ଘରର ଅଗଣାରେ ଲଗାଇଦିଅନ୍ତୁ ଏହି ୫ ଟି ଫୁଲ ଗଛ, ଯାହା ଦୂର କରିଦେବ ଆପଣଙ୍କ ଜୀବନରେ ସବୁ ଦୁଃଖ..
ଘରର ଅଗଣା ଓ ବାତାବରଣ ଯଦି ଭଲ ରହିବ ତେବେ ଆପଣଙ୍କ ଉପରେ ଏହା ସକରାତ୍ମକ ପ୍ରଭାବ ପକାଇବ , ଓ ଘରେ ରହୁଥିବା ସଦସ୍ୟଙ୍କ ଜୀବନରେ ଏହା ଶାନ୍ତି ଦେଇଥାଏ , ଯଦି ତଳେ ବତାଇଥିବା ପାଞ୍ଚଟି ଫୁଲକୁ ଆପଣଙ୍କ ଘରର ଅଗଣାରେ ଲଗାଉଛନ୍ତି ତେବେ ଆପଣଙ୍କ ଜୀବନରେ ନାନାଦି ଅସୁବିଧାକୁ ଦୁର କରିପାରିବେ ।
୧) ପାରିଜାତ ଫୁଲ : ଧଳା ରଙ୍ଗର ଏହି ଫୁଲ ଘରର ଅଗଣାରେ ଲଗାଇଲେ ଘର ମଧ୍ୟରେ ସକରାତ୍ମକ ଉର୍ଜା ପ୍ରବାହିତ କରିଥାଏ , ହରିବଂଶପୁରାଣ ଏହି ଫୁଲ ଅନୁସାରେ କୁହାଯାଇଛି , ଓ କୁହାଯାଇଛି କି ଏହି ଫୁଲକୁ ଲକ୍ଷ୍ମୀ ମାଙ୍କ ନିକଟରେ ଚଢାଇଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଯାଆନ୍ତି , ଏହାକୁ ଶୁଭ ଫୁଲ ବୋଲି ଜଣାଯାଏ , ଏହି ଫୁଲର ବାସ୍ନାରୁ ମାନସିକ ଚିନ୍ତା ଦୂରୀଭୂତ ହୋଇଥାଏ , ଏହି ଫୁଲକୁ ଘରର ଅଗଣାରେ ଲଗାଇବା ଉତ୍ତମ ବୋଲି ମାନିଛନ୍ତି , ଏହି ଫୁଲ କେବଳ ରାତିର ସମୟରେ ଫୁଟିଥାଏ , ଓ ସକାଳ ସମୟରେ ମଉଳିଯାଏ ।
୨) ଚମ୍ପାର ଫୁଲ : ଚମ୍ପାର ଫୁଲ ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ , ଏହି ଫୁଲର ବାସ୍ନା ବହୁତ ବଢିଆ ହୋଇଥାଏ , ଏହାକୁ ଘର ଅଗଣା ମଧ୍ୟରେ ଲଗାଇଲେ ଘରର ବାତାବରଣ ଶୁଦ୍ଧ ହୋଇଥାଏ , ଏହି ଫୁଲର ଗୋଟେ ଖାସିୟତ୍ ଅଛି କି ଏହା ଏତେ ସୁଗନ୍ଧ କି ଏହା ଉପରେ ମହୁମାଛି ବସନ୍ତି ନାହିଁ , ଏହି ଫୁଲ କାମଦେବଙ୍କ ବହୁତ ପ୍ରିୟ ଅଟେ ।
୩) ରାତରାଣୀ ଫୁଲ : ରାତରାଣୀ ଫୁଲ ଯଦି ଘରର ଅଗଣାରେ ଲଗାଇବେ ତେବେ ଘରର ବାତାବରଣ ଶାନ୍ତିରେ ଭରି ରହିବ , ଓ ଘରର ମଧ୍ୟରେ କେବେ ଲଢେଇ ହୋଇନଥାଏ , ବାସ୍ତୁ ଶାସ୍ତ୍ରରେ ଏହି ଫୁଲକୁ ବହୁତ ଭାଗ୍ୟଶାଳୀ ବୋଲି ମାନିଛନ୍ତି , ଓ ଏହି ଫୁଲ ଦ୍ୱାରା ଘର ମଧ୍ୟରେ ସୁଖ ସମୃଦ୍ଧି ବୃଦ୍ଧିପାଇଥାଏ ।
୪) ରଜନୀଗନ୍ଧା ଫୁଲ : ରଜନୀ ଗନ୍ଧା ଫୁଲ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ , ଓ ଲୋକେ ଏହି ଫୁଲକୁ ନିଜ ଘରର ଲଗାଇବା ପସନ୍ଦ କରନ୍ତି , ଏହି ଫୁଲର ପ୍ରୟୋଗ ମାଳା ବନାଇବାରେ କରାଯାଏ , ଓ ପୂଜାର ସମୟରେ ରଜନୀ ଗନ୍ଧା ଫୁଲ ଭଗବାନ ଅର୍ପିତ କରାଯାଏ , ଏତିକି ନୁହେଁ ଆୟୁର୍ବେଦ ଦୃଷ୍ଟି କୋଣରୁ ଏହି ଫୁଲ ବହୁତ ଗୁଣକାରୀ ବୋଲି ମାନାଯାଏ , ଏହାକୁ ଲଗାଇଲେ ଆପଣଙ୍କ ଜୀବନରେ କୌଣସି ଅସୁବିଧା ଦେଖାଯିବ ନାହିଁ ।
୫) ମଲ୍ଲୀ ଫୁଲ : ଏହି ଫୁଲ ଗ୍ରୀଷ୍ମ ରିତୁରେ ଫୁଟିଥାଏ , ଏହାର ବାସ୍ନା ବହୁତ ବଢିଆ ହୋଇଥାଏ , ଧଳା ରଙ୍ଗର ଏହି ଫୁଲର ମହକ ଏକ ଦମ୍ ଶୁଦ୍ଧ ହୋଇଥାଏ , ବାସ୍ତୁ ଶାସ୍ତ୍ରରେ ଏହି ଫୁଲକୁ ଘର ମଧ୍ୟରେ ଲଗାଇଲେ ଶୁଭ ହୋଇଥାଏ, ଶୁଭ ହୋଇଥିବା ଶଅ ଏହା ବହୁତ ପ୍ରକାରର ରୋଗରୁ ମୁକ୍ତି ବି ଦେଇଥାଏ , ଏହା ଦ୍ୱାରା ଆପଣଙ୍କ ମନ ଶାନ୍ତି ରହିବ , ଓ ଜୀବନରେ ନାନାଦି ମାନସିକ ଚିନ୍ତାର ଅବସାଦ ଘଟିବ ।