦୁନିଆଁରୁ ବିଦା ହେବେ , ତେବେ ଏହା ବି ସତ୍ୟ ଅଟେ କି ମଣିଷ ମରିବାପରେ ନୁଆ ଶରୀର ନେଇ ଜନ୍ମ ଗ୍ରହଣ କରିବ , ଏହା ଅକାଟ୍ୟ ସତ୍ୟ ଅଟେ , ଆଜି ଆମେ ଆପଣଙ୍କୁ ଯୁଧିଷ୍ଠିର କହିଥିବା ଶବଯାତ୍ରା ସମୟରେ ରାମ ନାମ୍ ସତ୍ୟ ହୈ କାହିଁକି କହିଥାନ୍ତି ତାହା ବିଷୟରେ ଆଲୋଚନା କରିବୁ , ତେବେ ଆସନ୍ତୁ ଜାଣିବା ।
ଆପଣଙ୍କୁ କହିଦେବୁ କି ଶବଯାତ୍ରା ସମୟରେ ରାମ ନାମ୍ ସତ୍ୟ ହୈ ଜୟକାରା ନେବାର ଅସଲି କାରଣ ବିଷୟରେ ମହାଭାରତ ଯୁଦ୍ଧ ସମୟରେ ନିଜେ ପାଣ୍ତବମାନେ ବଡ ଭାଇ ଯୁଧିଷ୍ଠିରଙ୍କ ଏକ ଶ୍ଲୋକରେ ବୁଝାଇଥିଲେ , ଯେଉଁ ଶ୍ଲୋକ ଦ୍ୱାରା ଏହି ବିଷୟରେ କୁହାଯାଇଥିଲା । ସେହି ଶ୍ଲୋକ କିଛି ଏହିପରି ଅଟେ , ଅହନ୍ୟହନି ଭୁତାତି ଗଚ୍ଛତି ଯମମମ୍ ମନ୍ଦିରମ୍ , ଶୋଷା ବିଭୁତିମିଚ୍ଛତି କିମାଶ୍ଚର୍ଯ୍ୟ ମତଃ ପରମ୍ , ଏହି ଗୋଟିଏ ଶ୍ଲୋକର ଜରିଆରେ ଯୁଧିଷ୍ଠିର ପୁରା ବାକ୍ୟର ମତଲବ ବୁଝାଇଥିଲେ , କଣ ପାଇଁ କୁହାଯାଇଥାଏ , ଏହାପଛରେ ଏହାର କାରଣ ଅଛି ,
ଆପଣଙ୍କୁ କହିଦେବୁ କି ତାଙ୍କ ଦ୍ୱାରା କୁହାଯାଈଥିବା ଏହି ଶ୍ଲୋକର ମତଲବ ଏହା କି କେଉଁ ବ୍ୟକ୍ତି ଯେବେ ଶ୍ମଶାନ ନିଆଯାଇଥାଏ , ତେବେ ତାର୍ ପରିଜନ ରାମ ନାମ୍ ସତ୍ୟ ହୈ କହିଥାନ୍ତି , ଯାହାର ଅର୍ଥ ହେଲା ସଂସାରରେ କେବଳ ରାମ ନାମ ସତ୍ୟ ଅଟେ , ସବୁଠାରୁ ଦୁଃଖର କଥା ଏହି ଯେ ଏହି ଶବଯାତ୍ରାରୁ ଫେରିକି ଆସିବାପରେ ଲୋକ ମୋହ ମାୟାରେ ଲାଗିଯାଆନ୍ତି , ଓ ଭୁଲିଯାଆନ୍ତି ତାଙ୍କର ଦିନେ ନା ଦିନେ ମୃତ୍ୟୁ ହେବ , ସେ ଏହି ଶ୍ଲୋକର ମାଧ୍ୟମରେ ଆଗକୁ କହିଲେ କି ଶବଯାତ୍ରା ସମୟରେ ମୃତ ବ୍ୟକ୍ତିର ପରିଜନ ଘରକୁ ଆସିଥାନ୍ତି , ଓ ସବୁଠାରୁ ପ୍ରଥମେ ମୃତ ବ୍ୟକ୍ତିର ସଂମ୍ପତ୍ତିର ଭାଗବଣ୍ଟାରେ ଲାଗିଯାଆନ୍ତି , ଓ ଏହା ଅଧିକା ଆଶ୍ଚର୍ଯ୍ୟର କଥା କଣ ହୋଇପାରେ ,
ସବୁଦିନ କାହାର ନା କାହାର ମୃତ୍ୟୁ ହେବା ସୁନିଶ୍ଚିତ ଅଟେ , କିନ୍ତୁ ଏହାର ପରେ ବି ଲୋକ ଏହି ସତ୍ୟ ଠାରୁ ଦୂରେଇ ରୁହନ୍ତି , ଓ ସାଂସରିକ ମୋହମାୟାରେ ନିଜ ଜୀବନ ନଷ୍ଠ କରିବସନ୍ତି ,ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଶବଯାତ୍ରା ସମୟରେ ରାମ ନାମ୍ ସତ୍ୟ ହୈ ସେ ମୃତ ଶରୀରକୁ ଶୁଣାଇବାପାଇଁ ନୁହେଁ ବରଂ ଏହ ନିଜ ପାଇଁ କହିଥାନ୍ତି , ଏହା କହିବାର ଅର୍ଥ ଏହା ହୋଇଥାଏ କି ଯିଏ ଦୁନିଆଁରେ ଆସିଥାଏ , ତେବେ ତାକୁ ଦିନେ ନା ଦିନେ ଯିବାକୁ ପଡିଥାଏ , କିନ୍ତୁ କେବଳ ଗୋଟିଏ ଜିନିଷ ସତ୍ୟ ଅଟେ , ଯାହାକି ହେଲା ରାମ ନାମ୍ ସତ୍ୟ ଅଟେ ,
ଏହାକୁ କେବେ ବି ଭୁଲିବା ଉଚିତ୍ ନୁହେଁ , ଏହି ବାକ୍ୟରେ ଏଥିପାଇଁ ଶବଯାତ୍ରା ସମୟରେ କୁହାଯାଇଥାଏ, ଯାହା ଦ୍ୱାରା ବ୍ୟକ୍ତିର ଏହି ସତ୍ୟତାରୁ କିଛି ଶିକ୍ଷା ମିଳିପାରିବ , କିଛି ଲୋକ ଏପରି ମାନିଥାନ୍ତି କି ଏହି ବାକ୍ୟ ମୃତ ବ୍ୟକ୍ତି ପାଇଁ କୁହାଯାଇଥାଏ , କିନ୍ତୁ ଅସଲରେ ଯିଏ ଚାଲିଯାଇଛି ତାହାକୁ କିଛି ଫରକ ପଡେ ନାହିଁ , ତାହାର ଦୁନିଆଁରୁ ଯିବାପରେ କଣ ହେଉଛି କଣ ନାହିଁ , ଏଥିପାଇଁ ସବୁ ମନୁଷ୍ୟକୁ ଏହି କଥା ବୁଝିବା ଉଚିତ୍ କି ଦୁନିଆଁରେ କେଉଁ ଜିନିଷକୁ ଲଢିବା ଝଗଡା କରିବା ସବୁ ପରିତ୍ୟାଗ କରିବା ଉଚିତ୍ , କାରଣ ଆଜି ଯେଉଁ ଜିନିଷ ଆପଣଙ୍କ ପାଖରେ ଅଛି କାଲି ତାହା ନଥିବ ।