ଖୁସି ଖବର : ପ୍ରାଇଭେଟ୍ ଚାକିରି ଚାଲିଗଲେ ସବୁ ମାସ ଦରମା ଦେବ ମୋଦୀ ସରକାର , ଯେବେ ପର୍ଯ୍ୟନ୍ତ ଚାକିରି ନ ମିଳିଥିବ ସେ ପର୍ଯ୍ୟନ୍ତ – ଦେଖନ୍ତୁ କିପରି..
1 min readମୋଦୀ ସରକାର ନୂଆ ବର୍ଷରେ ବେରୋଜଗାର ବ୍ୟକ୍ତିଙ୍କ ପାଇଁ ଏକ ଖାସ୍ ଉପହାର ଦେବାର ପ୍ରସ୍ତୁତି କରିଛନ୍ତି , ଏହା ଦ୍ୱାରା ବେରୋଜଗାରଙ୍କୁ ଏକ ନିଶ୍ଚିତ ରାଶି ପ୍ରଦାନ କରାଯିବ , ଏହି ବ୍ୟବସ୍ଥା ବିଦେଶରେ ପୂର୍ବରୁ ଲାଗୁ ହୋଇସାରିଛି , କିନ୍ତୁ ସବୁ କିଛି ଠିକ୍ ଠାକ୍ ରହିଲେ ମୋଦୀ ସରକାର ଏହି ସ୍କିମ୍ କୁ ଲୋକସଭା ନିର୍ବାଚନ ପୂର୍ବରୁ ୟୁବିଆଇ ମାନେ ୟୁନିଭରସିଆଲ୍ ବେସିକ୍ ଇନକମ୍ ଲାଗୁ କରିଦେବେ, ଏହି ଯୋଜନା ଲାଗୁ ହେବା ପରେ ଚାଷୀ, ବେପାରୀ, ଓ ବେରୋଜଗାର ଯୁବକ ଯୁବତୀ ସବୁ ମାସରେ ୨,୦୦୦ ରୁ ୨,୫୦୦ ଟଙ୍କାର ନିଶ୍ଚିତ ରାଶି ପାଇପାରିବେ ।ଏହି ଯୋଜନା ଭାରତରେ ପ୍ରଥମଥର ଲାଗୁ କରାଯିବ , କିନ୍ତୁ ଏହାର ମାନେ ନୁହେଁ କି ବେରୋଜଗାର ବ୍ୟକ୍ତି ମାନଙ୍କୁ ପଇସା ଦେବାରେ ଏହା କେଉଁ ଦେଶରେ ପ୍ରଥମଥର ଲାଗୁ କରାଯାଇଛି , ଫ୍ରାନ୍ସ, ଜର୍ମାନୀ, ଜାପାନ ଭଳି ଦେଶରେ ଏହି ପରି ଯୋଜନା ବହୁ ବର୍ଷରୁ ଚାଲି ଆସୁଛି ,
ଆଜି ଆମେ ଏହି ରିପୋର୍ଟରେ କିଛି ଦେଶଙ୍କ ବିଷୟରେ କଥା ହେବା , ଯେଉଁଠି ଏହି ଯୋଜନା ଲାଗୁ କରାଯାଇଛି , ଫ୍ରାନ୍ସ: ଦ ଗାର୍ଜିଅନ୍ ରିପୋର୍ଟ ମୁତାବିକ ୟୁରୋପର ଦେଶରେ ଫ୍ରାନ୍ସ ଏମିତି ଏକ ଜାଗା ଅଟେ , ଯେଉଁଠି ବେ ରୋଜଗାର ମାନଙ୍କୁ ଅଧିକା ସୁବିଧା ମିଳିଥାଏ , ଯଦି ୨୦୧୭ ରେ ଗଣନାକୁ ନଜର ପକାଇବା ତେବେ ବେରୋଜଗାର ଙ୍କୁ ସରକାର ବାର୍ଷିକ ପ୍ରାୟ ୭ ହଜାର ୟୁରୋ ମାନେ ୫ ଲକ୍ଷରୁ ୬ ଲକ୍ଷ ଟଙ୍କା ସହଯୋଗ କରିଥାଏ , ମାନେ ସବୁ ମାସ ୪୬ ହଜାର ଭର୍ତ୍ତା ମିଳିଥାଏ , କିନ୍ତୁ ଗୋଟେ କଥା ଧ୍ୟାନ ଦେବେ କି ବେରୋଜଗାର ବ୍ୟକ୍ତିଙ୍କୁ କିଛି ଖାସ୍ ସର୍ତ୍ତ ରଖି ଏହି ରାଶି ମିଳିଥାଏ ।
ଜର୍ମାନୀ: ଏପରି ଭାବେ ବହୁତ ସ୍ତରରେ ବେରୋଜଗାର ଲୋକଙ୍କୁ ଆର୍ଥିକ ରାଶି ପ୍ରଦାନ କରାଯାଏ , ଏକେଲା ରହୁଥିବା ବେରୋଜଗାରଙ୍କୁ ପ୍ରାୟ ୩୯୦ ୟୁରୋ ମାନେ ୩୦ ହଜାର ଟଙ୍କା ମିଳିପାରେ , ବେରୋଜଗାର ବ୍ୟକ୍ତି ତିନି ମାସ ପର୍ଯ୍ୟନ୍ତ କାମ ନ ଖୋଜି ପାରିଲେ ତେବେ ତାଙ୍କ ପଇସା ୩୦ ପ୍ରତିଶତ କମାଇ ଦିଆଯାଏ ।
ଆର୍ୟଲାଣ୍ତ : ଏହି ଦେଶରେ ବେରୋଜଗାରଙ୍କୁ ମିଳୁଥିବା ସୁବିଧାଗୁଡିକ ହାସିଲ୍ କରିବାକୁ ହେଲେ ବହୁତ କଡା ନିୟମ ଅଛି , ଆପଣଙ୍କୁ କମ୍ ସେ କମ୍ ୭ ଦିନ ଯାଏଁ ବେରୋଜଗାର ରହିବା ଦରକାର , ଏହା ଛଡା ଡିପାର୍ଟମେଣ୍ଟ ଅଫ୍ ସୋସିଆଲ୍ ପ୍ରୋଟେକ୍ସନ୍ ଙ୍କୁ କହିବାକୁ ପଡୀବ , ଏହା ଛଡା ସୋସିସାଲ୍ ଇନସୁରାନ୍ସ କଣ୍ଟ୍ରିବ୍ୟୁସନ୍ ବି ରହିବା ଜରୁରୀ ।
ଇଟାଲି : ଇଟାଲିରେ ବେରୋଜଗାରୀ ଦର ୧୨:୯ ପ୍ରତିଶତ ଅଛନ୍ତି , ଇଟାଲି ସରକାର ୨୦୧୩ ରେ ବେରୋଜଗାର ଲାଭ ଗୁଡିକ ବଦଳାଇଦେଇଥିଲେ , ଏବେ ବେରୋଜଗାରଙ୍କ ପାଇଁ କିଛି ସର୍ତ୍ତାବଳୀ ଅଛି ଯେଉଁଠି ୧,୧୮୦ ୟୁରୋ ପ୍ରତି ମାସ ମାନେ ୯୦ ହଜାର ଟଙ୍କା ମିଳିଥାଏ , ସେମିତି ଜାପାନରେ ଶାରରୀକ ବିକଳାଙ୍ଗତା ସହ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସରକାର ସହାୟତା କରିଥାଏ , ଜାପାନରେ ଏହି ରାଶି ୧୫୩ ପାଉଣ୍ତ ମାନେ ପ୍ରାୟ ୧୫ ହଜାର ଟଙ୍କା ଅଟେ ।
କିଛି ଏହିପରି ଭାବେ ମୋଦୀ ସରକାର ୟୁନିଭରସିଆଲ୍ ବେସିକ୍ ଇନକମ୍ ଆମ ଦେଶରେ ଲାଗୁ କରିବାକୁ ଯୋଜନା ରଖିଛନ୍ତି , ଏହି ସ୍କିମ୍ ପାଇଁ ପ୍ରଥମ ଉପଦେଶ ଲଂଣ୍ତନ ୟୁନିଭରସିଟି ପ୍ରୋଫେସର ଗାୟ ଷ୍ଟେଡିଙ୍ଗ୍ ଦେଇଥିଲେ , ଏହାର ଅନୁଗାମୀ ହୋଇ ମଧ୍ୟ ପ୍ରଦେଶର ଇନ୍ଦୋରରେ ୮ ଟି ଗାଁକୁ ପାଞ୍ଚ ବର୍ଷ ପାଇଁ ପାଇଲଟ୍ ପ୍ରୋଜେକ୍ଟରେ ଚଲାଯାଇଥିଲା , ପ୍ରୟୋଗ ଦ୍ୱାରା ଏହି ଗାଁରେ ୬୦୦୦ ହଜାର ଜନସଂଖ୍ୟାଙ୍କୁ ଫାଇଦା ପହଞ୍ଚିପାରିଥିଲା , ଏହି ଗାଁର ଲୋକମାନଙ୍କୁ ୫୦୦ ଟଙ୍କା ପ୍ରତି ଖାତାରେ ସବୁ ମାସ ଦିଆଗଲା , ସେମିତି ଛୁଆଙ୍କ ଖାତାରେ ୧୫୦ ଟଙ୍କା ଜମା କରାଗଲା , ଭାରତ ଏହି ସ୍କିମ୍ ପାଇଁ ୧୦ କୋଟି ଲୋକ ସାମିଲ୍ ହୋଇପାରିବେ , ୨୦୧୬-୧୭ ଆର୍ଥିକ ସର୍ଭେ ଦ୍ୱାରା ଏହି ସ୍କିମ୍ ଲାଗୁ କରିବା ପାଇଁ କୁହାଯାଇଛି ।