December 22, 2024

Odia Express

Here, There and Everywhere

ହିନ୍ଦୁ ଧର୍ମରେ ଏମିତି ୧୦ ଟି ପରମ୍ପରା ଅଛି ଯାହାକୁ ବିଜ୍ଞାନ ବି କରିଥାଏ ସଲାମ୍ – ଆପଣ ମଧ୍ୟ ଜାଣିରଖନ୍ତୁ…

ହିନ୍ଦୁ ଧର୍ମରେ ପରମ୍ପରାକୁ ପାଳନ କରି ଆଜି ବି ଲୋକ ନିଜ ବଡ ଓ ଗୁରୁଜନଙ୍କ ପାଦ ଛୁଇଁ ମୁଣ୍ତିଆ ମାରିଥାନ୍ତି , ଓ ବିବାହିତ ମହିଳାମାନେ ନିଜ ମଥାରେ ସିନ୍ଦୁର ଲଗାଇଥାନ୍ତି । ଏହି ପରମ୍ପରା ପଛରେ ବହୁତ ବୈଜ୍ଞାନିକ ତର୍କ ଅଛି , ଚାଲନ୍ତୁ ଜାଣିବା ସେହି ୧୦ ଟି ହିନ୍ଦୁ ପରମ୍ପରା ବିଷୟରେ ଯାହା ପଛରେ ତର୍କ ବିଜ୍ଞାନ ବି ସଲାମ କରିଥାନ୍ତି ।

୧) ପାଦ ଛୁଇଁବା : ହିନ୍ଦୁ ଧର୍ମରେ ପାଦ ଛୁଇଁବା ଓ ବଡ ଗୁରୁଜନଙ୍କୁ ପାଦ ଛୁଇଁ ଆଶିର୍ବାଦ ନେବା ପରମ୍ପରା ପୁରାଣ ଯୁଗରୁ ଚାଲିଆସିଛି, ଅଧିକାଂଶ ଲୋକ ନିଜ ଠାରୁ ବଡ ବୟସର ବ୍ୟକ୍ତିଙ୍କ ପାଦ ଛୁଇଁ ମୁଣ୍ତିଆ ମାରିଥାନ୍ତି , ଏହି ପରମ୍ପରାକୁ ବିଜ୍ଞାନ ବି ସଲାମ କରିଥାଏ , କାରଣ ପାଦ ଛୁଇଁଲେ ମସ୍ତିଷ୍କରୁ ବାହାରୁଥିବା ଏନର୍ଜି ହାତ ଓ ସାମ୍ନା ବାଲା ଶରୀର ଦେଇ ଏକ ଚକ୍ର ପୁରା କରିଥାଏ ।

 

୨) ନମସ୍କାର କରିବା : ଯେବେ କାହାକୁ ଆପଣ ଦେଖା କରିବେ ତେବେ ସେ ଯଦି ବଡ ହୋଇଥିବେ ତେବେ ତାଙ୍କୁ ଆପଣ ନମସ୍କାର କରୁଥିବେ । ନମସ୍କାର କରୁଥିବା ବେଳେ ଆମ ହାତ ଦୁଇଟି ଯୋଡି ହୋଇ ପରସ୍ପର ସ୍ପର୍ଶ କରିଥାନ୍ତି , ଯାହା ଦ୍ୱାରା ଆକ୍ୟୁପ୍ରେସର ଆମର ଆଖି, କାନ ଓ ମସ୍ତିସ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ଓ ଏହା ଛଡା ହାତ ମିଶାଇଲେ ଆମ ସାମ୍ନା ବାଲା ବ୍ୟକ୍ତି ସଂମ୍ପର୍କରେ ଆସିନଥାଏ , ଯାହା କାରଣରୁ ତାଙ୍କ ହାତର୍ ବ୍ୟାକ୍ଟେରିଆ ଆମର ସଂମ୍ପର୍କରେ ଆସେ ନାହିଁ ।

 

୩) ସିନ୍ଦୂର ଭରିବା : ବିବାହିତ ମହିଳା ନିଜ ମଥାରେ ସିନ୍ଦୂର ଭରନ୍ତି , ଓ ଏହି ପରମ୍ପରା ପଛରେ ଏକ ବୈଜ୍ଞାନିକ ତର୍କ ଲୁଚି ଅଛି । ସିନ୍ଦୁରରେ ହଳଦୀ , ଚୁନା ଓ ମରକରି ହୋଇଥାଏ ଯାହା ଶରୀରରେ ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲ୍ କରିଥାଏ , ଯାହାକୁ ନେଇ ବିଧବା ମହିଳା ସିନ୍ଦୁର ଲଗାଇବା ଉପରେ ପ୍ରତିବନ୍ଧ ହୋଇଥାଏ ,

୪) ତିଳକ ଲଗାଇବା : କେଉଁ ମାଙ୍ଗଳିକ କାର୍ଯ୍ୟ ସମୟରେ ମହିଳା ଓ ପୁରୁଷମାନେ ନିଜଅ ମଥାରେ ତିଲକ ଲଗାଇଥାନ୍ତି , ଏହା ପଛରେ ଏକ ବୈଜ୍ଞାନିକ ମାନ୍ୟତା ଅଛି, କିଏ କୁମ୍ କୁମ୍ କିମ୍ବା ତିଲକ ଲଗାଇଲେ ଏହା ଆମର ଆଖି ଓ ମଥା ମଧ୍ୟରେ ଯାଉଥିବା ଶିରାରେ ଏନର୍ଜି ବନାଇଥାଏ , ତିଲକ ଲଗାଇଲେ ଚେହେରାର କୋଶିକାମଧ୍ୟରେ ବ୍ଲଡ୍ ସରକ୍ୟୁଲେସନ୍ ଠିକ୍ କରିଥାଏ ।

 

୫) ତଳେ ବସି ଖାଇବା : ଆଜି ଅଧିକାଂଶ ଲୋକ ନିଜ ପରିବାର ସହ ବସି ତଳେ ବସିକରି ଖାଇଥାନ୍ତି , ତଳେ ବସି ଖାଇଲେ ଏହା ଏକ ଯୋଗର ଆସନ ଭଳି ହୋଇଥାଏ , ଏହି ଆସନରେ ବସିଲେ ମସ୍ତିଷ୍କ ଶାନ୍ତ ରହିଥଏ , ଓ ପାଚନ କ୍ରିୟା ସୃଦୁଢ ହୋଇଥାଏ ,

୬) କାନ ଫୋଡିବା : କାନ ଫୋଡିବା ଭାରତୀୟ ପରମ୍ପରାରେ ସାମିଲ୍ ଅଛି ,ବହୁ ପୁରାତନ ଯୁଗରୁ ଏହି ପରମ୍ପରା ପଛରେ ଏକ ତର୍କ ରହିଆସିଛି, ଏହାକୁ କରିଲେ ମଣିଷର ଭାବନା ଶକ୍ତି ବୃଦ୍ଧି ହୁଏ , ଓ ବୈଜ୍ଞାନିକ ତର୍କ ଅନୁସାରେ କାନ ଫୋଡିଲେ ଭଲ କଥା ବାହାରିଥାଏ , ଓ କାନରେ ହୋଇକରି ମସ୍ତିଷ୍କକୁ ଯାଉଥିବା ଶିରାରୁ ବ୍ଲଡ୍ ସରକ୍ୟୁଲେସନ୍ ବନା ରହିଥାଏ ।

 

୭) ଲଣ୍ତା ମୁଣ୍ତରେ କିଛି ଅଂଶ ଚୁଟି ରଖିବା : ହିନ୍ଧୁ ଧର୍ମରେ ଆଜି କାଲି ବ୍ରାହ୍ମଣ ମାନେ ନିଜ ମୁଣ୍ତରେ କିଛି ପରିମାଣର ବାଳ ଛାଡିଦିଅନ୍ତି, କୁହାଯାଏ କି ମୁଣ୍ତର ଏହି ଅଂଶରେ ଚୁଟି ରଖିଲେ କୁହାଯାଏ କି ମସ୍ତିସ୍କର ସବୁ ଶିରା ସେଠାରେ ଆସି ଏକତ୍ରିତ ହୁଅନ୍ତି , ଏକାଗ୍ରତା ବୃଦ୍ଧି ହୁଏ , ଓ କ୍ରୋଧରୁ କଣ୍ଟ୍ରୋଲ୍ କରିବାର ଶକ୍ତି ଆସେ ,

୮) ଉପବାସ ରଖିବା : ହିନ୍ଦୁ ଧର୍ମରେ ଉପବାସ ରଖିବା ପରମ୍ପରା ବହୁତ ପୁରୁଣା ଅଟେ , ଏହାକୁ ରଖିଲେ କ୍ୟାନ୍ସର ପରି ରୋଗରୁ ଆଶ୍ୱସ୍ତି ମିଳେ , ଏହା ସହ ହୃଦ ରୋଗ ସଂବନ୍ଧିତ ଅସୁବିଧା , ଡାଇବେଟିଜ୍ ପରି ରୋଗକୁ ନାଶ କରେ ।

 

୯) ତୁଳସୀ ଗଛର ପୁଜା ଅର୍ଚ୍ଚନା : ଆଜି ବି ଅଧିକାଂଶ ଘରର ଲୋକେ ତୁଳସୀ ଗଛ ଲଗାଇକରି ତାହାର ପୂଜା ଅର୍ଚ୍ଚନା କରିଥାନ୍ତି , ବୈଜ୍ଞାନିକ ମାନ୍ୟତା ଅନୁସାରେ ତୁଳସିର ଗଛ ଇମ୍ୟୁନୋ ସିଷ୍ଟମକୁ ମଜବୁତ୍ କରିବାରେ ସାହାଯ୍ୟ କରିଥାଏ , ଏହା ଏକ ଔଷଧୀୟ ଔଷଧୀ ଅଟେ , ଯାହାର ବ୍ୟବହାର ବହୁତ ରୋଗର ନିରାକରଣ ପାଇଁ କରାଯାଏ ।

୧୦) ମୁର୍ତ୍ତିର ପୁଜା : ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କୁ ପ୍ରସନ୍ନ କରିବାପାଇଁ ମୁର୍ତ୍ତିର ପୁଜା କରାଯାଏ , ମୂର୍ତ୍ତି ପୁଜା କରିବାର ବୈଜ୍ଞାନିକ ତର୍କ ଏହା କି ମୁର୍ତ୍ତି ମସ୍ତିଷ୍କ ଏକ ଜାଗାରେ ସ୍ଥିର ରଖିବାରେ ସାହାଯ୍ୟ କରେ ।

Leave a Reply

Your email address will not be published. Required fields are marked *