November 22, 2024

Odia Express

Here, There and Everywhere

ନେଭିର ମାର୍କୋସ୍ କମାଣ୍ତୋ ନିଜ ଜୀବନ ସହ ଖେଳି ବଞ୍ଚାଇଲେ କାଶ୍ମୀରି ମହିଳା ଓ ତାଙ୍କ ପୁଅର ଜୀବନ , ପୁରା ଦେଶ କରୁଛି ସଲାମ…

ଜମ୍ମୁ କାଶ୍ମୀର ସ୍ଥିତ ବୁଲେର ଝିଲ ରେ ଗତ ବୁଧବାରକୁ ଏକ ଡଙ୍ଗା ପଲଟି ଗଲା , ଡଙ୍ଗାରେ ଥିବା ଦୁଇଟି ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଭାରତୀୟ ନେଭିର ମେରାଇନ୍ କମାଣ୍ତୋ ମାର୍କୋସ ଆଗକୁ ଆସିଲେ , ଓ ସେହି ଝିଲ ରେ ଡେଇଁ ପଡିଲେ , ଓ ତାଙ୍କୁ ସୁରକ୍ଷିତ ବାହାର କରିଆଣିଲେ ।ଅନ୍ୟଥା ଦକ୍ଷିଣ କାଶ୍ମୀରରେ ପହଲଗ୍ରାମ ସ୍ଥିତ ଲିଦ୍ଧର ନଦୀରେ ମଙ୍ଗଳବାରକୁ ହୋଇଥିବା ତ୍ରାସଦି ପୁର୍ନ୍ନାବୃତ୍ତି ଏସିଆରେ ତାଜା ପାଣି କୁହାଯାଉଥିବା ସବୁ ଠାରୁ ବଡ ହ୍ରଦ ବୁଲେରରେ ଅଛି, ମିଳିଥିବା ସୁଚନା ଅନୁସାରେ , ସକାଳୁ ୱାଣ୍ତିପୋର ସହ ପାଖରେ ଥିବା ଜୁରିମଞ୍ଜ ଗାଁର ୪୦ ବର୍ଷୀୟ ରଫିଫା ବେଗମ୍ ଓ ତାଙ୍କର ୧୭ ବର୍ଷିୟ ଝିଅ ଲାଲି କିସ୍ତି ହ୍ରଦର ରାସ୍ତାରେ ସୋପେର୍ ପାଇଁ ବାହାରିଥିଲେ ।

 

ସୋପେର୍ ହ୍ରଦର ଏକ ଭାଗ ସୋପେର୍ ସୀମାରେ ଲାଗିକରି ଥିଲା । ମା ଝିଅ ଏବେ ହ୍ରଦରେ କିଛି ଦୁରତାରେ ଥିଲେ , ଅଚାନକ ତାଙ୍କ ଡଙ୍ଗା ଓଲଟିଗଲା । ଦୁହେଁ ହ୍ରଦର ଗଭୀର ପାଣିରେ ବୁଡିଗଲେ , ମା ଝିଅ ପାଣିରେ ବୁଡିଯାଉଥିବା ଦେଖି ଆଖପାଖ ଲୋକ ଚିତ୍କାର୍ କଲେ , ଓ ଏହା ଶୁଣି ମାର୍କୋସର ଏକ ଟିମ୍ ସେଠାରେ ପହଞ୍ଚିଥିଲା , ମାର୍କୋସ୍ ବୁଡାଳି ମାନେ ସେହି ଯାଗାକୁ ଗଲେ , ଯେଉଁଠି ମା ଝିଅ ବୁଡିଯାଈଥିଲେ,  ଓ ଦୁହଁଙ୍କୁ ବାହାର୍ ବି କରଗଲା , ଦୁହେଁ ଗମ୍ଭୀର ଅବସ୍ଥାରେ ଥିବା ଯୋଗୁଁ ତାଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଗଲା ।

 

ବୁଲର ହ୍ରଦ ଏହାର ଆଖପାଖ ଇଲାକାରେ ସକ୍ରିୟ ଆତଙ୍କବାଦୀଙ୍କ ସହ ଲଢିବାପାଇଁ ୧୯୯୦ ରୁ ମାର୍କୋସ୍ ନିଯୁକ୍ତ ଅଛନ୍ତି , ଏସ୍ ଏସ୍ ପି ୱାଣ୍ତିପିର ରାହୁଲ୍ ମଲ୍ଲିକ କହିଲେ ମାର୍କୋସ୍ ଅନ୍ୟ ସୁରକ୍ଷା କର୍ମୀ ସମୟ ଥିବା ବେଳେ ପହଞ୍ଚିଗଲେ,  ନହେଲେ ଆଜି ଲିଦ୍ଧରରେ ଏକ ବଡ ଦୁର୍ଘଟଣା ହୋଇଥାନ୍ତା ।

Leave a Reply

Your email address will not be published. Required fields are marked *