October 14, 2025

Odia Express

Here, There and Everywhere

ଦୁନିଆଁର ସବୁଠାରୁ ଉଚ୍ଚା ଶିବଲିଙ୍ଗ, ୫୧ ଲକ୍ଷ ରୁଦ୍ରାକ୍ଷରେ ତିଆରି ହୋଇଛି , ଶ୍ରାବଣ ସୋମବାର ରେ ଦର୍ଶନ କରି ପୂଣ୍ୟ ଅର୍ଜନ କରୁଛନ୍ତି ଶ୍ରଦ୍ଧାଳୁ ..

ଗୁଜୁରାଟର ଜୁନାଗଡରେ ବିଶ୍ୱର ସବୁଠାରୁ ଉଚ୍ଚା ରୁଦ୍ରାକ୍ଷ ଶିବଲିଙ୍ଗ ନିର୍ମାଣ କରାଯାଇଛି, ଏବେ ପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ଉଚ୍ଚା ରୁଦ୍ରାକ୍ଷର ଶିବଲିଙ୍ଗ ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଥିଲା ଯାହାର ଉଚ୍ଚତା ପ୍ରାୟ ୩୩ ଫୁଟ୍ ଥିଲା । ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସୁଛନ୍ତି , ଓ ଏହା ବେଶୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି କାରଣ ଏହା ୫୧ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ  ,ଯାହାକି ଏକ ବଡ ରେକର୍ଡ ଅଟେ , ଏହି ଶିବଲିଙ୍ଗ ୫୧ ଲକ୍ଷ ରୁଦ୍ରାକ୍ଷରୁ ତିଆରି ହୋଇଛି, ଶିବଲିଙ୍ଗକୁ ଦୂରରୁ ଦେଖିଲେ ଜଣାପଡୁନାହିଁ କି ଏହା ରୁଦ୍ରାକ୍ଷରେ ତିଆରି ହୋଇଛି, ପାଖରେ ଏହାର ଭବ୍ୟତା ନଜର ଆସୁଛି , ଏହାର ଚାରିପଟେ ଏକ ବଡ ମାଳା ପିନ୍ଧା ହୋଇଛି ।

 

ଏଠାରେ ଜନତା ଏହି ଶିବଲିଙ୍ଗକୁ ଦେଖିକରି ଭାବ ବିହ୍ୟୋଳ ହୋଇଉଠୁଛନ୍ତି , ସମସ୍ତଙ୍କ ପାଇଁ ଏହା ଅବିସ୍ମରଣୀୟ ମୂହୂର୍ତ୍ତ ଅଟେ , ଆପଣଙ୍କୁ ଜଣାଇଦେବୁ କି ଏହା ପୂର୍ବରୁ ଯୋଧପୁର ସହରର ପ୍ରାୟ ୬୫ କିମି ଦୂରତାରେ ସଚ୍ଚିୟାୟ ମାତା ମନ୍ଦିର ପାଇଁ ପ୍ରସିଦ୍ଧ ଓସିୟାଁ ୨୫ ଲକ୍ଷ ରୁଦ୍ରାକ୍ଷରେ ତିଆରି ୩୩ ଫୁଟ୍ ଉଚ୍ଚତା ବିଶିଷ୍ଟ ରୁଦ୍ରାକ୍ଷର ଶିବଲିଙ୍ଗ ହୋଇଥିଲା । ଏବେ ପର୍ଯ୍ୟନ୍ତ ବିଶ୍ୱର ଏହା ସବୁଠାରୁ ଉଚ୍ଚତା ବିଶିଷ୍ଟ ଶିବଲିଙ୍ଗ ଥିଲା ।

Leave a Reply

Your email address will not be published. Required fields are marked *