ଆପଣ ଜାଣନ୍ତି ବି କ୍ରିକେଟ ଜଗତରେ ଏଭଳି ୪ ଜଣ ଭାଇ ଯେଉଁମାନେ ସମସ୍ତେ ବଡ ବଡ କ୍ରିକେଟ ଖେଳାଳି ଅଟନ୍ତି – ଦେଖନ୍ତୁ କେଉଁ ଦେଶର ୪ ଭାଇ କ୍ରିକେଟ ଖେଳୁଥିଲେ..
1 min readପାକିସ୍ଥାନର ପୂର୍ବ ଟେଷ୍ଟ କ୍ରିକେଟ ୱଜିର ମହମ୍ମଦ ଙ୍କର ପରିଚୟ କେବଳ ଏହା ନୁହେଁ ଯେ ସେ ଲିଟିଲ ମାଷ୍ଟର କୁହାଯାଉଥିବା ହନିଫ ମହମ୍ମଦ, ମୁସ୍ତାକ ମହମ୍ମଦ ଓ ସାଦିକ ମହମ୍ମଦଙ୍କର ବଡଭାଇ ଅଟନ୍ତି । ସେ ନିଜର ଏଇ ତିନି ଭାଇଙ୍କ ତୁଳନାରେ ବହୁତ କମ ଟେଷ୍ଟ ଖେଳିଛନ୍ତି କିନ୍ତୁ ଖେଳର କୌଶଳରେ ସେ ନିଜର ଭାଇ ମାନଙ୍କଠାରୁ ଅଧିକ ଗଭୀର ଦ୍ରୁଷ୍ଟି ରଖିଥିଲେ ଓ ଏହି କାରଣ ଅଟେ ଯେ ତାଙ୍କର ପରିଚୟ ନିଜ ସମୟର ବୌଦ୍ଧିକ କ୍ରିକେଟର ମାନଙ୍କ ସହ କରାଯାଏ । ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଯେଉ ଟେଷ୍ଟ ସିରିଜ ରେ ହନିଫ ମହମ୍ମଦ ୩୩୭ରନର ସ୍ମରଣୀୟ ପାଳି ଖେକିବାର ରେକର୍ଡ କରିଥିଲେ ସେହି ସିରିଜରେ ୱଜିର ମହମ୍ମଦ ୧୮୯, ୧୦୬ ଓ ୯୭ରନର ଅବିଜିତ ପାଳି ଖେଳିଥିଲେ । ୱଜିର ମହମ୍ମଦଙ୍କ ବୟସ ୮୯ରୁ ଅଧିକ ହୋଇସାରିଛି ଓ ଏହି ହିସାବରେ ସେ ପାକିସ୍ଥାନର ସର୍ବାଧିକ ବୟସ୍କ ଜୀବିତ କ୍ରିକେଟର ଅଟନ୍ତି କିନ୍ତୁ ଏହି ବୟସରେ ମଧ୍ୟ ସେ ସ୍ୱାସ୍ଥ୍ୟବାନ ଅଟନ୍ତି ।
ୱଜିର ମହମ୍ମଦ ବ୍ରିଟେନରେ ବର୍ମିଙ୍ଗହମ ସହରର ଗହଳିରୁ ଦୂରରେ ସୋଲିହଲର ଶାନ୍ତିପୂର୍ଣ୍ଣ ଅଞ୍ଚଳରେ ୪୫ବର୍ଷ ହେବ ରହୁଛନ୍ତି ଓ ତାଙ୍କର ସମୟ ବଗିଚା କରିବା ଓ ଟିଭିରେ କ୍ରିକେଟ ମ୍ୟାଚ ଦେଖିବାରେ କଟିଯାଉଛି । ସେ କୁହନ୍ତି ଯେ ଯେତେବେଳେ କୌଣସି ବ୍ୟାଟ୍ସମ୍ୟାନର ବ୍ୟାଟିଂ ଦେଖୁଥାନ୍ତି ସେତେବେଳେ ଫିଲଡିଙ୍ଗ ଟିମର ଅଧିନାୟକ ହୋଇ ଏହା ଭାବନ୍ତି ଯେ ଏହି ବ୍ୟାଟ୍ସମ୍ୟାନ ପାଇଁ କିପରି ଫିଲଡିଙ୍ଗ ସେଟ କରି ଆଉଟ କରିବେ ।
କେବଳ ମୋ ପାଇଁ ହୋଇଥିଲା ଟ୍ରାଏଲ – ସେ କହିଲେ ଯେ “ ମୁଁ ଯେତେ ଟେଷ୍ଟ ଖେଳିଛି ସେ ସମୟରେ ଅବସ୍ଥା କେବେ ମଧ୍ୟ ମୋ ପାଇଁ ସହଜ ନଥିଲା କାରଣ ଯେବେ ବି ପାକିସ୍ଥାନୀ ଦଳର ଚୟନ ସମୟ ଆସୁଥିଲା ସେତେବେଳେ ସମସ୍ତ ଖେଳାଳିଙ୍କ ନାମ ସଙ୍ଗେସଙ୍ଗେ ଲେଖିଦିଆ ଯାଉଥିଲା କିନ୍ତୁ ଯେତେବେଳେ ମୋ ନାମ ଆସୁଥିଲା ସେତେବେଳେ ପ୍ରଶ୍ନ ଚିହ୍ନ ଲଗାଯାଉଥିଲା ଓ କୁହାଯାଉଥିଲା ଯେ ଆପଣଙ୍କ ଚୟନ ଟ୍ରାଏଲ ଦ୍ଵାରା ହେବ । ମୁଁ ଟ୍ରାୟେଲ୍ସ ଦେଇ ଦେଇ ମାନସିକ ସ୍ତରରେ ମଜବୁତ ହୋଇଯାଇଥିଲି ଓ ଟ୍ରାଏଲ ପାଇଁ ଭୟ କରୁନଥିଲି ତାବଦଳେ ସେଥିପାଇଁ ପ୍ରସ୍ତୁତ ରହୁଥିଲି । ୱଜିର ମହମ୍ମଦ ଙ୍କ ଅନୁଯାୟୀ ସେ କମନୱେଲଥ ଏକାଦଶ ବିରୁଦ୍ଧରେ ଢାକାଠାରେ ଶତକ କରିଥିଲେ ଯାହାପରେ ଦ୍ଵିତୀୟ ମ୍ୟାଚ କରାଚିରେ ଥିଲା ଓ ଏହା ଇଂଲଣ୍ଡ ଗସ୍ତ ନିମନ୍ତେ ଏକ ଟ୍ରାଏଲ ଭଳି ଥିଲା କିନ୍ତୁ ତାଙ୍କୁ ସେହି ମ୍ୟାଚରେ ଖେଳଗଲା ନାହିଁ ।
“ତାହା ମୋ ଜୀବନରେ ପ୍ରଥମ ସୁଯୋଗ ଥିଲା ଯେବେ ମୁଁ ଚୟନକର୍ତ୍ତା ମୋତେ ନାଖେଳାଇବା ଉପରେ ପ୍ରଶ୍ନ କରିଥିଲି କିନ୍ତୁ ମୋତେ ଏହାର ଉତ୍ତର ମିଳିନଥିଲା । ପ୍ରକୃତରେ ତାଙ୍କର ଏହି କଥାର ଡର ଥିଲା ଯେ ଯଦି ମୁଁ ଏହି ମ୍ୟାଚରେ ଖେଳିବି ଓ ରନ କରିବି ତେବେ ମୋତେ ଦଳରେ ରଖିବାକୁ ହେବ ।“
ମାଆ ଷ୍ଟାଡିୟମ କୁ ଆସିଲେ, ତିନି ଭାଇ ଶୂନ୍ୟ ରେ ଆଉଟ ହେଲେ – ସେ କୁହନ୍ତି ଯେ ତାଙ୍କ ମାଆ କ୍ରିକେଟର ବହୁତ ସଉକିନ ଥିଲେ ଓ ଯେବେ ସେ ରେଡିଓରେ କମେଣ୍ଟ୍ରି ଶୁଣୁଥିଲେ ସେତେବେଳେ କାହାକୁ ତାଙ୍କ ରୁମକୁ ଯାଇ କଥାହେବାର ଅନୁମତି ନଥିଲା ।
“ସେ ଆମ ଭାଇମାନଙ୍କ ଖେଳ ଦେଖିବା ପାଇଁ ନ୍ୟାସନାଲ ଷ୍ଟାଡିୟମ ଆସନ୍ତି ନାହିଁ କିନ୍ତୁ ଦିନେ ଆମେ ତାଙ୍କୁ ବାଧ୍ୟ କରି ଷ୍ଟାଡିୟମ ନେଇଆସିଲୁ କିନ୍ତୁ ଆମକୁ କଣ ଜଣାଥିଲା ଯେ କାଇଦେ ଆଜମ ଟ୍ରଫିର ଏହି ମ୍ୟାଚ ରେ ଆମେ ତିନିଭାଇ ଶୂନ୍ୟରେ ଆଉଟ ହୋଇଯିବୁ” ।
“ଏହା ଦେଖି ସେ କ୍ରୋଧରେ କହିବାକୁ ଲାଗିଲେ ଯେ କଣ ଏହା ଦେଖେଇବା ପାନ ତୁମେମାନେ ମୋତେ ଷ୍ଟାଡିୟମକୁ ଆଣିଥିଲ”? | ସେ କହିଲେ ଯେ ଠାରେ ତାଙ୍କ ଭିତରୁ ଜଣେ ଭାଇ ସାଦିକ ମହମ୍ମଦଙ୍କ କ୍ୟାଚ ଧରିଲେ ଯାହାଉପରେ ତାଙ୍କ ମାଆ ଏତେ ରାଗିଲେ ଯେ ଅନେକ ଦିନ ଭାଇ ମାନଙ୍କ ସହ କଥା ହୋଇନଥିଲେ ।
‘ରଇସ ମହମ୍ମଦଙ୍କର ଟେଷ୍ଟ ନଖେଳିପାରିବାର ଦୁଃଖ’ – ରଇସ ମହମ୍ମଦ ବହୁତ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଥିଲେ ଓ ବୋଲିଂ ମଧ୍ୟ କରୁଥିଲେ କିନ୍ତୁ ତାଙ୍କ ସହ ବି ଚୟନକର୍ତ୍ତା ଟ୍ରାୟେଲ୍ସ ନେଉଥିଲେ ।
ଦୁର୍ଭାଗ୍ୟରୁ ସେ ଏହି ଟ୍ରାୟେଲ୍ସରେ ବଡ ସ୍କୋର କରିପାରୁନଥିଲେ କିନ୍ତୁ ଘରୋଇ କ୍ରିକେଟରେ ସେ ବଡ ଇନିଙ୍ଗ୍ସ ଖେଳୁଥିଲେ । ମାଆ ଙ୍କୁ ମଧ୍ୟ ତାଙ୍କର ଟେଷ୍ଟ ନଖେଳିବାର ଅବଶୋଶ ଥିଲା । ମୁଁ ରଇସ ମହମ୍ମଦଙ୍କୁ ଏହା କହୁଥିଲି ଯେ ସେ ନିଜକୁ ମାନସିକ ରୂପେ ମଜବୁତ କରନ୍ତୁ ଯାହାଫଳରେ ଟ୍ରାୟେଲ୍ସରେ ସଫଳ ହେବେ ।
ହନିଫ ମହମ୍ମଦଙ୍କୁ ଅବସର ନେବାପାଇଁ ବାଧ୍ୟ କରଯାଇଥିଲା – ସେମାନଙ୍କର କହିବା ଥିଲା ଯେ “୧୯୬୯ମସିହାରେ ଯେବେ ନ୍ୟୁଜିଲାଣ୍ଡର ଦଳ ପାକିସ୍ଥାନ ଗସ୍ତରେ ଆସିଲା ସେତେବେଳେ ମୁଁ ଚୟନକର୍ତ୍ତା ଥିଲି। ଅବଦୁଲ ହାଫିଜ କାରଦାର ମୋ ପାଖକୁ ଆସିଲେ ଓ କହିଲେ ଯେ ଆପଣ ହନିଫ ମହମ୍ମଦଙ୍କୁ କୁହନ୍ତୁ ସେ ଅବସର ନେଇଯାନ୍ତୁ କାରଣ ଯଦି ଆମେ ତାଙ୍କୁ ଅବସର କରିବୁ ତେବେ ଏହା ଭଲକଥା ହେବନାହିଁ । “
“ମୁଁ ହନିଫଙ୍କ ପାଖକୁ ଯାଇ କହିଲି ଯେ ମୋତେ ଅବଶୋଶର ସହ କହିବାକୁ ପଡୁଛି କିନ୍ତୁ ଆପଣାକୁ ଅବସର ନେବା ପାଇଁ କୁହାଯାଉଅଛି “। ହନିଫ ମହମ୍ମଦ ଭାରତ ବିରୁଦ୍ଧରେ ୧୯୫୨ରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ । ଏହି ମ୍ୟାଚରେ ସେ ୫୧ ଓ ୧ରନର ପାଳି ଖେଳିଥିଲେ । ୧୯୫୫ରେ ହୋଇଥିବା ପରବର୍ତ୍ତୀ ଭାରତ ଗସ୍ତରେ ସେ ୧୪୨ରନର ଦମଦାର ପାଳି ଖେଳିଥିଲେ ।
୧୯୬୦ରେ ହୋଇଥିବା ଭାରତ ଗସ୍ତରେ ମଧ୍ୟ ସେ ପ୍ରଥମ ଟେଷ୍ଟରେ ୧୬୦ରନ କରିଥିଲେ । ହନିଫ ମହମ୍ମଦଙ୍କ ନାମ ପାକିସ୍ଥାନୀ ଦଳ ତରଫରୁ ପ୍ରଥମ ଥର ତ୍ରିଶତକ କରିବାର ରେକର୍ଡ ରହିଛି ।
ସେ ୧୯୫୮ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୩୩୭ରନ କରିଥିଲେ ଯାହା ଏକ ରେକର୍ଡ ଥିଲା । ହନିଫଙ୍କ ଭଳି ତାଙ୍କର ଅଲରାଉଣ୍ଡର ଭାଇ ମୁସ୍ତାକ ମହମ୍ମଦ ମଧ୍ୟ ଭାରତ ବିରୁଦ୍ଧରେ ଦମଦାର ପାଳି ଖେଳିଛନ୍ତି । ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଡେବ୍ୟୁ କରିବାପରେ ୧୯୬୦ରେ ଭାରତ ଗସ୍ତରେ ଆସିଥିବା ମୁସ୍ତାକ ୧୦୧, ୬୧ ଓ ଅପରାଜିତ ୪୧ରନର ପାଳି ଖେଳିଥିଲେ ।
ସେ ୫୭ଟେଷ୍ଟ ମ୍ୟାଚ ରେ ୩୬୪୩ରନ କରିଥିଲେ ଓ ୭୯ ୱିକେଟ ନେଇଥିଲେ । ୧୯୬୯ରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଡେବ୍ୟୁ କରିଥିବା ସବୁଠାରୁ ସାନ ଭାଇ ସାଦିକ ମହମ୍ମଦଙ୍କର ସର୍ବାଧିକ ରନ ୧୬୬ଅଟେ । ସେ ୪୧ଟେଷ୍ଟ ମ୍ୟାଚରେ ୨୫୭୯ରନ କରିଥିଲେ । ସେ ଭାରତ ବିରୁଦ୍ଧରେ ୪୧, ୪୭ ଓ ୪୬ରନ ର ପାଳି ଖେଳିଛନ୍ତି ।
ସବୁଠାରୁ ବଡ ୱଜିର ମହମ୍ମଦ ଭାରତ ବିରୁଦ୍ଧରେ କେବଳ ଥରେ ଗସ୍ତ କରିଥିଲେ ଓ ସେଥିରେ ୫୫,34 ଓ 23ରନ କରିଥିଲେ । କିନ୍ତୁ ଏ ସବୁଠାରୁ ଭଲ 1958-59ରେ ସେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଖେଳିଥିଲେ । ସେଠାରେ ସେ 189, 106 ଓ ଅପରାଜିତ 97ରନ କରିଥିଲେ। ସବୁଠାରୁ ମଜାଦାର କଥା ହେଲା ଯେ ଚାରି ଭାଇଙ୍କର ଜନ୍ମ ବ୍ରିଟିଶ ଭାରତର ଜୁନାଗଡରେ ହୋଇଥିଲା ଯାହା ଆଜି ଗୁଜୁରାଟରେ ଅଛି ।