କୁକୁର ଭାବି ମହିଳା ଜଣକ ଘରେ ଏକ ରହସ୍ୟମୟ ଜୀବ ପାଳିଲେ, ଯେବେ ସତ୍ୟତା ଜାଣିଲେ ତେବେ ହେଲା କିଛି ଏପରି ଯେ..
ଦୁନିଆରେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ କୁକୁର ପାଳିବାର ଶୌକ ଥାଏ । । କିନ୍ତୁ ଜଣେ ମାଲେସିଆବାସୀ ମହିଳା ଏହି କୁକୁର ପାଳିବାର ସଉକ ବହୁତ ମହଙ୍ଗା ପଡିଲା । ମହିଳାଙ୍କୁ ପୋଲିସ ଗିରଫ କଲା। ଜରିଥ ସୋଫିୟା ନାମ୍ନୀ ଏହି ମହିଳାଙ୍କୁ ଗିରଫ କରାଗଲା ଯାହାଙ୍କର ବୟସ ୨୭ବର୍ଷ । ଗଣମାଧ୍ୟମ ସୂଚନା ଅନୁଯାୟୀ ଏହି ରାତ୍ର ସମୟରେ ସଡକ କଡରେ ଗୋଟିଏ ପଶୁ ଦେଖାଗଲା, ସେ ତାହାକୁ ଗୋଟିଏ କୁକୁର ଭାବିଲେ ଓ ଘରକୁ ଧରି ଆସିଲେ , ସେ ବହୁତ ବେମାର ଥିଲା । ଏହି ଘଟନା ଗତ ସପ୍ତାହରେ ଘଟିଥିଲା ।
ଦ ଷ୍ଟାର ଖବର ଅନୁଯାୟୀ ସେହି ମହିଳା ସେ ପଶୁଟିର ନାମ ବ୍ରୁନୋ ରଖିଥିଲେ। ମହିଳା ଯେଉଁ ପଶୁଟିକୁ କୁକୁର ଭାବିଥିଲେ ତାର ସତ୍ୟତା ସେ ସୋସିଆଲ ମିଡିଆ ରୁ ଜାଣିଲେ । ସୋସିଆଲ ମିଡିଆରେ ଗୋଟିଏ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ ଗୋଟିଏ ପଶୁ ଘରର ଝରକା ବାହାରକୁ ମୁହଁ କରି ବିଚିତ୍ର ଶବ୍ଦ କରୁଥିଲା ।
ଯେତେବେଳେ ଆଖପାଖ ଲୋକେ ସେହି ଶବ୍ଦ ଶୁଣିଲେ ସେମାନେ ଉପରକୁ ଝରକା ଆଡକୁ ଦେଖିଲେ ଓ ଡରିଗଲେ । ତୁରନ୍ତ ପୋଲିସକୁ ଫୋନ କରାଗଲା । ବନ୍ୟଜୀବ କର୍ମଚାରୀ ସେଠାକୁ ଆସିଲେ ଓ ଛାପାମାରି ସେହି ରହସ୍ୟମୟ ଜୀବଟିକୁ ନିଜ ଅଧୀନକୁ ଆଣିଲେ । ସେହି ମହିଳାଙ୍କ ଉପରେ ସେମାନେ ଅବୈଧ ରୂପେ ପଶୁ ରଖିବାର ଗମ୍ଭୀର ଆରୋପ ଲଗେଇଲେ କିନ୍ତୁ ମହିଳା ସେହି ଅଭିଯୋଗ ସବୁ ଖାରଜ କରିଦେଲେ ।
ମହିଳା ଜଣକ ଯାହାକୁ କୁକୁର ଭାବିଥିଲେ ସେ ଏକ ଜଙ୍ଗଲି ଭାଲୁ ଥିଲା । ମହିଳା କହିଲେ କି ମୁଁ ସେହି ପଶୁଟିକୁ ସାହାଯ୍ୟ କରିବାକୁ ଚାହୁଁଥିଲି , ମୁଁ ଜାଣିନଥିଲି ତାହା ଏକ ଭାଲୁ ଥିଲା । ମୁଁ କିଛିଦିନ ମଧ୍ୟରେ ନିଜେ ତାକୁ ଚିଡିଆଘରେ ଦେଇଥାନ୍ତି ।