December 22, 2024

Odia Express

Here, There and Everywhere

ଚା ସହିତ ଭୁଲରେ ବି ଏହି ଜିନିଷ ଗୁଡିକୁ ଖାଆନ୍ତୁ ନାହିଁ , ନଚେତ ଆପଣଙ୍କୁ ମଧ୍ୟ କ୍ୟାନ୍ସର ହୋଇପାରେ…

ଆମ ଦେଶରେ ଅଧାରୁ ଅଧିକ ଘରେ ଦିନର ଆରମ୍ଭ ଚା କପରୁ ହୋଇଥାଏ । ଚା ର ଅଭ୍ୟାସଏପରି ଯେ ଏହାବିନା ରହିହୁଏ ନାହିଁ । ବହୁତ ଲୋକ ଚା ପିଇବା ସମୟରେ କିମ୍ବା ତୁରନ୍ତ ପରେ ଏପରି କିଛି ଖାଇ ଦିଅନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ । ଏହାଦ୍ୱାରା ମନୁଷ୍ୟ ଶରୀର ଉପରେ ବହୁତ ନକରାତ୍ମକ ପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି କହିବୁ ଯାହା ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ । ଚା ଭଳି ପାନୀୟ ୟୁରୋପ କିମ୍ବା ଆମେରିକା ଦେଶର ବ୍ୟକ୍ତି ମାନଙ୍କ ନିମନ୍ତେ ପ୍ରଯୁଜ୍ୟ କିନ୍ତୁ ଆମ ଦେଶର ଗରମ ପରିବେଶ ପାଇଁ ଅନୁପଯୁକ୍ତ ଓ ବିଷ ସଦୃଶ ହୋଇଥାଏ । ଗ୍ରୀଷ୍ମ ପ୍ରବଣ ଦେଶରେ ରହୁଥିବା ଲୋକଙ୍କ ପେଟରେ ଅମ୍ଳ(ଏସିଡିଟି)ର ମାତ୍ରା ଅଧିକ ଥାଏ । ଚା ପିଇବାରୁ ଏହା ଅଧିକ ହୋଇଯାଏ ।

 

ଏହି କାରଣରୁ ପେଟରେ ଜ୍ଵଳନ ଓ ଛାତି ପୋଡିବା ଭଳି ରୋଗ ହୁଏ । କିନ୍ତୁ ଏହା ବ୍ୟତୀତ ଆଉ ଗୋଟିଏ ଭୁଲ ଆମେ କରୁ । ନିଜ ଅଜାଣତରେ ହେଉ ପଛେ କିନ୍ତୁ ଆମେ ଜାଣିପାରି ନଥାଉ ନିଜର କେତେ ହାନି ହୁଏ । ଆମେ ଚା ସହିତ ଅନ୍ୟ ଖାଦ୍ୟ ଖାଇବା ବିଷୟରେ କହୁଛୁ ।

 

ଆଜି ଏପରି ଜିନିଷ ବିଷୟରେ କହିବୁ ଯାହାକୁ ଚା ସହ ଖାଇବା ଉଚିତ ନୁହେଁ । ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କୁ କ୍ୟାନ୍ସର ଭଳି ଗମ୍ଭୀର ରୋଗ ହୋଇପାରେ । ଏହା ସତ୍ୟ ଯେ ଆମକୁ ଯେକୌଣସି ପ୍ରକାର ନିଶା ଦ୍ରବ୍ୟ ଠାରୁ ଦୂରରେ ରହିବା ଉଚିତ ସେ ଚା ପିଇବା ହେଉ ବା ଧୁମ୍ରପାନ।

 

ଯଦି ଆପଣ ସବୁଦିନ ଚା ସହ ଧୂମପାନ କରୁଛନ୍ତି ତେବେ ସାବଧାନ ହୁଅନ୍ତୁ କାରଣ ଏପରି କରିବା ଦ୍ଵାରା ଆପଣଙ୍କ ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡେ । ଦୀର୍ଘ ଦିନ ଏପରି କଲେ କ୍ୟାନ୍ସର ଭଳି ଭୟଙ୍କର ରୋଗର ସମ୍ଭାବନା ରହିଛି ।

ଏହା ସହିତ ସବୁଜ ପରିବା  ସେବନ ଭୁଲରେ ବି କରନ୍ତୁ ନାହିଁ  କାରଣ ସବୁଜ ପରିବାରେ ଭରପୁର ମାତ୍ରା ରେ ଲୌହ ଥାଏ ଓ ଚା ସହ ଖାଇବା ଦ୍ଵାରା ଲୌହ ସଂଶ୍ଳେଷଣ କୁ ରୋକିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ । ଏହାଦ୍ୱାରା ଶରୀରରେ ରକ୍ତହୀନତା , ପାଚନ ସମ୍ବନ୍ଧିତ ରୋଗ ଓ ଅନ୍ୟ ବହୁତ ରୋଗ ଉତ୍ପନ୍ନ ହେବାର ସମ୍ଭାବନା ଥାଏ ।

Leave a Reply

Your email address will not be published. Required fields are marked *