October 15, 2025

Odia Express

Here, There and Everywhere

ଆମେରିକା ରାଷ୍ଟ୍ରପତିଙ୍କର ଖାଦ୍ୟ ରୋଷେଇ କରନ୍ତି ଏହି ବ୍ୟକ୍ତି ଜଣକ, ରୋଷେଇ ପୂର୍ବରୁ ସେ ଏହି କାମ କରୁଥିଲେ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ..

ଆମେରିକାର ରାଷ୍ଟ୍ରପତି ପୃଥିବୀର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଅଟନ୍ତି । ତାଙ୍କ ସହ ଯୋଡି ହୋଇଥିବା ପ୍ରତ୍ୟେକ କଥା ଅତ୍ୟନ୍ତ ରୋଚକ ହୋଇଥାଏ ଏହି କଥାରେ ସନ୍ଦେହ ନାହିଁ ଓ ତାଙ୍କର ପୁଝାରୀ ଏଇ କେତେଦିନ ହେବ ଚର୍ଚାରେ ଅଛନ୍ତି । ତାଙ୍କର ରୋଷେୟାଙ୍କ ନାମ ଆନ୍ଦ୍ରେ ରସ୍ କିନ୍ତୁ ସେ ରୋଷେୟା କମ ଓ ବକ୍ସିଙ୍ଗ ରିଙ୍ଗ ର ରେସଲର ବେଶୀ ଲାଗନ୍ତି । ସେ ଛଅ ଫୁଟରୁ ଅଧିକ ଲମ୍ବା ଏବଂ ସାମାନ୍ୟ ଆକାର ଠାରୁ ପ୍ରାୟ ଚାରିଗୁଣା ବଡ ଶରୀରବାଲା ବଡ ମାଂସପେଶୀଯୁକ୍ତ ଛୁରି ଧରି ପାରିବ କାଟିବା ଦେଖାଯାଉଥିବା ବ୍ୟକ୍ତି ହ୍ଵାଇଟହାଉସ ର ରୋଷେୟା ଅଟନ୍ତି ଯିଏକି ଆମେରିକା ରାଷ୍ଟ୍ରପତି ଓ ତାଙ୍କର କର୍ମଚାରୀ ମାନଙ୍କ ପାଇଁ ବହୁତ ସ୍ଵାଦିଷ୍ଟ ଖାଦ୍ୟ ତିଆରି କରନ୍ତି ।

 

ଆନ୍ଦ୍ରେ ରସ୍ କୌଣସି ହୋଟେଲ କିମ୍ବା ଫାଇବଷ୍ଟାର ହୋଟେଲ ର ରୋଷେୟା ନୁହଁନ୍ତି ମାତ୍ର ସେ ଆମେରିକା ସୈନ୍ୟବିଭାଗରେ ମାଷ୍ଟର ଶେଫ ଥିଲେ ଯେଉଁଠାରେ ସେ ସେନାର ଜବାନ ମାନଙ୍କ ନିମନ୍ତେ ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଖୁସିରେ ଥିଲେ ଓ ତାପରେ ସେ ହ୍ଵାଇଟହାଉସ କୁ ଆସିଲେ । ତାଙ୍କର ବହୁତ ଗୁଡିଏ ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଛି ସବୁଠୁ ଅଧିକ ତାଙ୍କର ଫଟୋ ସେତେବେଳେ ଭାଇରାଲ ହେଲା ଯେବେ ଡୋନାଲ୍ଡ ଟ୍ରମ୍ଫ ଇଫତାର ପାର୍ଟି ରଖିଥିଲେ ଓ ସେ ପ୍ରାୟ 40 ବ୍ୟକ୍ତିଙ୍କ ସହ ଖାଦ୍ୟ ବନେଇବାର ଥିଲେ ଓ ସେଥିପାଇଁ ସେ ଛୁରି ଧରି ରୋଷେଇ କରିବା ଦୃଷ୍ଟିଗୋଚର ହୋଇଥିଲେ । ଆନ୍ଦ୍ରେ ରସ୍ ନିଜର ଶରୀର ସହ ନିଜର ଖୋଲା ମିଜାଜକୁ ନେଇ ବହୁତ ଚର୍ଚାରେ ରୁହନ୍ତି । ସେ ଜିମରେ ବ୍ୟାୟମ କରିବା ସହ ନିଜର ଫଟୋ ସେୟାର କରନ୍ତି ।

 

କେବେକେବେ ସେ ଝିଅ ମାନଙ୍କୁ ପିଠିରେ ବସେଇ ପୁସଅପ କରନ୍ତି, ଥରେ ସେ ଏକ ବାର ରେ ଏକାଥରକେ 2222 ପୁଶଅପ କରିଥିଲେ ଓ ତାହା ଦେଖିକାରୀ ସାରା ଦୁନିଆର ଆଖି ତାଙ୍କ ଉପରେ ସ୍ଥିର ହୋଇଯାଇଥିଲା । ଏହିଭଳି ଚର୍ଚା ଚାଲିଛି ଓ ଆଗକୁ ମଧ୍ୟ ଚାଲିବ ଯେହେତୁ ସେ ଆମେରିକା ରାଷ୍ଟ୍ରପତିଙ୍କର ରୋଷେୟା ।

Leave a Reply

Your email address will not be published. Required fields are marked *