ମନୁଷ୍ୟ ନିଜ ନାମରୁ ହିଁ ମହାନ୍ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାଏ ,ଧୋନି ଆମକୁ ଏହା ଶିକ୍ଷା ଦେଇଛନ୍ତି..
1 min readଧୋନୀ ଆଜି ୩୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି , ବହୁତ ଶାନ୍ତ ସ୍ୱଭାବର ମାହି ଦେଶ ସାରା ଯୁବାଙ୍କ ପାଇଁ ଏକ ମିଶାଲ୍ ହୋଇପାରିଛନ୍ତି , ପରିଶ୍ରମ କରି ମହାନ୍ କିପରି ହୋଇଥାନ୍ତି ତାହା ଧୋନୀଙ୍କ ଠାରୁ ଶିଖନ୍ତୁ , ଧୋନୀଙ୍କ ପ୍ରାରମ୍ଭିକ ସମୟରେ ଦାରିଦ୍ରତାର କଷାଘାତରେ କଟିଥିଲା , ତାଙ୍କର ପୁରା ପରିବାର ଗୋଟେ ୧ ବିଏଚ୍ କେ କ୍ୱାର୍ଟରରେ ରହୁଥିଲେ, ଧୋନୀ ଛୁଆବେଳରୁ ଖେଳିବାର ସଉକ ରଖୁଥିଲେ, ଧୋନୀଙ୍କ ଏହି ସ୍ପୋର୍ଟ୍ସସ୍ ଟିଚର୍ କେଶବ ବାନାର୍ଜୀ କହନ୍ତି କି ମାହି ଛୁଆ ବେଳରୁ କିଛି ଅଲଗା କରିବାର ଆଶା ରଖୁଥିଲେ , ସେ ଛୁଆ ବେଳରୁ କ୍ରିକେଟ୍ ମଇଦାନରେ ଲମ୍ବା ଛକ୍କା ମାରୁଥିଲେ ।
ସ୍କୁଲ୍ ଶେଷ ହେବାପରେ ଧୋନୀ ପଡିଆରେ ଆସିକରି ପ୍ରାୟ ୩ ଘଣ୍ଟା ଅଭ୍ୟାସରେ ଲାଗିପଡୁଥିଲେ, ଯେପରି ସବୁ ଛୁଆଙ୍କ ସାଙ୍ଗେ ହୋଇଥାଏ, ସ୍କୁଲ୍ ପ୍ରାକ୍ଟିସ୍ କରୁଥିବାବେଲେ ଧୋନୀଙ୍କ ଆଖପାଖର ଘରର କାଚ ଭାଙ୍ଗିଦେଉଥିଲେ , ଓ ଯେବେ ଗାର୍ଡ ପଚାରୁଥିଲେ ତେବେ ସେ ବାହାନା କରିକହୁଥିଲେ କି ଆଉ କିଏ ପଥର ମାରି କାଚ ଭାଙ୍ଗିଥିବ ।
୧୯୯୭ ରେ ଏକ ସ୍କୁଲ୍ ଟୁର୍ଣ୍ଣାମେଣ୍ଟରେ ୧୬ ବର୍ଷୀୟ ଧୋନୀ ଡବଲ୍ ସେଞ୍ଚୁରି କରିଥିଲେ , ଓ ନିଜ ପାର୍ଟନରଙ୍କ ସାଙ୍ଗେ ୩୭୮ ରନ୍ ର ପାର୍ଟନରସିପ୍ କରିଥିଲେ ,ମଜାର କଥା ଏହା କି ମ୍ୟାଚ୍ ୪୦ ଓଭରର ଥିଲା, ଏହାର ଫାଇଦା ଏହା ହେଲା କି ଧୋନୀଙ୍କୁ ମେକାନ୍ କ୍ରିକେଟ୍ କ୍ଲବ୍ ଏଣ୍ଟ୍ରି ମିଳିଗଲା , ଓ ଲୋକ ତାଙ୍କୁ ଚିହ୍ନିବାକୁ ଆରମ୍ଭ କରିଦେଲେ, ତାଙ୍କର ଶିକ୍ଷକ ବାନାର୍ଜିଙ୍କ ମୁତାବିକ ଧୋନୀ ୱିକେଟ୍ ପଛରେ ବଲ୍ କୁ କ୍ୟାଚ୍ ଧରୁଥିଲେ, ଯେପରି ଏକ ମାଛ ମୁହଁ ଖୋଲିଲେ ବଲ୍ କୁ ଧରିବାକୁ ଚେଷ୍ଟା କରେ ।
ମେକାନ୍ କ୍ରିକେଟ୍ କ୍ଲବ୍ ପରେ ଧୋନୀ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ତିଆ ସେଲ୍ ର ଲୋକାଲ୍ ଟିମ୍ ରେ ସାମିଲ୍ ହୋଇଗଲେ , ଏଠାରେ ତାଙ୍କର ପ୍ରଥମ ଆୟ୍ ହେଲା , ସେ ବେତନ ହିସାବରେ ୬୨୫/- ଟଙ୍କା ପାଇଥିଲେ, ଏହା ତାଙ୍କର ପ୍ରଥମ ରୋଜଗାର ଥିଲା , ଏହାପରେ ଧୋନୀ ସେଣ୍ଟ୍ରାଲ୍ କୋଲଫିଲ୍ଡ ଲିମିଟେଡ୍ ସିସିଏଲ୍ କ୍ଲବ୍ ସହ ଯୋଡିହେଲେ , ଏହାପରେ ତାଙ୍କର ଆୟରେ ବୃଦ୍ଧି ଘଟିଲା , ଯାହା ବଢିକରି ୨୦୦୦/- ଟଙ୍କା ହୋଇଗଲା ,
ଏତିକି ନୁହେଁ ଧୋନୀଙ୍କୁ ଏଠାରେ ୨୦୦ ଟଙ୍କା ଅଧିକା ବୋନସ୍ ମିଳୁଥିଲା, କାରଣ ସେ ମ୍ୟାଚ୍ ୱିନର୍ ଖେଳାଳୀଥିଲେ , ଏହାପରେ ଧୋନୀ କେବେ ପଛକୁ ବୁଲି ଅନାଇନାହାନ୍ତି , ପ୍ରଥମେ ରେଲୱେ ରେ ଚାକିରି କଲେ , ଧୋନୀ ଆସ୍ତେ ଆସ୍ତେ ନିଜ ଜୀବନରେ କ୍ୟାରିୟର୍ ଆରମ୍ଭ କଲେ , ତାପରେ ସେ କିଛି ବଡ କରିବାକୁ ଇଚ୍ଛା ରଖିଲେ , ଏଥିପାଇଁ ସେ ରେଲୱେର ଚାକିରି ଛାଡିଦେଲେ, ତାପରେ ଟିମ୍ ଇଣ୍ତିଆରେ ଆସିଲେ , ଓ ନିଜ କାମରେ ମହାନ୍ ହେଲେ , କଣ ନ କରିଛନ୍ତି ସେ ଟିମ୍ ଇଣ୍ତିଆ ପାଇଁ , ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ତିଆ ଆଇସିସିର ସବୁ ଫର୍ମାଟରେ ଜିତ୍ ହାସିଲ୍ କରିଥିଲା ।