November 22, 2024

Odia Express

Here, There and Everywhere

ବିଶ୍ୱକପ ଫାଇନାଲ ସୁପର ଓଭରରେ ଟାଇ ହେବାପରେ ମଧ୍ୟ ଇଂଲଣ୍ଡ କିପରି ବିଶ୍ଵକପ ଚମ୍ପିୟାନ ହେଲା – କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ..

1 min read

ଇଂଲଣ୍ଡ କ୍ରିକେଟ ଦଳ ନ୍ୟୁଜିଲାଣ୍ଡକୁ ରୋମାଞ୍ଚକ ଫାଇନାଲ ମୁକାବିଲାରେ ପରାସ୍ତ କରି ଆଇସିସି ବିଶ୍ଵକପ 2019ର ଚମ୍ପିୟାନ ହୋଇପାରିଛି । ଇଂଲଣ୍ଡ ପ୍ରଥମଥର ବିଶ୍ଵକପ ଜିତିବାରେ ସଫଳ ହୋଇଛି । ନ୍ୟୁଜିଲାଣ୍ଡ ଲଗାତର ଦ୍ଵିତୀୟଥର ଫାଇନାଲରେ ପରାସ୍ତ ହେଲା । ଏହାପୂର୍ବରୁ 2015ରେ ଅଷ୍ଟ୍ରେଲିଆ ଠାରୁ ଫାଇନାଲରେ ତାକୁ ପରାଜୟ ଭୋଗିବାକୁ ପଡିଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ସହଜରେ ଇଂଲଣ୍ଡକୁ ଟାଇଟଲ ଜିତିବାକୁ ଦେଇନଥିଲା । ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଦୁଇଦେଶର ପ୍ରଶଂସକ ମାନଙ୍କର ନିଃଶ୍ଵାସ ଅଟକି ରହିଥିଲା । ମ୍ୟାଚ ସୁପର ଓଭର ପର୍ଯ୍ୟନ୍ତ ଗଲା , ଯେଉଁଠାରେ ଦୁଇ ଦଳ ଯାକ 15-15ରନ କଲେ। କିନ୍ତୁ ବିଜେତା ଇଂଲଣ୍ଡ ଘୋଷିତ ହେଲା । କାହିଁକି? ଆସନ୍ତୁ ଜାଣିବା

 

ଏଥିପାଇଁ ଇଂଲଣ୍ଡ ବିଜୟୀ ଘୋଷିତ ହେଲା

ପ୍ରକୃତରେ ଇଂଲଣ୍ଡ ସର୍ବାଧିକ ବାଉଣ୍ଡରୀ ମାରିଥିବା ଯୋଗୁ ବିଜେତା ଘୋଷିତ ହେଲା । କାରଣ ଯଦି ସୁପରଓଭରରେ ମଧ୍ୟ ଦୁଇ ଦଳ ସମାନ ସ୍କୋର କରନ୍ତି ତେବେ ବିଜେତା ସେଇ ଦଳକୁ ଘୋଷିତ କରାଯାଏ ଯେଉଁ ଦଳ ମ୍ୟାଚରେ ସବୁଠାରୁ ଅଧିକ ବାଉଣ୍ଡରୀ(4/6) ମାରିଥାଏ। ଏଥିରେ ଇଂଲଣ୍ଡ ନାମରେ ସର୍ବାଧିକ ବାଉଣ୍ଡରୀ ଥିଲା । ଇଂଲଣ୍ଡ ପାଳିରେ 22ଚଉକା ଓ 2ଟି ଛକା ସାମିଲ ଥିଲା , ଯେତେବେଳେକି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ମାନେ ସମୁଦାୟ 14ଚଉକା ଓ 2ଟି ଛକା ମାରିଥିଲେ ।

 

ଏଭଳି ଥିଲା ଇଂଲଣ୍ଡର ସୁପରଓଭର

ଇଂଲଣ୍ଡ ନିମନ୍ତେ ସୁପରଓଭରରେ ବ୍ୟାଟିଂ କରିବା ପାଇଁ ବେନ ଷ୍ଟୋକସ ଓ ଜୋସ ବଟ୍ଳର ଆସିଥିଲେ । ସେଠାରେ ନ୍ୟୁଜିଲାଣ୍ଡ ତରଫରୁ ବୋଲିଂ କରିବାକୁ ଟ୍ରେଣ୍ଟ ବୋଲ୍ଟ ଆସିଥିଲେ ।

ପ୍ରଥମ ବଲ – 3ରନ

ଦ୍ଵିତୀୟ ବଲ – 1ରନ

ତୃତୀୟ ବଲ – 4 ରନ

ଚତୁର୍ଥ ବଲ – 1 ରନ

ପଞ୍ଚମ ବଲ – 2ରନ

ଷଷ୍ଠ ବଲ – 3 ରନ

ସମୁଦାୟ – 15ରନ ହୋଇଥିଲା

ଏଭଳି ଥିଲା ନ୍ୟୁଜିଲାଣ୍ଡ ବ୍ୟାଟିଂ ରେ ସୁପରଓଭର

 

ନ୍ୟୁଜିଲାଣ୍ଡ ନିମନ୍ତେ ବ୍ୟାଟିଂ କରିବାକୁ ଆସିଥିଲେ ମାର୍ଟିନ ଗୁପ୍ଟିଲ ଓ ଜେମ୍ସ ନିସମ । ସେଠାରେ ଯୋଫ୍ରା ଆର୍ଚର ବୋଲିଂ କରିବାକୁ ଆସିଥିଲେ ଓ ସେ ଇଂଲଣ୍ଡ ଦଳକୁ ଜିତେଇ ଥିଲେ ।

ପ୍ରଥମ ବଲ –ୱାଇଡ 1ରନ

ପ୍ରଥମ ବଲ –2ରନ

ଦ୍ଵିତୀୟ ବଲ –6ରନ

ତୃତୀୟ ବଲ –2 ରନ

ଚତୁର୍ଥ ବଲ –2 ରନ

ପଞ୍ଚମ ବଲ – 2ରନ

ଷଷ୍ଠ ବଲ –1 ରନ

ସମୁଦାୟ – 15ରନ ହୋଇଥିଲା

ଏଭଳି ଥିଲା ମ୍ୟାଚ

ଏହାପୂର୍ବରୁ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଓ ଇଂଲଣ୍ଡ ସମ୍ମୁଖରେ 242ରନର ଲକ୍ଷ ରଖିଥିଲା । ହେନରୀ ନିକୋଲ୍ସ 55ରନ ଓ ଟମ ଲାଥାମ 47ରନ କରିଥିଲେ । ଉତ୍ତରରେ ଇଂଲଣ୍ଡ ଦଳ ଜୋସ ବଟ୍ଳରଙ୍କ ଅପରାଜିତ 84ରନ ଦ୍ଵାରା 50ଓଭରରେ ସମୁଦାୟ 241ରନ କରି ମ୍ୟାଚ ଟାଇ କରିଦେଲା ଓ ଏହାପରେ ସୁପରଓଭରରେ ମ୍ୟାଚ ଫଇସଲା ହୋଇଥିଲା ।

Leave a Reply

Your email address will not be published. Required fields are marked *