October 26, 2024

Odia Express

Here, There and Everywhere

ସିଂହ ରାଶି ଲୋକଙ୍କ ବିଷୟରେ ସତ ଜାଣିକରି ଆପଣଙ୍କ ଉଡିଯିବ ହୋସ୍ – ଯଦି ଆପଣଙ୍କ ରାଶି ସିଂହ ଅଟେ କିମ୍ବା ଆପଣଙ୍କ ପାଖେ ସିଂହ ରାଶିର ଲୋକ ଅଛନ୍ତି ତେବେ ନିଶ୍ଚୟ ପଢନ୍ତୁ ଏହି ଆର୍ଟିକିଲ

ଜ୍ୟୋତିଷ୍ୟ ଶାସ୍ତ୍ର ଏହା ଏମିତି ଏକ ଶାସ୍ତ୍ର ଅଟେ ଯାହା ଦ୍ୱାରା ଆମେ ଆମର ଜୀବନରେ ହେଉଥିବା ଘଟଣା ବିଷୟରେ ଆଗୁଆ ଜାଣିପାରିଥାଉ ।ଓ ସେଥିରୁ ବଞ୍ଚିବା ପାଇଁ ଉପାୟ ବି ବାହାର କରିପାରିଥାଉ । ଜ୍ୟୋତିଷ୍ୟ ଶାସ୍ତ୍ର ସାହାର୍ଯ୍ୟରେ ଆମେ ସବୁ ରାଶିର ଜାତକ ବିଷୟରେ ଜାଣି ପାରିବା । କେବଳ ରାଶି ଜାଣିବା ଦ୍ୱାରା ଆମେ ଜାଣି ପାରିବା କି ଲୋକ କିପରି ଅଟେ । ଓ ତାର ସ୍ୱଭାବ କିପରି ହେବ । ଏହା ଆମେ ସମସ୍ତେ ଜାଣିଛନ୍ତି କି ଆମର ଜୀବନରେ ଗ୍ରହର ପ୍ରଭାବ ନିଶ୍ଚିତ ରୁପେ ପଡିଥାଏ । ଓ ଗ୍ରହର ପରିବର୍ତ୍ତନ ସକାଶେ ଆମର ଜୀବନରେ ନାନାଦି ଘଟଣାମାନ ଘଟିଥାଏ । ଆଜି ଆମେ ଏକ ବିଶେଷ ରାଶି ବିଷୟରେ କିଛି କହିବାକୁ ଯାଉଛୁ । ଓ ସେହି ରାଶି ହେଲା ସିଂହ ରାଶି ।

 

ସିଂହ ରାଶିର ଲୋକେ ପ୍ରେମୀ ହିସାବରେ ସବୁବେଳେ ବହୁତ ଭାବୁକ ହୋଇଥାନ୍ତି । ସେମାନେ ଏମିତି ସାଙ୍ଗ ବାଛନ୍ତି ଯେଉଁମାନେ ତାଙ୍କୁ ସବୁବେଳେ ସାଥ ଦେବ । ଓ ଯେଉଁ ମାନେ ମୂର୍ଖତାପୂର୍ଣ୍ଣ କାମ କିଛି କରନ୍ତି ନାହିଁ । ଏହି ରାଶିର ଲୋକ ବହୁତ ସାହାସୀ, ମଜାଳିଆ, ଓ ବହୁତ ଉର୍ଜାବାନ ବ୍ୟକ୍ତି ବିଶେଷ ହୋଇଥାନ୍ତି । ଯେତେବେଳେ ଶାରରୀକ ସଂମ୍ପର୍କ କଥା ଆସେ ଏମାନେ ପ୍ରେମ ଓ ଶାରରୀକ ସଂମ୍ପର୍କ ମଧ୍ୟରେ ଏକ ଅନ୍ତର ରଖିଥାନ୍ତି । ଏମାନେ ଦୈନିକ ଦିନ ଚର୍ଚ୍ଚାରେ ହସ୍ତକ୍ଷେପ କରି ନଥାନ୍ତି । ଏମାନେ ବହୁତ ସ୍ୱତନ୍ତ୍ର ଓ ବୁଦ୍ଧିଜୀବୀ ହୋଇଥାଆନ୍ତି ।

 

ସିଂହ ରାଶିର ଲୋକେ ଏକ ରାଜାର ପରି ବଞ୍ଚିବାକୁ ପସନ୍ଦ କରନ୍ତି । ଓ ସେମାନେ ନିଜ ବରାବର ଲୋକଙ୍କ ସହ ବସିବା ପସନ୍ଦ କରନ୍ତି ।ଏମାନଙ୍କ ମଧ୍ୟରେ ବହୁତ ଆତ୍ମବିଶ୍ୱାସ ଭରପୂର ଥାଏ । ଏମାନେ ଯେଉଁ କାର୍ଯ୍ୟ କରନ୍ତି ସେହି କାମକୁ ବହୁତ ଆତ୍ମବିଶ୍ୱାସ ସହ କରିଥାନ୍ତି । ଏହି କାରଣ ଯୋଗୁଁ ଏମାନଙ୍କୁ ବିରୋଧ କରିବା କଠିନ ସାଧ୍ୟ ହୋଇଥାଏ । ଏମାନେ ନିଜ ବଚନରେ ପକ୍କା ଅଟନ୍ତି । ଏମାନେ ନିଜ ବନ୍ଧୁ ମାନଙ୍କ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି । ଏମାନେ ବହୁତ ଉଚ୍ଚ ଅଭୀଳାସୀ ହୋଇଥାଆନ୍ତି ।ଏମାନେ ଘର ଓ ବାହାର କାମକୁ ବହୁତ ଭଲ ଭାବେ ସମ୍ଭାଳି ନେଇଥାନ୍ତି ।

 

ଏମାନେ ନିଜ ସ୍ତ୍ରୀ ଓ ଜୀବନସାଥି ଙ୍କ ପାଇଁ ସବୁକିଛି ଲୁଟେଇବାକୁ ଆଗଭର ଥାଆନ୍ତି । ଏମାନେ ନିଜ କର୍ମଚାରୀ ମାନଙ୍କୁ ଠାରୁ ବହୁତ କିଛି ଆଶା କରନ୍ତି । ଯେତେବେଳେ ସୁବିଧା ମିଳେ ଏମାନେ ନିଜ କର୍ମଚାରୀଙ୍କ ସହ ଖୋଲା ଭାବରେ ମିଶିବାକୁ ପସନ୍ଦ କରନ୍ତି । ଓ ସେମାନେ ନିଜ କର୍ମଚାରୀଙ୍କ ଠାରୁ ଭଲ କାମର ଆବଶ୍ୟକତାର ଆଶା ରଖିଥାନ୍ତି । ଏମାନେ ନିଜ ସାଙ୍ଗ ମାନଙ୍କ ବିପଦ କିମ୍ବା ଅସୁବିଧା ସମୟରେ ସବୁବେଳେ ଥାଆନ୍ତି ଯେ ପର୍ଯ୍ୟନ୍ତ ସେମାନଙ୍କ ଅସୁବିଧା ଦୂର ନ ହୋଇଛି ।

ସେମାନେ ନିଜ ସାଙ୍ଗ ମାନଙ୍କୁ ସବୁ ବେଳେ ସୁରକ୍ଷିତ ଓ ଖୁସି ରଖିବା ପସନ୍ଦ କରନ୍ତି । ଯଦି ଏହି ରାଶିଙ୍କର ଲୋକଙ୍କ କ୍ୟାରିୟର କଥା କହିବା ଏମାନେ ପ୍ରବନ୍ଧନ ଶିକ୍ଷା ଓ ବ୍ୟବସାୟରେ ବହୁତ ପସନ୍ଦ କରନ୍ତି । ଓ ଏମାନେ ଯେ କୌଣସି ବଡ କାମକୁ ଉଚିତ୍ ବୁଦ୍ଧି ପ୍ରୟୋଗ କରି ତାକୁ କରିବାକୁ ଚେଷ୍ଟା କରନ୍ତି । ଧନ ସଂମ୍ପର୍କୀୟ ମାମଲାରେ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *