January 28, 2025

Odia Express

Here, There and Everywhere

ଭଙ୍ଗା ଧାରଣା ଆଡକୁ ଖୁବ ଦ୍ରୁତ ଗତିରେ ଯାଉଥିଲା ଟ୍ରେନ, ଗରିବ ବାପ ଝିଅ ଧାରଣା ମଝିରେ ଠିଆ ହୋଇଗଲେ ଆଉ ବଂଚେଇଲେ ହଜାର ହଜାର ଲୋକଙ୍କ ଜୀବନ, ତାପରେ କିଛି ଏପରି ହେଲା ଯେ…

ଏହା ଅନେକଥର ଦେଖାଯାଇଛି ଯେଉଁମାନଙ୍କ ପାଖରେ ଧନର ଅଭାବ ଥାଏ ସେମାନଙ୍କର ହୃଦୟ ବିଶାଳ ଥାଏ । ଅନେକଥର ଏମାନେ କିଛି ଏପରି କାମ କରିଦିଅନ୍ତି ଯାହାକୁ କରିବାର ସାହସ ଧନୀ ଲୋକଙ୍କ ପାଖରେ ବି ନଥାଏ । ଏହିଭଳି ଏକ ଘଟନା ତ୍ରିପୁରାର ଧନଚାରା ଗ୍ରାମରେ ଦେଖିବାକୁ ମିଳିଛି । ଏଠାରେ ଜଣେ ନିର୍ଧନ ବାପଝିଅଙ୍କ ଯୋଡି ନିଜ ଜୀବନ ସହ ଖେଳି ସହସ୍ର ଲୋକଙ୍କର ଜୀବନ ବଞ୍ଚେଇଛନ୍ତି । ଏମାନଙ୍କୁ ସାକ୍ଷାତ କରନ୍ତୁ , ଏମାନେ ହେଲେ ସ୍ଵପନ ଓ ତାଙ୍କ ଝିଅ ସୋମତୀ ।ସ୍ଵପନ ଓ ସୋମତୀଙ୍କ ଯୋଗୁ ଏକ ବହୁତ ବଡ ରେଳ ଦୁର୍ଘଟଣା ହେବାରୁ ଟାଳି ଦିଆଗଲା । ଓ ଶତାଧିକ ଲୋକଙ୍କର ଜୀବନ ବଞ୍ଚିଗଲା । ଏହି ସତ୍ୟଘଟଣା ବାଂଲାଦେଶ ଓ ମିଆଁମାର ରାସ୍ତାରେ ପଡୁଥିବା ତ୍ରିପୁରାର ଧନଚାରା ରୁ ଆରମ୍ଭ ହୋଇଛି । ଏଠାରେ ସ୍ଵପନ ନିଜର ୭ସଦସ୍ୟ ବିଶିଷ୍ଟ ପରିବାର ସହ ବହୁତ ଆର୍ଥିକ ଦୁରବସ୍ଥାରେ ରହନ୍ତି ।

 

ସ୍ଵପନଙ୍କ ଘରେ ଅନେକଦିନ ଧରି ରୋଷେଇ କରିବାକୁ କିଛି ନଥାଏ । ଏମିତିରେ ଦିନେ ନିଜ ପରିବାରକୁ ଭୋକିଲା ଦେଖିବା ବଦଳରେ ସେ କିଛି ଭିନ୍ନ କରିବାକୁ ଚିନ୍ତା କଲେ । ସେ ନିଜ ଝିଅ ସୋମତୀକୁ ଘର ପାଖରେ ଥିବା ଜଙ୍ଗଲକୁ ଫଳ ଖୋଜିବା ନିମନ୍ତେ ନେଇଗଲେ । ଜଙ୍ଗଲରେ ଫଳ ଖୋଜିବା ସହ ସେ ବାଉଁଶ କଟିବାରେ ଲାଗିଲେ ଯାହା ଫଳରେ ସେ ଏଗୁଡ଼ିକୁ ବିକି କିଛି ଆୟ କରିପାରିବେ ।

 

ଏହି ସମୟରେ ସେ ଦେଖିଲେ ଯେ ଗୋଟିଏ ଦିନ ପୂର୍ବରୁ ହୋଇଥିବା ଭୀଷଣ ବର୍ଷା ଯୋଗୁ ସେହି ଅଞ୍ଚଳରେ ବହୁତ କ୍ଷତି ହୋଇଛି । ଏହି କାରଣରୁ ରେଳର ଗୋଟିଏ ଟ୍ରାକ ମଧ୍ୟ କ୍ଷ୍ୟତିଗ୍ରସ୍ତ ହୋଇଛି । ଏମିତିରେ ଯଦି ଟ୍ରେନ ଏହାଉପରେ ଯାଏ ତେବେ ଧାରଣା ଭାଙ୍ଗି ରେଳ ପାଣିରେ ପଡିବାର ଆଶଙ୍କା ଅଛି । ଏହାଦ୍ୱାରା ସହସ୍ର ଲୋକଙ୍କର ଜୀବନ ଯାଇପାରେ ।  ତେଣୁ ସ୍ଵପନ ସେହିଠାରେ ଟ୍ରାକ ଉପରେ ବସି ଟ୍ରେନ ଆସିବାର ପ୍ରତୀକ୍ଷା କରିବାକୁ ଲାଗିଲା ଯଦ୍ୱାରା ଏହି ଦୁର୍ଘଟଣାକୁ ଟାଳି ଦେଇହେବ ।

ଏହି ଅଞ୍ଚଳରେ କେବଳ ଗୋଟିଏ ଟ୍ରେନ ଚାଲେ ତେଣୁ ସ୍ଵପନ ଙ୍କୁ ତା ପ୍ରତୀକ୍ଷାରେ ଦୀର୍ଘ ସମୟ ବସିବାକୁ ହେଲା । ଟିକେ ଚିନ୍ତା କରନ୍ତୁ ଏହି ସମୟକୁ ସେ ବାଉଁଶ କାଟି କିମ୍ବା ସେଗୁଡିକୁ ବିକି ପରିବାର ପେଟକୁ ଖାଦ୍ୟ ଦେଇପାରିଥାନ୍ତା କିନ୍ତୁ ତାଙ୍କ ନିମନ୍ତେ ଅନ୍ୟ ଲୋକଙ୍କର ଜୀବନ ବଞ୍ଚେଇବା ପ୍ରଥମିକତା ଥିଲା । କିଛି ଘଣ୍ଟାର ଅପେକ୍ଷା କରିବାପରେ ସ୍ଵପନ ଟ୍ରେନ ଆସୁଥିବାର ଶବ୍ଦ ଶୁଣିପାରିଲେ ।

 

ଦ୍ରୁତ ବେଗରେ ଆସୁଥିବା ଟ୍ରେନକୁ ଅଟକେଇବା ପାଇଁ ସ୍ଵପନ ଟ୍ରାକ ମଝିରେ ଛିଡା ହୋଇଗଲା ଓ ନିଜର ସାର୍ଟକୁ ଦୁଇ ଭାଗରେ ଚିରି ସାର୍ଟକୁ ପତାକା ଭଳି ହଲେଇବାକୁ ଲାଗିଲେ । ଏପଟେ ଟ୍ରେନରେ ବସିଥିବା ଇଞ୍ଜିନିଅର ଓ ଡ୍ରାଇଭରଙ୍କୁ ଲାଗିଲା ଯେ ଏହି ଲୋକଜଣକ ପାଗଳ ହୋଇଯାଇଛି ଯିଏ ବୋଧେ ଟ୍ରେନ ଅଟକେଇ ସେଥିରେ ଯିବାକୁ ଚାହୁଁଛି । ଏଥିପାଇଁ ସେ ହର୍ନ ବଜେଇବାକୁ ଲାଗିଲେ ଓ ଟ୍ରେନ ସେମିତି ଦ୍ରୁତ ବେଗରେ ଆଗେଇବାକୁ ଲାଗିଲା ।

ଯେବେ ସ୍ଵପନ ଜାଣିପାରିଲେ ଟ୍ରେନ ଏପରି ଉପାଯରେ ରହିବ ନାହିଁ ତେଣୁ ସେ ନିଜ ସମ୍ମୁଖରେ ନିଜର ୯ବର୍ଷ ଝିଅ ସୋମତୀକୁ ମଧ୍ୟ ଠିଆ କରିଦେଲେ । ଦ୍ରୁତ ବେଗରେ ଆସୁଥିବା ଟ୍ରେନ ଆଗରେ ଠିଆ ହେବାକୁ ସୋମତୀ ଦାରୁଥିଲା କିନ୍ତୁ ତାର ବାପା ତାକୁ ସାହସର ସହ ସମ୍ମୁଖୀନ ହୋଇ ଲୋକଙ୍କର ଜୀବନ ବଞ୍ଚେଇବା କଥା କହିଲେ ।

 

ଶେଷରେ ଟ୍ରେନ କ୍ଷ୍ୟତିଗ୍ରସ୍ତ ଧାରଣାର କିଛି ମିଟର ପୂର୍ବରୁ ଅଟକିଗଲା । ଯେତେବେଳେ ଟ୍ରେନ ଚାଳକ ଶୋନୁ କୁମାର ମଣ୍ଡଳଙ୍କୁ ସଂପୂର୍ଣ୍ଣ ଘଟଣା ଜଣାପଡିଲା ସେ ଏତେ ଅଧିକ ପ୍ରଭାବିତ ହେଲେ ଯେ ସେ ବାପଝିଅଙ୍କ ସହ ଗୋଟିଏ ଫଟୋ ଉଠେଇଲେ । ପରେ ସେ ଏହି କାହାଣୀକୁ ଫେସବୁକରେ ମଧ୍ୟ ଶେୟାର କରିଥିଲେ । ଖୁବ ଶୀଘ୍ର ଏହି ବାପଝିଅଙ୍କ ଯୋଡି ପ୍ରସିଦ୍ଧ ହୋଇଗଲେ ।

ଏହାପରେ ତ୍ରିପୁରାର ସ୍ୱାସ୍ଥ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ସୁଦୀପ ରାୟ ବର୍ମନ ସେମାନଙ୍କୁ ଧନ୍ୟବାଦ ଦେବାକୁ ଯାଇ ନିଜ ଘରକୁ ଭୋଜନ କରିବା ନିମନ୍ତେ ନିମନ୍ତ୍ରଣ କଲେ । ଏହା ସହିତ ସ୍ଵପନ ଙ୍କୁ ରେଳ ବିଭାଗରେ ଚାକିରି ମିଳିଲା ଓ ଗୋଟିଏ ରେଳଷ୍ଟେସନର ନାମ ତାଙ୍କ ନାମରେ ନାମିତ କରାଗଲା । ସ୍ଵପନ ଶିକ୍ଷିତ ନୁହନ୍ତି ଏଥିପାଇଁ  ତାଙ୍କ ନିମନ୍ତେ ଶିକ୍ଷା ଗ୍ରହଣ କ୍ଳାସର ବନ୍ଦୋବସ୍ତ କରାଗଲା । ଏହା ଅତିରିକ୍ତ ଟ୍ରେନରେ ଥିବା ୨ହଜାର ଯାତ୍ରୀଙ୍କ ଜୀବନ ବଞ୍ଚେଇଥିବାରୁ ଅନେକ ଯାତ୍ରୀ ତାଙ୍କୁ ଚେକରେ ଟଙ୍କା ପଠେଇବା ଆରମ୍ଭ କରିଛନ୍ତି ଯାହା ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ।

Leave a Reply

Your email address will not be published. Required fields are marked *