ଭଗବାନ ଏହି ଛୋଟ ଛୋଟ ବସ୍ତୁରୁ ଆସୁଥିବା ଭଲ ସମୟର ସଂକେତ ଦେଇଥାନ୍ତି, ଯିଏ ବୁଝିଲା ତାର ମଙ୍ଗଳ…ଏବେ ଦେଖି ନିୟନ୍ତୁ
1 min readଆମ ଜୀବନରେ ଏଭଳି ବହୁତ ଘଟଣା ଘଟିଥାଏ ଯାହାର ଆଭାସ ଆମକୁ ପୂର୍ବରୁ ହୋଇଥାଏ ଯେ ଆଗକୁ କିଛି ଘଟିବାକୁ ଯାଉଛି । ଆସୁଥିବା ଏହି ଘଟଣାର ପୂର୍ବ ସଂକେତ ଆମକୁ କିଛି ନା କିଛି ରୂପରେ ମିଳିଥାଏ ।କିନ୍ତୁ ଆମେ ତାହା ବୁଝିବାରେ ଅକ୍ଷମ ହେଉ । ସୁଖ ବା ଦୁଃଖ ଆସୁ କିନ୍ତୁ ତା ପୂର୍ବରୁ ଭଗବାନ ଆମକୁ ଏଭଳି କିଛି ସଂକେତ ଦେଇଥାନ୍ତି ଯାହାଦ୍ୱାରା ବ୍ୟକ୍ତି ବୁଝିପାରେ ଯେ ଆଗକୁ କିଛି ଘଟଣା ଘଟିବାକୁ ଯାଉଛି । ଆପଣ ଯଦି ପ୍ରଚେଷ୍ଟା କରିବେ ତେବେ ସହଜରେ ଜାଣିପାରିବେ ଯେ ଆପଣଙ୍କ ସହ କଣ ଘଟିବାକୁ ଯାଉଛି । ଦୈନନ୍ଦିନ ଜୀବନରେ ଏପରି କି ପ୍ରକାର ସଂକେତ ମିଳେ ଯାହା ଆପଣ ବୁଝିପାରନ୍ତି ନାହିଁ ।
ପୂର୍ଣ୍ଣ କଳସୀ ଦେଖିବା – ଘରୁ ବାହାରିବା ସମୟରେ ଖାଲି ବାସନ ଦେଖିବା ଯେପରି ଅଶୁଭ ହୋଇଥାଏ ସେହିପରି ଜଳପୂର୍ଣ୍ଣ କଳସୀ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣଙ୍କ ଦୃଷ୍ଟି ଏଭଳି ବାସନ ଉପରେ ପଡେ ଯେଉଁଥିରେ ଜଳ କିମ୍ବା କ୍ଷୀର ଭର୍ତ୍ତି ଥାଏ ତାହା ବହୁତ ଶୁଭ ହୋଇଥାଏ । ଏହା ସଂକେତ ଦେଇଥାଏ ଯେଉଁ କାର୍ଯ୍ୟ ପାଇଁ ଆପଣ ଘରୁ ବାହାରିଛନ୍ତି ତାହା ନିଶ୍ଚିତ ପୂରଣ ହେବ ।
ପ୍ରସନ୍ନ ମନରେ ଶଯ୍ୟା ତ୍ୟାଗ କରିବା – ଆପଣ ଏହି କଥା ପ୍ରତି କେବେ ଧ୍ୟାନ ଦେଇନଥିବେ କିନ୍ତୁ ଯେତେବେଳେ ଆପଣ ଶୋଇକରି ଉଠିବେ ଓ ଆପଣଙ୍କ ମୁହଁରେ ସ୍ମିତହାସ୍ୟ ଥିବ ତେବେ ଆପଣଙ୍କ ପୁରାଦିନ ଖୁବ ଭଲରେ କଟେ। ଯଦି ଆପଣ ପ୍ରସନ୍ନ ମନରେ ନିଦ୍ରା ତ୍ୟାଗ କରୁଛନ୍ତି ତେବେ ଏହା ସଂକେତ ଦିଏ ଯେ ଆଜି ଆପଣଙ୍କ ପୁରା ଦିନ ଭଲରେ କଟିବ ଓ ଆପଣ ଯାହା କରିବେ ସେଥିରେ ସଫଳ ହେବେ । ଏହି କାରଣରୁ ସକାଳ ସମୟରେ କ୍ରୋଧ କରିବା ଉଚିତ ନୁହେଁ ଖୁସି ମନରେ ଦିନର ଆରମ୍ଭ କରିବା ଉଚିତ
ପଶୁ-ପକ୍ଷୀ – ପଶୁପକ୍ଷୀ ଙ୍କ ଠାରୁ ସବୁବେଳେ ଆସନ୍ନ ଘଟଣାର ଅନୁମାନ ଲଗାଯାଇପାରେ । ଯେପରିକି କୁକୁର ବା ବିଲେଇ ଯଦି ଆପଣଙ୍କ ଘର ସାମନାରେ ତୁହାକୁତୁହା କାନ୍ଦେ ତେବେ କାହାର ମୃତ୍ୟୁ ସମାଚାର ମିଳେ । ସେହିପରି ଯଦି ବିଲେଇ ଆସି ଆପଣଙ୍କ ଘରେ ଛୁଆ ଜନ୍ମ ଦିଏ ତେବେ ଏହା ଅର୍ଥ ଆପଣଙ୍କୁ କିଛି ଶୁଭ ସମାଚାର ମିଳିବାକୁ ଯାଉଛି । ଆପଣଙ୍କ ଘର ଆଖପାଖ ର ପଶୁ ମାନେ ଯଦି ଖୁସିରେ ଥାନ୍ତି ତେବେ ଆପଣଙ୍କ ଆଖପାଖ ରେ ସକାରାତ୍ମକ ଶକ୍ତି ରହିଛି ଓ ଆପଣଙ୍କର ଭଲ ସମୟ ପାଖେଇ ଆସୁଛି ।
ସକାଳୁ ସକାଳୁ ପଇସା ମିଳିବା – ଯଦି ଆପଣ ନିଦରୁ ଉଠୁ ଉଠୁ ଘର ଲୋକଙ୍କ ଠାରୁ କିମ୍ବା ଅନ୍ୟ କାହା ତରଫରୁ ପଇସା ମିଳେ ତାହା ବହୁତ ଶୁଭ ହୋଇଥାଏ । ଏହା ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ କୃପା ଥିବାର ସଂକେତ ହୋଇଥାଏ ଓ ଆପଣଙ୍କୁ ଖୁବ ଶୀଘ୍ର କିଛି ବଡ ସଫଳତା ମିଳିବାକୁ ଅଛି ତା ସହ ପ୍ରଚୁର ଧନଲାଭ ର ଯୋଗ ଥାଏ ।
ହସୁଥିବା ଶିଶୁ – ଯଦି ଆପଣ କେଉଁ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଓ ହସୁଥିବା ଶିଶୁ ଆପଣଙ୍କ ସମ୍ମୁଖରେ ଦୃଶ୍ୟ ହୁଏ ତେବେ ଏହା ବହୁତ ଭଲ ଓ ମଙ୍ଗଳକାରୀ ହୋଇଥାଏ । ଶିଶୁଙ୍କ ଠାରେ ଭଗବାନ ବାସକରନ୍ତି ଓ ଏହି ହସୁଥିବା ଭଗବାନଙ୍କ ଅର୍ଥ ହେଲା ଆପଣଙ୍କ ଦିନ ମଙ୍ଗଳମୟ ହେବ । ଯଦି କେଉଁ ମନୋହର ହସୁଥିବା ଶିଶୁ କୁ ଆପଣ ଦେଖନ୍ତି ତେବେ ଆପଣଙ୍କୁ କାମରେ ସଫଳତା ମିଳିବ ଓ ପୁରା ଦିନ ଶୁଭ ସମାଚାର ମିଳିବ ।