ଏହି ଫଳର ସେବନ କରିବା ଦ୍ଵାରା ଶରୀରରୁ ଅନେକ ରୋଗ ଦୂର ହୁଏ , ଚେହେରା ହେଇଯିବ ସୁନ୍ଦର ଓ ଚିକଣ..
![](https://odiaexpress.net/wp-content/uploads/2019/06/chiku.png)
ଅନିୟନ୍ତ୍ରିତ ଖାଦ୍ୟାଭ୍ୟାସ ଯୋଗୁ ବୟସ ହେବ ପୂର୍ବରୁ ଜଣକୁ ଅନେକ ରୋଗ ଆକ୍ରମଣ କରନ୍ତି । ଏହା ଯୋଗୁ 10ବର୍ଷର ବାଳକ ଗୋଡ ଓ ଶରୀର ପୀଡାରେ କଷ୍ଟ ଭୋଗୁଛନ୍ତି । ବଡ ଓ ବୃଦ୍ଧ ମାନଙ୍କୁ ଏହିପରି ସମସ୍ୟା ହୋଇଥାଏ । ଅଧିକ ଲୋକନିଜର ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ କୌଣସି ନା କୌଣସି ସମସ୍ୟାରେ କଷ୍ଟ ଭୋଗୁଛନ୍ତି ଓ ଏହି କାରଣରୁ ଆୟ ଅପେକ୍ଷା ବ୍ୟୟ ଅଧିକ ହୁଏ ସବୁ ମାସରେ ଔଷଧ କିଣିବାରେ । ଆପଣ ଯଦି ଅନେକ ବର୍ଷରୁ ଅସ୍ଥି ଦୁର୍ବଳତା , ଶରୀର ପୀଡା ଓ ରକ୍ତହୀନତା ଭୋଗୁଛନ୍ତି ତେବେ ଏହି ସମସ୍ୟା ଦୂରକରିବା ପାଇଁ ଏହି ଫଳର ସେବନ କରନ୍ତୁ । ଆସନ୍ତୁ ଜାଣିବା କଣ ଏହି ଫଳଟି.
ସର୍ବଜନବିଦିତ ଯେ ଫଳ ସେବନ ଦ୍ଵାରା ଶରୀରକୁ ଲାଭ ମିଳିଥାଏ । ଅଲଗା ଅଲଗା ପ୍ରକାରର ଫଳ ରେ ନିଜର ସ୍ଵତନ୍ତ୍ର ଗୁଣ ଥାଏ । ଫଳ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହେ ଓ ତ୍ଵଚା ସୁସ୍ଥ ରୁହେ । ଆମେ ଆପଣଙ୍କୁ ଯେଉଁ ଫଳ ଖାଇବାକୁ କହୁଛୁ ତାର ନାମ ସପେଟା । ଏହାକ ଖାଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ
ସପେଟା ସେବନ କରନ୍ତୁ – ସପେଟା ଏକ ଏପରି ଫଳ ଯାହା ସବୁଠାରେ ମିଳିଥାଏ । ଯଦି ସପେଟା ଖାଇ ନପାରୁଛନ୍ତି ତେବେ ଏହାକୁ ସରବତ କରି ପିଆନ୍ତୁ । ଏହାକୁ ପ୍ରସ୍ତୁତ କରିବା ପାଇଁ ସପେଟାକୁ ମଝିରୁ କାଟନ୍ତୁ ଓ ଏହାର ମଞ୍ଜି ବାହାର କରିଦିଅନ୍ତୁ । ଏହାପରେ କଟାହୋଇଥିବା ସପେଟା କୁ ଗୋଟିଏ ଗ୍ଲାସ କ୍ଷୀର ସହିତ ମିଶ୍ରି ମିଶେଇ ସର୍ବତ କରନ୍ତୁ । ଆପଣ ଚାହିଁଲେ ଏଥିରେ ବାଦାମ, କାଜୁ ଇତ୍ୟାଦି ଶୁଷ୍କଫଳ ପକେଇ ପିଇ ପାରିବେ ।
ସପେଟା ସର୍ବତର ଲାଭ – ସବୁଦିନ ସପେଟା ସର୍ବତ ପିଇବା ଦ୍ଵାରା ଆପଣଙ୍କ ଚର୍ମ ଚିକ୍କଣ ହୁଏ , ତ୍ଵଚା ସମ୍ବନ୍ଧିତ ରୋଗ ଦୂର ହୁଏ ରକ୍ତହୀନତା ଦୂର ହୁଏ । ଅନେକ ବର୍ଷ ପୁରାତନ ଅସ୍ଥି ପୀଡା ଓ ଶରୀର ପୀଡା ଦୂର ହୁଏ । ଏହାବ୍ୟତୀତ ଆପଣ ଶକ୍ତିଶାଳୀ ହୋଇଥାନ୍ତି ।