November 23, 2024

Odia Express

Here, There and Everywhere

ଶ୍ୟାମଳ ଲୋକମାନଙ୍କ ପାଇଁ ଆସିଲା ବଡ ଖୁସିଖବର, ଜାଣିବେ ତ କହିବେ ‘ଧନ୍ୟବାଦ ଭଗବାନଙ୍କୁ ଆମକୁ ଗୋରା କରିନାହାନ୍ତି ’ କାରଣ …

ଆଧୁନିକ ଯୁଗରେ ସମସ୍ତେ ନିଜର ସୁନ୍ଦରତା ପ୍ରତି ବହୁତ ଧ୍ୟାନ ଦେଉଛନ୍ତି , କିନ୍ତୁ ସୁନ୍ଦରତା ପାଇବାକୁ ସେମାନେ କେବଳ ଗୋରା ହେବାକୁ ଚାହାନ୍ତି । ଶତାବ୍ଦୀ ହେବ ଗୋରା ରଙ୍ଗକୁ ସୁନ୍ଦରତାର ପ୍ରତୀକ ମିଳିଛି । ଏତିକି ନୁହେଁ, ଆମ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଗୋରା ରଂଗ ସହ ଜଡିତ ଫିଲ୍ମ ଓ ଗୀତ ନିର୍ମାଣ କରୁଛନ୍ତି ।ଏବେ ପ୍ରତି ମଣିଷର ରଙ୍ଗ ଅଲଗା ଅଲଗା ହୋଇଥାଏ, କିନ୍ତୁ ସମସ୍ତେ ଗୋରା ହେବା ପାଇଁ ଚେଷ୍ଟା କରୁଛନ୍ତି । ଏଥିପାଇଁ ମହଙ୍ଗା ରୁ ଅଧିକ ମହଙ୍ଗା କ୍ରିମ ପାଉଡର ଭଳି ଜିନିଷ ଲୋକମାନେ ଅଣୁଛନ୍ତି । କିନ୍ତୁ ଏହାଦ୍ଵାରା ମଧ୍ୟ ସେମାନଙ୍କର ହାତ ଖାଲି ରହୁଛି । ତେବେ ଚଲାନ୍ତୁ ଜାଣିବା ଯେ ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ।

 

ଯଦି ଆପଣ ମଧ୍ୟ ଆପଣଙ୍କ ଚର୍ମର ରଂଗ ଗୋରା ହେବାର ପ୍ରୟାସ କରୁଛନ୍ତି , ତେବେ ଆପଣଙ୍କୁ ଏହି ପ୍ରଚେଷ୍ଟା ଉପରେ ଲଗାମ ଦେବା ଆବଶ୍ୟକ । ପ୍ରକୃତରେ ଆମେ ଆପଣଙ୍କ ନିମନ୍ତେ ଏକ ଖୁସିଖବର ଆଣିଛୁ , ଯାହା ଶୁଣିଲେ ଆପଣ କେବେ ଗୋରା ହବାକୁ ଚେଷ୍ଟା କରିବେ ନାହିଁ। ଗୋରା ହେବା ପାଇଁ ଯଦି ବ୍ୟୁଟି ପାର୍ଲର ଯାଉଛନ୍ତି କିମ୍ବା ଫେସୱାଶ ବ୍ୟବହାର କରୁଛନ୍ତି ତେବେ ଏବେ ଏସବୁ ଛାଡି ଦିଅନ୍ତୁ , କାରଣ ଯେଉଁ ଖବର ଆମେ ଆପଣଙ୍କୁ ଦେବାକୁ ଯାଉଛୁ , ତାଠାରୁ ବଡ ଖୁସିଖବର ଆପଣଙ୍କ ନିମନ୍ତେ ଆଉ କିଛି ନାହିଁ ।

 

ଶ୍ୟାମଳ ଲୋକଙ୍କୁ କ୍ୟାନ୍ସର ହେବାର ସମ୍ଭାବନା କମ ହୋଇଥାଏ

ନିକଟରେ ବୈଜ୍ଞାନିକ ମାନେ ଗୋଟିଏ ରିସର୍ଚ କଲେ, ଯେଉଁଥିରେ ଏ କଥା ସମ୍ମୁଖକୁ ଆସିଲା ଯେ ଗୋରା ରଂଗ ଲୋକଙ୍କୁ କ୍ୟାନ୍ସର ଅଧିକ ହୁଏ। ରିସର୍ଚରେ ଏକଥା ମଧ୍ୟ ସାମନାକୁ ଆସିଛି ଯେ ଯେଉଁ ଲୋକଙ୍କର ଚରମ ଶ୍ୟାମଳ ହୋଇଥାଏ , ସେମାନଙ୍କୁ କ୍ୟାନ୍ସର ହେବାର ବିପଦ ବହୁତ କମ ହୋଇଥାଏ । ଏମତିରେ ଯଦି ଆପଣଙ୍କ ଚର୍ମ ଗୋରା ନୁହେଁ ତେବେ ବିବ୍ରତ ହେବା ଉଚିତ ନୁହେଁ । କାରଣ ଏହା ସତ ନୁହେଁ ଯେ ଗୋରା ଲୋକମାନେ ସୁନ୍ଦର ଅଟନ୍ତି । କଥା ଏତିକି ନୁହେଁ, ଯଦି ଆପଣ କ୍ୟାନ୍ସର ଦ୍ଵାରା ପୀଡିତ ରୋଗୀମାନଙ୍କ ଉପରେ ନଜର ଦେବେ ତେବେ ବିଦେଶୀ ଲୋକ ଆମ ଭାରତୀୟଙ୍କ ଅପେକ୍ଷା ଅଧିକ ଏହି ଲିଷ୍ଟ ରେ ଅଛନ୍ତି ।

 

କ୍ରିମ ଦ୍ଵାରା ଚର୍ମ ବେକାର ହୋଇଥାଏ

ଜଣେଇଦେଉଛୁ ଯେ ପିଗମେଣ୍ଟାରି ଡିସଅର୍ଡର ସୋସିଏଟି ଅଫ ଇଣ୍ଡିଆ ର ଅଧକ୍ଷ ଡା. ରଶ୍ମୀ ସରକାରଙ୍କର କହିବ ଅନୁଯାୟୀ “ବଜାର ରେ ବିକ୍ରିହେଉଥିବା ସୌନ୍ଦର୍ଜ୍ୟ କ୍ରିମ କେବଳ ଆପଣଙ୍କ ଚର୍ମ ସହ ଖେଳିଥାଏ । ଏହାଦ୍ୱାରା ଆପଣଙ୍କୁ ଗୋରା ରଙ୍ଗ ମିଳୁ କି ନମିଳୁ , କିନ୍ତୁ ଏହା ଆପଣଙ୍କ ଚର୍ମ କୁ ପୂର୍ବ ତୁଳନାରେ ବହୁତ ଅଧିକ ବେକାର କରିଦିଏ । ତାଛଡା ଆପଣଙ୍କ ଚର୍ମର ଅନେକ ସମସ୍ୟା ସହ ଯୁଝିବାକୁ ପଡେ । ସେଥିପାଇଁ ଆପଣଙ୍କୁ ଏସବୁରୁ ଦୂରେଇ ରହିବା ଆବଶ୍ୟକ ।

 

ଧଳା ଦାଗର ଚିକିତ୍ସା ସମ୍ଭବ

କିଛି ଲୋକଙ୍କର ଚର୍ମରେ ଧଳା ଦାଗ ଦେଖାଯାଏ , ଏହା ଦେଖି ଲୋକମାନେ ବ୍ୟସ୍ତ ହୋଇଯାନ୍ତି , କିନ୍ତୁ ଏପରି  ନୁହେଁ , ପ୍ରକୃତରେ , ଏହି ପ୍ରୋଗ୍ରାମରେ କୁହାଯାଇଛି ଯେ ଧଳା ଦାଗର ଚିକିତ୍ସା ସମ୍ଭବ ଅଟେ । ଏହି ଦାଗକୁ ଶେଷ କରିବା ପାଇଁ ଶଲ୍ୟ ଚିକିତ୍ସା କରାଯାଇଥାଏ। ଏମିତିରେ ଏହାର ଚିକିତ୍ସା ସଂପୂର୍ଣ୍ଣ ସମ୍ଭବ ଅଟେ । ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ଜରୁରୀ । ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହି କୌଶଳ ଦ୍ଵାରା ବ୍ୟକ୍ତିଙ୍କ ଶରୀରର ଅନ୍ୟ ଅଂଶରୁ ଚର୍ମ କାଟି ସେହି ସ୍ଥାନରେ ଲଗେଇ ଦିଆଯାଏ ।

ଆମ ଭାରତୀୟଙ୍କ ଚର୍ମ ଅଟେ ସ୍ଵତନ୍ତ୍ର

ଜନେଇଦେଉଛୁ ଯେ ଏହି ପ୍ରୋଗ୍ରାମ ପରେ ଏହା ମଧ୍ୟ ଜଣାପଡିଥିଲା ଯେ ଆମ ଭାରତୀୟ ଙ୍କ ଚର୍ମ ବିଶେଷ ଧରଣର ହୋଇଥାଏ । କାରଣ ଆମେ ଅନେକ ସମୟ ଖରାରେ ଠିଆହୋଇପାରିବା କିନ୍ତୁ ଆମ ଶରୀରରେ ଦାଗ ହୋଇନଥାଏ । କିନ୍ତୁ କଣ ଆପଣ ଜାଣନ୍ତି ଯେ ବିଦେଶ ରେ ଲୋକ କିଛି ମିନିଟ ମଧ୍ୟ ଖରରେ ରହିପାରନ୍ତି ନାହିଁ , କାରଣ ତାଙ୍କ ଶରୀରରେ ଦାଗ ଓ ଚର୍ମରୋଗ ହୋଇଥାଏ ।

Leave a Reply

Your email address will not be published. Required fields are marked *