କଣ ପାଇଁ ସିଲିଣ୍ତରରେ ଲେଖା ହୋଇଥିବା ନମ୍ବର ବହୁତ ଗୁରୁତ୍ୱପୂର୍ଣ୍ଣ ହେଇଥାଏ , ୯୮% ପ୍ରତିଶତ ଲୋକେ ଏହି ବିଷୟରେ ଜାଣିନାହାନ୍ତି …
1 min readଆଧୁନିକ ସୁବିଧା ଯେତେ ଲାଭଦାୟକ ହୋଇଥାଏ ସେତିକି ବିପଦ ବି ଥାଏ , ଗ୍ୟାସ ସିଲିଣ୍ତର ବି ଏମିତି ଏକ ଜିନିଷ ଅଟେ , ରୋଷେଇ ଗ୍ୟାସ ପ୍ରୟୋଗ କରୁଥିବା ମହିଳା ଜୀବନ ଏବେ ବହୁତ ସହଜ ହୋଇସାରିଛି , ଏବେ ତାଙ୍କୁ କୌଣସି ବିପଦ ନାହିଁ , ଆସିବା ଦିନରୁ ସିଲିଣ୍ତର ଫାଟିବା କାରଣରୁ ଭୟାନକ ଦୂର୍ଘଟଣା ହେଉଥିବାର ଖବର ଆସୁଛି , ସେଥିପାଇଁ ରୋଷେଇ ଗ୍ୟାସ୍ ବ୍ୟବହାର କଲା ବେଳେ କିଛିଟା ସାବଧନତା ଅବଲମ୍ବନ କରନ୍ତୁ , ଯେପରି କି ଟିକିଏ ଲିକେଜ୍ ହେଲେ କେବେ ବି ନଜର ଅନ୍ଦାଜ କରନ୍ତୁ ନାହିଁ ।ତା ସହ କିଛି କଥା ଅଛି ଯାହାକୁ ଆମେ ଅଣଦେଖା କରିଦେଉ ତାହା ବିଷୟରେ ଜାଣିବା ବହୁତ ଜରୁରୀ ଅଟେ , ଆଜି ଆମେ ରୋଷେଇ ଗ୍ୟାସ୍ ସଂବନ୍ଧିତ ଏମିତି ଜରୁରୀ କଥା କହିବାକୁଯାଉଛୁ ଯାହାଦ୍ୱାରା ଆପଣ ବିପଦ ମୁକ୍ତ ହୋଇପାରିବେ ।
ବହୁତଥର ଦେଖାଯାଇଛି କି ଯେଉଁ ଜିନିଷକୁ ଆମେ ବ୍ୟବହାର କରୁଛେ ତା ବିଷୟରେ ଆମ ପାଖରେ ସବିଶେଷ ଜ୍ଞାନ ନଥାଏ , ଅଧିକାଂଶ ଲୋକଙ୍କୁ ଏହି ବିଷୟରେ କିଛି ଜଣା ନଥାଏ , ଆଜି ଆମେ କଥା ହେଉଛୁ ଗ୍ୟାସ୍ ସିଲିଣ୍ତରରେ ଲେଖା ହୋଇଥିବା ଏକ ବିଶେଷ କୋଡ୍ ବିଷୟରେ ଯାହା ରେଗୁଲେଟର୍ ଉପରେ ଯେଉଁ ତିନୋଟି ପଟି ଅଛି ସେଥିରେ ଲେଖା ହୋଇଥାଏ , ଆପଣଙ୍କ ଧ୍ୟାନ ବହୁତଥର ସେଠାକୁ ଯାଇଥିବ ଓ ଆପଣ ବି ଭାବିଥିବେ କି କଣ ପାଇଁ ଏହି ନମ୍ବର ଲେଖାଯାଇଛି , ଅଧିକାଂଶ ଲୋକେ ଏହି ନମ୍ବରର ସଠିକ୍ ମତଲବ ଜାଣି ପାରନ୍ତି ନାହିଁ , ଯେବେ କି ଏହି ନମ୍ବର ସମସ୍ତ ରୋଷେଇ କରୁଥିବା ଉପଭୋକ୍ତାଙ୍କ ପାଇଁ ଜାଣିବା ବହୁତ ଉପଯୋଗୀ ଅଟେ ।
ପ୍ରକୃତରେ ଏହି ନମ୍ବର ଗ୍ୟାସ୍ ସିଲିଣ୍ତର ଶେଷ ଅବଧି ବା ଏକ୍ସପ୍ୟାରି ଡେଟ୍ ହୋଇଥାଏ । ଏହି ଏକ୍ସପ୍ୟାରି ଡେଟ୍ ସରିଯିବା ପରେ ଗ୍ୟାସ୍ ସିଲିଣ୍ତର କେବେ ବି ଫାଟିଯାଇପାରେ , ଏହି ନମ୍ବର ସାଧାରଣତଃ A,B,C, D ଆକାରରେ ଲେଖା ହୋଇଥାଏ , ଯାହାର ମତଲବ ଏହା କି ସବୁ କମ୍ପାନୀ ଏହାକୁ ତିନି ମାସ ପାଇଁ ବାଣ୍ଟି ଦେଇଥାନ୍ତି , A ର ମତଲବ ହେଲା ଜାନୁୟାରି ରୁ ମାର୍ଚ୍ଚ, B ର ମତଲବ ହେଲା ଏପ୍ରିଲ୍ ରୁ ଜୁନ୍ C ର ମତଲବ ହୋଇଥାଏ , ଜୁଲାଇ ରୁ ନେଇକରି ସେପ୍ଟେମ୍ବର D ର ମତଲବ ହୋଇଥାଏ , କି ଅକ୍ଟୋବରରୁ ନେଇକରି ଡିସେମ୍ବର ଯାଏଁ ହୋଇଥାଏ ,
ଏହା ସହ ବର୍ଷ ବି ଦିଆଯାଇଥାଏ , ଯେପରି ଉଦାହରଣ ପାଇଁ A-17 ଲେଖା ହୋଇଥାଏ , ଏହା ମତଲବ ହୋଇଥାଏ କି ଏହା ଜାନୁୟାରୀରୁ ନେଇକରି ମାର୍ଚ୍ଚ ପର୍ଯ୍ୟନ୍ତ ୨୦୧୭ ମସିହାର ଅଟେ , ଏହା ପରେ ସିଲିଣ୍ତର ବ୍ୟବହାର କରିବା ବିପଦପୂର୍ଣ୍ଣ ଅଟେ , ଗ୍ୟାସ୍ କମ୍ପାନୀ ନମ୍ବର ଲେଖି ନିଜର ଦାୟିତ୍ୱ ନିର୍ବାହ କରିଥାନ୍ତି , ଆମେ ଏକ ସଜାଗ ଉପଭୋକ୍ତା ହିସାବରେ ଏହା ନିଶ୍ଚିତ ଭାବେ ଧ୍ୟାନ ଦେବା ଉଚିତ୍ , ବହୁତ୍ ଲୋକ ଅଛନ୍ତି ଯାହାଙ୍କୁ ଏହି ବିଷୟରେ ଜଣା ବି ନଥାଏ । ତେବେ ଆସନ୍ତୁ ଏହି ବିଷୟରେ ସମସ୍ତଙ୍କୁ ସଚେତନ କରାଇବା ।