June 26, 2025

Odia Express

Here, There and Everywhere

ତତଲା ଖରା ରେ ଝିଅକୁ କାନ୍ଧରେ ନେଇ ବିକ୍ରି କରୁଥିଲା ପେନ୍ – କେହି ଜଣେ ଫଟୋ ଉଠାଇଲେ ଓ ତାପରେ ବଦଳି ଗଲା ଜୀବନ ହେଇଗଲେ ଏବେ କୋଟିପତି

1 min read

ସିରିଆରେ ଗୃହ ଯୁଦ୍ଧ ଚାଲୁଅଛି । ଏହି ଯୁଦ୍ଧ ସକାଶେ ବହୁତ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଯୁଦ୍ଧର କାରଣରୁ ନିଜ ଦେଶ ଛାଡି ଅନ୍ୟଦେଶରେ ଶରଣ ନେବା ପାଇଁ ଲୋକେ ବାଧ୍ୟ ହେଇଗଲେଣି । ଲେବନାନ ସହରରେ ବେରୁତ ରେ ଏମିତି ବହୁତ ସିରିୟାନ୍ ରେଫ୍ୟୁଜି ଅଛନ୍ତି ଯିଏ ସଡକ ଉପରେ ରହିବା ମଜବୁରୀରେ ଅଛନ୍ତି । ଛୋଟମୋଟ କାମ କରିକି ଏମାନେ ପେଟ ଭରୁଛନ୍ତି ।ଏମିତି କିଛି ହେଲା ସିରିୟାର ଏକ ରେଫ୍ୟୁଜି ବ୍ୟକ୍ତିଙ୍କ ସହ। ଦେଶ ବାହାର ବାହାରିବା ପରେ ନିଜ ଝିଅକୁ ନେଇ ଲେବନାନ ବେରୁତରେ ପହଞ୍ଚିଲେଜୀବନ ନିର୍ବାହ କରିବା ପାଇଁ ରେ ସଡକରେ ବୁଲି ବୁଲି ପେନ୍ ବିକ୍ରି କରୁଥିଲେ । କିନ୍ତୁ ତାଙ୍କର ଗୋଟିଏ ଫଟୋ ପାଇଁ ତାଙ୍କର ଭାଗ୍ୟ ବଦଳିଗଲା ।

 

କିଏ ଏହି ବ୍ୟକ୍ତି? – ଭାଇରାଲ୍ ହୋଇଥିବା ଏହି ଫଟୋରେ ବ୍ୟକ୍ତିଙ୍କ ନା ଅବଦୁଲ୍ ଅଟେ । ଫଟୋରେ ସେ ତା ଝିଅକୁ କାନ୍ଧରେ ଶୁଆଇ ପେନ୍ ବିକ୍ରି କରୁଛି । ସେ ଉତ୍ତପ୍ତ ଦିନ ଦ୍ୱୀପହରରେ ପେନ୍ ବିକ୍ରି କରୁଛି । ଅବଦୁଲ୍ ଲୋକଙ୍କୁ ପେନ୍ କିଣିବା ପାଇଁ ଅନୁରୋଧ କରୁଛି । ଏହି ସମୟରେ କେହି ଜଣେ ତାଙ୍କର ଫଟୋ ନେଇଗଲେ । ଓ ଫଟୋ କୁ ସୋସିଆଲ୍ ମିଡିଆରେ ପକାଇଦେଲେ । ତାପରେ ସେହି ଫଟୋ ଭାଇରାଲ୍ ହେଇଗଲା । ଏହି ଫଟୋ ଦେଖି ଲୋକଙ୍କ ହୃଦୟ ତରଳିଗଲା ।

 

ଏହି ଫଟୋ କନ୍ଧାଇଲା ସମସ୍ତଙ୍କୁ – କହନ୍ତି ନା ସମୟ ସବୁବେଳେ ସମାନ ନଥାଏ । ଦିନ ଏମିତି ଆସେ ରଙ୍କ ବି ରାଜା ହୋଇଯାଇଥାଏ । ଅବଦୁଲ୍ କିଛି ବର୍ଷ ପୁର୍ବରୁ ନିଜ ଝିଅକୁ କାନ୍ଧରେ ନେଇକରି ସଡକ ଉପରେ ପେନ୍ ବିକ୍ରି କରୁଥିଲା । ପେନ୍ ବିକ୍ରିକରି ସେ କିଛି ଟା ଗୁଜୁରାଣ ମେଣ୍ଟେଇଦେଉଥିଲା । କିନ୍ତୁ ଏହି ଗୋଟେ ଭାଇରାଲ୍ ଫଟୋ ପାଇଁ ସେ ତା ଜୀବନ ବଦଳାଇଦେଲା । ଏହି କାନ୍ଧରେ ଶୁଆଇ ପେନ୍ ବିକ୍ରି କରିବା ଫଟୋ ଲୋକଙ୍କୁ କନ୍ଦେଇ ଦେଇଥିଲା । ଏବେ ସେ ନା କେବଳ ନିଜର ବ୍ୟବସାୟ ଚଲାଉଛନ୍ତି ତାହା ସହ ସେ ୧୬ ଜଣ ସରଣାର୍ଥୀଙ୍କୁ ବି ରୋଜଗାର୍ କରିବା ପାଇଁ ସାହାର୍ଯ୍ୟ କରିଛନ୍ତି ।

 

ଫଟୋ ଭାଇରାଲ୍ ହେବା ପରେ ନାର୍ବୋରେ ଏକ ଜର୍ନାଲିଷ୍ଟ ଗିସର୍ ସିମୋନାରସନ ଟ୍ୱିଟରରେ @buy_pens ନାମରେ ଏକ ଏକାଉଣ୍ଟ କଲେ ଓ ଫଣ୍ତିଙ୍ଗ୍ ପାଇଁ ଆବେଦନ କଲେ । ତାଙ୍କର ୫୦୦୦ ଡଲାର ଲକ୍ଷ୍ୟ ଥିଲା । ଆବେଦନ କରିବାପରେ ଜଣାପଡିଲା କି ଲୋକେ ତାଙ୍କୁ ୧ ଲକ୍ଷ ୯୦ ହଜାର ସହଯୋଗ କରିଛନ୍ତି । ଭାରତୀୟ ମୁଦ୍ରାରେ ପ୍ରାୟ ୧ କୋଟି ୨୫ ଲକ୍ଷ ଅଟେ । ଗିସର୍ ଡୋନେସନ୍ ର ସବୁ ପଇସା ଅବଦୁଲ୍ କୁ ଦେଇଥିଲେ । ଡୋନେସନ୍ ମିଳିବା ପଇସାରେ ଅବଦୁଲ୍ ନିଜର ବିଜ୍ ନେସ୍ ଆରମ୍ଭ କଲେ । ଓ ତାପରେ ସେ ରେଫ୍ୟୁଜିଙ୍କୁ ସାହାର୍ଯ୍ୟ କଲେ । ଓ ତାଙ୍କ ବ୍ୟବସାୟରେ ସେ ୧୬ ଜଣ ରେଫ୍ୟୁଜି ଙ୍କୁ ସାମିଲ କଲେ । ଆପଣଙ୍କୁ କହିଦେଉଛୁ କି ଲେବନାନରେ ପ୍ରାୟ ୧୨ ଲକ୍ଷ ରେଫ୍ୟୁଜି ରହୁଛନ୍ତି ।

 

ପେନ୍ ବାଲା ହେଲା ବିଜନେସ୍ ମ୍ୟାନ୍ – ଅବଦୁଲ୍ ର ଏହି ଫଟୋ ଲୋକଙ୍କୁ ହୃଦୟ ଜିତି ନେଇଥିଲା । ଆଜି ଅବଦୁଲ୍ ପାଖରେ କେଉଁ ଜିନିଷର କମି ନାହିଁ । ଲୋକଙ୍କ ସାହାର୍ଯ୍ୟ କରିବାପରେ ଆଜି ସେ ଏକ ବିଜ୍ ନେସ୍ ମ୍ୟାନ୍ ହେଇସାରିଛନ୍ତି । ଓ ସେ ନିଜେ ନିଜର ଦୁଇଟି ବେଡ୍ ରୁମ୍ ଥିବା ଆପାର୍ଟମେଣ୍ଟ ନେଇଛନ୍ତି । ଯେଉଁଠି ନିଜ ଝିଅ ରିମ୍ ଓ ପୁଅ ଅବଦୁଲ୍ଲାହ ସାଙ୍ଗରେ ରହୁଛନ୍ତି

Leave a Reply

Your email address will not be published. Required fields are marked *