February 5, 2025

Odia Express

Here, There and Everywhere

ତୁଳସୀର ପାଞ୍ଚଟି ପତ୍ରରେ ଆପଣଙ୍କ ଭାଗ୍ୟର ବନ୍ଦ ଦରଜା ଖୋଲିଯିବ, କେବଳ ଏହି ଛୋଟିଆ କାମଟି କରି ଦିୟନ୍ତୁ..

ପ୍ରାୟତଃ ସମସ୍ତ ହିନ୍ଦୁ ମାନଙ୍କ ଗୃହରେ ତୁଳସୀ ଗଛ ରହିଥାଏ । ହିନ୍ଦୁ ଧର୍ମ ରେ ଏହାର ବହୁତ ମାନ୍ୟତା ରହିଛି । ତୁଳସୀ ପତ୍ରର ବ୍ୟବହାର ନା କେବଳ ପୂଜାପାଠ ପାଇଁ ହୋଇଥାଏ ତା ସହ ଏହା ଅନେକ ପ୍ରକାର ରୋଗ ଦୂର କରିବାରେ ସମର୍ଥ । ଶୁଭ କାର୍ଯ୍ୟରେ ଲୋକ ତୁଳସୀ ପତ୍ରର ବ୍ୟବହାର କରନ୍ତି । ଆପଣ କଣ ଜାଣନ୍ତି କି ପୂଜାପାଠ ଓ ସ୍ୱାସ୍ଥ୍ୟ ଛଡା ତୁଳସୀ ପତ୍ରର ଅନ୍ୟ କେତେକ ମହତ୍ଵ ରହିଛି । ଘରେ ଚାଲୁଥିବା ଅସୁବିଧା ରୁ ତୁଳସୀ ର କିଛି ପତ୍ର ଆପଣଙ୍କୁ ମୁକ୍ତି ଦେଇପାରେ । ବାସ୍ତୁରେ ତୁଳସୀ ପତ୍ରର ଅନ୍ୟ କିଛି ମହତ୍ଵ ମଧ୍ୟ ଲେଖାଯାଇଛି । ଏଥିପାଇଁ ଆପଣଙ୍କୁ କେବଳ ପାଞ୍ଚଟି ତୁଳସୀ ପତ୍ରର ଆବଶ୍ୟକତା ଅଛି । ଆସନ୍ତୁ ଜାଣିବା ତୁଳସୀର ଏହି ପାଞ୍ଚଟି ପତ୍ର କେଉଁ ପ୍ରକାରରେ ଆପଣଙ୍କୁ ସାହାଯ୍ୟ କରିବେ ।

ଏହି ଅସୁବିଧା ଗୁଡିକରୁ ମୁକ୍ତି ଦେଇଇପାରିବ ତୁଳସୀର ଏହି ପାଞ୍ଚ ପତ୍ର

 

ଗୃହରେ କଳହ ହେଲେ ତୁଳସୀ ପତ୍ର ବହୁତ କାମରେ ଆସେ । ଯେଉଁ ପତିପତ୍ନୀ କିମ୍ବା ଯୋଡି ମାନଙ୍କର ପରସ୍ପର ସମ୍ପର୍କ ଭଲ ନରହୁଛି ଓ ଛୋଟଛୋଟ କଥାରେ କଳି ହେଉଛି ସେମାନେ ତୁଳସୀର ପାଞ୍ଚଟି ପତ୍ର ସବୁବେଳେ ନିଜ ପାଖରେ ରଖନ୍ତୁ , ଲଢେଇ ଝଗଡା ହେବନାହହୀନ ଓ ଶାନ୍ତି ରହିବ ।

 

ଯଦି ଆପଣ ନିଜର କୌଣସି ମନୋକାମନା ପୂରଣ କରିବାକୁ ଚାହୁଁଛନ୍ତି ତୁଳସୀର ପାଞ୍ଚଟି ପତ୍ର ଏକ ଲାଲ କାଗଜରେ ଗୁଡେଇ ପୂଜାଘରେ ରଖିଦିଅନ୍ତୁ ଓ ପ୍ରତ୍ୟେକଦିନ ଏହାର ପୂଜା କରନ୍ତୁ । ପାତ୍ରଙ୍କୁ ସବୁଦିନ ନିଜର ମନୋକାମନା ଜନାନତୁ , କିଛି ଦିନ ମଧ୍ୟରେ ଆପଣଙ୍କୁ ପରିଣାମ ମିଳିବ। ପଇସା କୁ ନେଇ ଥିବା ଅସୁବିଧା ଦୂର ହୋଇଯିବ ।

 

ଯଦି ଆପଣ ଅନୁଭବ କରନ୍ତି ଯେ ଗୃହରେ କୌଣସି ନକରାତ୍ମକ ଶକ୍ତିର ବାସ ଅଛି ତେବେ ଆପଣଙ୍କୁ ଗୋଟିଏ କାମ କରିବାକୁ ହେବ , ଶୋଇବା ସମୟରେ ତକିଆ ତଳେ ପାଞ୍ଚଟି ତୁଳସୀ ପତ୍ର ରଖିଦିଅନ୍ତୁ । ଏପରି କରିବା ଦ୍ଵାରା ସେଠାରେ ଥିବା ନକରାତ୍ମକ ଶକ୍ତି ଚାଲିଯିବେ ।

 

ଏହି କଥା ନିଶ୍ଚିତ ଧ୍ୟାନ ରଖିବେ ଆପଣ ଯେଉଁ କାର୍ଯ୍ୟ ପାଇଁ ତୁଳସୀ ପତ୍ର ଉପଯୋଗ କରୁଛନ୍ତି ତାହା ତାଜା ଥିବ । ପ୍ରତି ୨୪ଘଣ୍ଟାରେ ପତ୍ର ଗୁଡିକ ବଦଳେଇଦେବେ । ଆପଣ ଯେଉଁ ଅସୁବିଧାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ସେଥିପାଇଁ ଏହି କାର୍ଯ୍ୟ ଲଗାତର ୨୧ଦିନ ପର୍ଯ୍ୟନ୍ତ କରନ୍ତୁ । ପତ୍ର ଶୁଖିଗଲେ ସେଗୁଡିକୁ ନଫିଙ୍ଗି ଜଳରେ ପ୍ରବାହିତ କରିଦିଅନ୍ତୁ । କିଛି ଦିନରେ ଆପଣଙ୍କୁ ସକାରାତ୍ମକ ଫଳ ମିଳିବ  ।

Leave a Reply

Your email address will not be published. Required fields are marked *