IAS – IPS ଅଟନ୍ତି ୪ ଭାଇ ଭଉଣୀ, ୨ ବଖରା ଘରେ ରହି ନିଜ ପାଠ ପଢା ପୂରଣ କରିଥିଲେ…
1 min readପ୍ରତାପଗଡର ଲାଲଗଂଞ୍ଜ ତହସିଲରେ ରହୁଥିବା ଅନିଲ ମିଶ୍ରା ଗୋଟେ ଇଚ୍ଛା ଥିଲା କି ତାଙ୍କ ଚାରିଜଣ ଛୁଆ ବଡ ହୋଇ ତାଙ୍କ ନାଁ ଉଜ୍ଜଳ କରନ୍ତୁ ବୋଲି, ଓ ଏହା ହୋଇଥିଲା ବି , ଚାରି ଜଣ ଦେଶର ସର୍ବୋଚ୍ଚ ସେବାଗୁଡିକର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଚାରି ଭାଇ ଭଉଣୀଙ୍କ ମଧ୍ୟରୁ ସବୁଠୁ ବଡ ଜୋଗେଶ୍ ମିଶ୍ରା ଅଟନ୍ତି , ଯିଏକି ଆଇଏଏସ୍ ଅଟନ୍ତି , ଏହି ସମୟରେ କୋଲକାତାରେ ରାଷ୍ଟ୍ରିୟ ତୋପ ଏବଂ ଗୋଳା ନିର୍ମାଣରେ ପ୍ରଶାସନିକ ଅଧିକାରୀ ଅଟନ୍ତି , ଦ୍ୱିତୀୟ ନମ୍ବରରେ ଅଛନ୍ତି ଭଉଣୀ କ୍ଷମା ମିଶ୍ରା ଯିଏକି ଜଣେ ଆଇପିଏସ୍ ଅଟନ୍ତି । ବର୍ତ୍ତମାନ ସେ କର୍ଣ୍ଣାଟକରେ ନିଯୁକ୍ତ ଅଛନ୍ତି , ତୃତୀୟ ନମ୍ବର ଅଛନ୍ତି ମାଧବୀ ମିଶ୍ରା ଯିଏକି ଝାରଖଣ୍ତ କାଡର୍ ର ଆଇଏଏସ୍ ଅଛନ୍ତି ।
ଏହି ସମୟରେ କେନ୍ଦ୍ରର ବିଶେଷ ପ୍ରତିନିଯୁକ୍ତିରେ ଦିଲ୍ଲୀରେ ନିଯୁକ୍ତ ଅଛି । ଚତୁର୍ଥ ନମ୍ବରରେ ଅଛନ୍ତି ଲୋକେଶ ମିଶ୍ରା ଯିଏକି ଜଣେ ଆଇଏଏସ୍ ଅଟନ୍ତି । ଏହି ସମୟରେ ସେ ବିହାରର ଚମ୍ପାରଣ ଜିଲ୍ଲାରେ ଟ୍ରେନିଙ୍ଗ୍ ନେଉଛନ୍ତି ,ସବୁଠାରୁ ବଡ ଭାଇ ଜୋଗେଶ୍ କହିଲେ କି ଆଇଏଏସ୍ ହେବା ପୂର୍ବରୁ ସେ ସଫ୍ଟୱେର୍ ଇଞ୍ଜିନିୟର ଥିଲେ । ଓ ସେ ନୋଏଡା ନିଯୁକ୍ତି ପାଇଥିଲେ , ସେହି ସମୟରେ ତାଙ୍କର ଦୁଇ ଭଉଣୀ କ୍ଷମା- ମାଧବୀ ଦିଲ୍ଲୀରେ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରୁଥିଲେ , ରକ୍ଷା ବନ୍ଧନର ଗୋଟେ ଦିନ ପୂର୍ବରୁ ତାଙ୍କ ରେଜଲ୍ଟ ଆସିଲା ତ ସେମାନେ ଫେଲ୍ ହୋଇଯାଇଥିଲେ ତାର ଗୋଟେ ପରେ ରାକ୍ଷୀ ବାନ୍ଧିବାକୁ ଭଉଣୀ ମାନଙ୍କ ପାଖକୁ ଗଲି ଓ ତାଙ୍କ ହୋସଲା ବଢାଇଲି ,
ସେହି ଦିନରୁ ନିଷ୍ପତ୍ତି ନେଇଗଲି କି ନିଜକୁ ପ୍ରଥମେ ଆଇଏଏସ୍ ହୋଇ ଦେଖାଇବି , ଯେଉଁଠି ଛୋଟ ଭାଇ ଭଉଣୀ ମାନଙ୍କୁ ପ୍ରେରଣା ଦେଇପାରିବି , ତାପରେ ପ୍ରସ୍ତୁତି ଆରମ୍ଭ ହୋଇଗଲା , ଓ ପ୍ରଥମ ଚେଷ୍ଟାରେ ହିଁ ଆଇଏଏସ୍ ହୋଇଗଲି । ଏହା ପରେ ମୁଁ ମୋର ଛୋଟ ଭାଇ ଭଉଣୀଙ୍କୁ ମାର୍ଗଦର୍ଶନ ଦେଇଥିଲି । ମାଧବୀ କହନ୍ତି କି ଚାରି ଭାଇ ଭଉଣୀଙ୍କ ମଧ୍ୟରେ କେବଳ ବୟସର ପାର୍ଥକ୍ୟ ନୁହେଁ , ସମସ୍ତେ ଜଣେ ଅନ୍ୟ ଜଣଙ୍କ ଠାରୁ ଗୋଟେ ବର୍ଷ ଛୋଟ ବଡ ଅଟନ୍ତି , କିନ୍ତୁ ଛୁଆବେଳେ କେତେବେଳେ ଖେଳ ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା , ଓ ସେମାନଙ୍କ ମଧ୍ୟରୁ ଯିଏ ଜଣେ ହେଲେ ବି ବୁଝାସୁଝା କରୁଥିଲା , କ୍ଷମା କହନ୍ତି କି ଆମର କେବଳ ୨ ଟି ରୁମ୍ ବିଶିଷ୍ଟ ଘର ଥିଲା , ଯଦି କେଉଁ ଅତିଥି ଆସୁଥିଲା ତେବେ ଆମକୁ ବହୁତ ଅସୁବିଧା ହେଉଥିଲା । ଓ ପାଠପଢାରେ ଅସୁବିଧା ହେଉଥିଲା ।
ଯୋଗେଶ କହନ୍ତି କି ଆମେ ସବୁ ନିଜ ପିତୃକ ଗାଁ ଲାଲଗଞ୍ଜରେ ରହିକରି +୨ ଯାଏଁ ପାଠପଢିଲୁ , ତାପରେ ମୋତିଲାଲ୍ ନେହେରୁ ରାଷ୍ଟ୍ରିୟ ପ୍ରୋଧୋଗିକି ସଂସ୍ଥାନ ବି ଟେକ୍ କରିବାପରେ ଇଲାହାବାଦ ଚାଲି ଆସିଥିଲେ , ସେଠାରେ ତାଙ୍କୁ ସଫ୍ଟୱେର୍ ଇଞ୍ଜିନିୟର ଚାକିରି ମିଳିଲା , ଓ ନୋଏଡା ଚାଲିଆସିଲି । ୨୦୧୩ ରେ ଆଇଏଏସ୍ ହେଲି , କ୍ଷମା ଏମ୍ ଏ ପର୍ଯ୍ୟନ୍ତ ଗାଁରେ ପାଠ ପଢିଥିଲା , ତାପରେ ତାର ବିବାହ ୨୦୦୬ ରେ ପାଖରେ ରହୁଥିବା ସୁଧୀର ସହ ବିବାହ ହୋଇଥିଲା , ସୁଧୀର ଉତ୍ତରାଖଣ୍ତ ଜିଲ୍ଲାରେ ଅପୁର୍ତ୍ତୀ ଅଧିକାରୀ ଥିଲେ , ସେ କ୍ଷମାକୁ ଆଗକୁ ପାଠପଢା ଜାରି ରଖିବାପାଇଁ ଜୋର୍ ଦେଇଥିଲେ , ପ୍ରାରମ୍ଭିକ ସମୟରେ କ୍ଷମାର ସିଲେକ୍ଟସନ୍ ୨୦୧୫ ରେ ଡେପୁଟି ଏସ୍ ପି ହେଲେ , କିନ୍ତୁ ଆର ବର୍ଷ ପୁଣି ପରୀକ୍ଷା ଦେବା ପରେ ୨୦୧୬ ରେ ଆଇପିଏସ୍ ହୋଇଗଲା ,
ଦ୍ୱିତୀୟ ଭଉଣୀ ମାଧବୀ ଗ୍ରାଜୁଏସନ୍ ଲାଲଗଞ୍ଜରୁ କରିବାପରେ ଇକୋନୋମିକ୍ସରୁ ପୋଷ୍ଟ ଗ୍ରାଜୁଏସନ କରିବାପରେ ଇଲାହାବାଦ ପଳେଇ ଆସିଛି , ସେଠାରେ ପାଠପଢା ପୁରା କରିବା ପରେ ଜେଏନ୍ ୟୁ ଦିଲ୍ଲୀରେ ରିସର୍ଚ୍ଚ କରିବା ସମୟରେ ୨୦୧୬ ରେ ତାଙ୍କର ସିଲେକ୍ଟସନ ଆଇଏଏସ୍ ରେ ହୋଇଗଲା , ସବୁଠାରୁ ଛୋଟ ଭାଇ ଲୋକେଶ ଦିଲ୍ଲୀ ୟୁନିଭରସିଟିରୁ କେମିକାଲ୍ ଇଞ୍ଜିନିୟରିଙ୍ଗ୍ କରିବାପରେ ରାଜସ୍ଥାନର କୋଟାରେ ଏକ ଫର୍ଟିଲାଇଜର୍ କମ୍ପାନୀରେ ଚାକିରି କଲେ , ୨୦୧୫ ରେ ପିସିଏସ୍ ପରୀକ୍ଷାରେ କ୍ୱାଲିଫାଇ କରିବାପରେ ବିଡିଓ ହେଲେ , ତାପରେ ସେ ସିଭିଲ୍ ପରୀକ୍ଷା ଦେଇଥିଲେ , ଓ ୨୦୧୬ ରେ ସେ ଆଇଏଏସ୍ ହୋଇଗଲେ