ସନ୍ୟାସ ନେବା ପରେ ଟିଭି ପରଦାରେ ଦେଖାଦେବେ ଯୁବରଜ ସିଂହ- ଦେଖନ୍ତୁ କେଉଁ ଥିରେ ନଜର ଆସିବେ ଯୁବରାଜ…
ସିକ୍ସର ରାଜା ନାମରେ ପ୍ରସିଦ୍ଧ ଯୁବରାଜ ସିଂହ ଏବେ ଲଗାତର ଚର୍ଚିତ ରହୁଛନ୍ତି । ଯୁବରାଜ ସିଂହ ଏହି ନିକଟରେ କ୍ରିକେଟ ରୁ ଅବସର ନେଇଛନ୍ତି, ଏହାପରେ ମଧ୍ୟ ସେ ଚର୍ଚାରେ ଅଛନ୍ତି । ନିକଟରେ ଯୁବରାଜ ସିଂହ ଙ୍କୁ ଛୋଟ ପରଦାକୁ ଫେରିବାର ଖବର ମଧ୍ୟ ମିଳୁଛି । ଯୁବରାଜ ସିଂହ କ୍ରିକେଟ ରୁ ବିଦାୟ ନେବାପରେ ଏବେ ଛୋଟ ପରଦାରେ ଅଭିନୟ କରିବାକୁ ଯାଉଛନ୍ତି । ଯେଉଁଥିପାଇଁ ତାଙ୍କୁ ଆମନ୍ତ୍ରଣ ମଧ୍ୟ ମିଳି ସାରିଛି । ଏହି ଖବର ଏବେ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହା ଉପରେ ଅନ୍ତିମ ନିଷ୍ପତ୍ତି ତାଙ୍କୁ ହିଁ କରିବାକୁ ହେବ । ଚଲାନ୍ତୁ ଜାଣିବା ଗୁରୁତ୍ଵପୂର୍ଣ୍ଣ କଥା ।
ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂହ ନିକଟରେ ଆନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି । କିନ୍ତୁ ସେ ବିଦେଶରେ ହେଉଥିବା ଲିଗ ଗୁଡିକରେ ଖେଳିବା ଜାରି ରଖିବେ ଓ ଏଥିପାଇଁ ସେ ଭାରତୀୟ କ୍ରିକେଟବୋର୍ଡ ନିକଟରୁ ଅନୁମତି ମାଗିଛନ୍ତି । ଏସବୁ ମଧ୍ୟରେ ଯୁବରାଜ ସିଂହଙ୍କୁ ଛୋଟ ପରଦାକୁ ଫେରିବା ଖବର ନିଆଁ ଭଳି ବ୍ୟାପୀ ସାରିଲାଣି । ଗଣମାଧ୍ୟମ ସୂଚନା ଅନୁଯାୟୀ ଯୁବରାଜ ସିଂହ ଏବେ ଟେଲିଭିଜନରେ ଦେଖାଦେବେ । ଯାହା ପାଇଁ ତାଙ୍କୁ ଦୁଇଟି ରିଆଲିଟି ଶୋ ରୁ ଆମନ୍ତ୍ରଣ ମିଳିଛି ।
ଏହି ଦୁଇଟି ଧାରାବାହିକ ରେ ଦେଖାଦେଇ ପାରନ୍ତି ଯୁବରାଜ ସିଂହ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଗାମୀ ଦିନରେ ଯୁବରାଜ ସିଂହ ଟିଭିର ଲୋକପ୍ରିୟ ରିଆଲିଟି ଶୋ ରେ ଦୃଶ୍ୟ ହେବେ ଜାହାଲାଗି ତାଙ୍କୁ ଆମନ୍ତ୍ରଣ କରାଯାଇଛି । ଖବର ଅନୁଯାୟୀ ଯୁବରାଜ ସିଂହଙ୍କୁ ବିଗବସ ଓ ଖତ୍ରୋନ କେ ଖିଲାଡ଼ି ପାଇଁ ଆମନ୍ତ୍ରଣ କରାଯାଇଛି , ଯେଉଁଥିରେ ସେ ଅଭିନୟ କରିପାରନ୍ତି । କିନ୍ତୁ ଯୁବରାଜ ସିଂହଙ୍କ ଟିମ ଏହି ଖବର କୁ ପୁଷ୍ଟି କରିନାହାନ୍ତି । ଯାହାହେଉ ଯୁବରାଜ ସିଂହଙ୍କ ଛୋଟ ପରଦାକୁ ପ୍ରତ୍ୟାଗମନ ଦ୍ଵାରା ଏହି ଶୋ ର ଟିଆରପି ରେ ବୃଦ୍ଧି ହେବ ।
ଯୁବରାଜ ସିଂହଙ୍କ ଆସିବା ଦ୍ଵାରା ଟିଆରପି ଊର୍ଦ୍ଧ୍ଵଗାମୀ ହେବ
ଗଣମାଧ୍ୟମ ବିବୃତି ତର୍ଜମା କଲେ ଯଦି ଯୁବରାଜ ସିଂହ ବିଗବସ ଅଥବା ଖତରୋନ କେ ଖିଲାଡ଼ି ରେ ସାମିଲ ହେବେ ତେବେ ଏହି ଶୋ ର
ଟିଆରପି ବହୁତ ବଢିଯିବାର ଆଶା ଅଛି । କେବଳ ଏତିକି ନୁହେଁ ଯୁବରାଜ ସିଂହଙ୍କର ପ୍ରଶଂସକ ଏହି ଶୋ ଦେଖିବାକୁ କେବେ ଭୁଲିବେ ନାହିଁ କାରଣ ତାଙ୍କର କ୍ୟାରିଅର ଓ ବ୍ୟକ୍ତିଗତ ଜୀବନ ଖବର ଶିରୋନାମାରେ ରହି ଆସିଛି । ଅର୍ଥ ହେଲା ଏହି ଶୋ ଗୁଡିକରେ ଯଦି ଯୁବରାଜ ସିଂହ ଏଣ୍ଟ୍ରି କରନ୍ତି ତେବେ ପୂର୍ବ ସିଜିନ ମୁକାବିଲାରେ ଏହି ସିଜିନ ର ଶୋ ଅନେକ ମାତ୍ରାରେ ଲୋକପ୍ରିୟ ହେବ ଯାହାର ସବୁ ବାହାଦୁରି ଯୁବରାଜ ସିଂହଙ୍କୁ ଯିବ।
17ବର୍ଷର ଲମ୍ବା କ୍ୟାରିଆର ପରେ ସନ୍ୟାସ ଗ୍ରହଣ କଲେ ।
ଯୁବରାଜ ସିଂହ 2000ମସିହାରେ କ୍ରିକେଟ ରେ ଡେବ୍ୟୁ କରିଥିଲେ, ଯାହାପରେ ସେ ଗୋଟିଏ ପରେ ଗୋଟିଏ ସ୍ମରଣୀୟ ମୂହୁର୍ତ୍ତ ଭାରତୀୟ କ୍ରିକେଟ କୁ ଦେଇଥିଲେ । ଯୁବରାଜ ସିଂହ ନିଜର ଏହି ଲମ୍ବା ସମୟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବରେ ନିଜର ଛବି ରଖିଥିଲେ । ଯିଏକି ଗୋଟିଏ ଓଭରରେ 6ଟି ଛକା ମାରିବାର ଦକ୍ଷତା ରଖିଥିଲା । ଶେଷଥର ଯୁବରାଜ ସିଂହଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବାର ଦେଖାଯାଇଥିଲା କିନ୍ତୁ ସେଥିରେ ମଧ୍ୟ ତାଙ୍କୁ ବେଶୀ ସୁଯୋଗ ମିଳି ନଥିଲା ଓ କେବଳ ଦୁଇଟି କିମ୍ବା ତିନିଟି ମ୍ୟାଚ ଖେଳି ତାଙ୍କୁ ବାହାରେ ବସିବାକୁ ହୋଇଥିଲା । କିନ୍ତୁ ଏବେବି ତାଙ୍କର ଲୋକପ୍ରିୟତା କମ ହୋଇନାହିଁ ।