June 27, 2025

Odia Express

Here, There and Everywhere

ପୁଅ ବୋହୂ ମା ବାପାଙ୍କୁ ଘରୁ ବାହାର କଲେ ତ ସେତେବେଳେ ଜିଲ୍ଲାପାଳ ରିତୁ ପୁଅ ଓ ବୋହୁଙ୍କୁ ଘରୁ ବାହାର କରିଦେଲେ – ସାରା ଦେଶ କରୁଛି ପ୍ରଶଂସା..

1 min read

ୟୁପିର ଗାଜିଆବାଦର ଡିଏମ୍ ଅଛନ୍ତି ରିତୁ ମହେଶ୍ୱରୀ , ସେ ଏକ ପ୍ରଶଂସନୀୟ କାମ କରିଛନ୍ତି , ସେ ଏକ କଳିଯୁଗର ପୁଅକୁ ଉଚିତ୍ ପଦକ୍ଷେପ ନେଇଛନ୍ତି , ମା ବାପାଙ୍କ ଉପରେ ଅତ୍ୟାଚାର କରୁଥିବା ପୁଅକୁ ସେ ଦଣ୍ତ ଦେଇଛନ୍ତି , ମାମଲା ଗାଜିଆବାଦର ଅଟେ , ଯେଉଁଠି ଏକ କଳିଯୁଗର ପୁଅ ଓ ବୋହୁ ମିଶିକରି ନିଜ ବାପା ମାଙ୍କୁ ଘରୁ ବାହାର କରିବାର ଚେଷ୍ଟା କରୁଥିଲେ , ଏହି ମାମଲାର ଭିଡିଓ ସୋସିଆଲ୍ ମିଡୀଆରେ ବହୁତ ଭାଇରାଲ୍ ହୋଇଥିଲା,  ବୟସ୍କ ଦମ୍ପତି ପ୍ରଶାସନଙ୍କୁ ଗୁହାରୀ କରିଥିଲେ,  ଓ ଏହି ପୁରା ମାମଲାର ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସେୟାର୍ କରିଥିଲେ,  ଗାଜିଆବାଦର ଲୋନି କ୍ଷେତ୍ରରେ ଏକ ବୟସ୍କ ଦମ୍ପତି ନିଜ ପୁଅ ବୋହୁଙ୍କ ଠାରୁ ଘରୁ ବିତାଡିତ ହେବାର ପ୍ରୟାସ ଉପରେ ଆରୋପ ଲଗାଇଥିଲେ,  ବୟସ୍କ ଦମ୍ପତି ଆରୋପ ଲଗାଇଥିଲେ କି ତାଙ୍କର ପୁଅ ଓ ବୋହୂ ଦୁହେଁ ତାଙ୍କୁ ବାଧ୍ୟତାମୂଳକ ଘରୁ ବାହାର କରିବାର ପ୍ରୟାସ କରୁଛନ୍ତି , ବୟସ୍କ ଦମ୍ପତି ଏହି ମାମଲାରେ ଗାଜିଆବାଦର ଡିଏମ୍ ଙ୍କୁ ଗୁହାରି ଶୁଣାଇଥିଲେ ।

 

ଏହି ମାମଲାରେ ଗାଜିଆବାଦର ଡିଏମ୍ ରିତୁ ମହେଶ୍ୱଈ ତତ୍କାଳ ସଂଜ୍ଞାନ ପାଈ କରି କାର୍ଯ୍ୟନୁଷ୍ଠନର ଆଦେଶ ଦେଲେ,  ଏହାପରେ ଗାଜିଆବାଦ ପୋଲିସ୍ ସେହି ବୟସ୍କ ଦମ୍ପତିଙ୍କ ପୁଅ ସହ ବୁଝାମଣା କଲେ , ପୋଲିସ୍ ଙ୍କ ଉପସ୍ଥିତିରେ ପୁଅ ବୁଝାମଣାରେ ଲେଖିଥିଲା,  ବୁଝାମଣା ଅନୁସାରେ ପୁଅ ଲିଖିତ ଆକାରରେ ଆସ୍ୱାସନ ଦେଲା କି ୧୦ ଦିନରେ ସେ ନିଜ ସ୍ତ୍ରୀ ସହିତ ଘର ଏମ୍ ଏମ୍ -୬୩ ଡିଏଲ୍ ଏଫ୍ , ଅଙ୍କୁର ବିହାରରୁ ନିଜ ଆସବାବ ପତ୍ର ସହ ଧରି ଛାଡି ପଳାଇବେ ।

 

ଭାଇରାଲ୍ ହୋଇଥିବା ଏହି ଭିଡିଓ ରେ ବୟସ୍କ ଦମ୍ପତି କହୁଛନ୍ତି କି ଆମେ ପଇସା ଖର୍ଚ୍ଚ କରି ଘର ବନାଇଲୁ , ଆମର ଘର ଏମ୍ ଏମ୍ ୬୩ , ଡିଏଲ୍ ଏଫ୍ ଅଙ୍କୁର୍ ବିହାରରେ ଅଛି, ଆମର ଗୋଟେ ପୁଅ ଅଛି , ଆମର ପୁଅ ବୋହୁ ଆମ ଉପରେ ଚାପ ପକାଉଛନ୍ତି , କହୁଛନ୍ତି କି ଆମକୁ କି ଘର ଛାଡି ଚାଲିଯିବାପାଇଁ , ଆମେ ବଞ୍ଚୁ କିମ୍ବା ମରିଯିବୁ କିନ୍ତୁ ଆମ ପୁଅ ବୋହୂ ସହ କିଛି ବି ସଂମ୍ପର୍କ ନାହିଁ । ଭିଡିଓରେ ବୟସ୍କ ଦମ୍ପତିଙ୍କ ସ୍ତ୍ରୀ କାନ୍ଦିଥିବାର ଦେଖାଯାଇଥିଲା ।

ବ୍ୟକ୍ତି ଆରୋପ ଲଗାଇଥିଲେ କି ତାଙ୍କର ପୁଅ ଓ ବୋହୁ ତାଙ୍କ ଉପରେ ଭୁଲ୍ ଆରୋପ ଲଗାଉଛନ୍ତି , ଯାହା ଦ୍ୱାରା ଆମେ ହାର୍ଟ ଆଟାକ୍ ରେ ମୃତ୍ୟୁବରଣ କରିବୁ , କିମ୍ବା ଆତ୍ମହତ୍ୟା କରିନେବୁ , କହିଦେବୁ କି ବୟସ୍କ ପୁରୁଷ ସ୍ୱାମୀ ହୃଦରୋଗରେ ପିଡିତ ଅଛନ୍ତି , ଗାଜିଆବାଦର ଜିଲ୍ଲା ଅଧିକାରୀ ରିତୁ ମହେଶ୍ୱରୀ ଏହି ମାମଲାରେ ଦୃଢ କାର୍ଯ୍ୟନୁଷ୍ଠାନ ନେଇଥିଲେ ଓ ସେ ନିଜର୍ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ତେଲ୍ ରେ ଏହି ଘଟଣାକୁ ସେୟାର୍ କରିଥିଲେ ।

Leave a Reply

Your email address will not be published. Required fields are marked *