ଜୀବନରେ ଏହି ପାପ କଲେ ମହାଦେବ କେବେବି କ୍ଷମା କରନ୍ତି ନାହିଁ , ଯଦି ସୁଖୀ ଜୀବନ ଚାହୁଁଛନ୍ତି ତେବେ ଏହି ସବୁଠାରୁ ରୁହନ୍ତୁ ଦୂରେଇ..
ତ୍ରିଦେବ ମଧ୍ୟରେ ସର୍ବଶ୍ରେଷ୍ଠ ଅଟନ୍ତି ମହାଦେବ , ଯାହାଙ୍କ ପୁଜା ପୁରା ସୃଷ୍ଟି କରିଥାଏ ,ଭଗବାନ ଶିବ ଯେବେ ପ୍ରସନ୍ନ ହୋଇଥାନ୍ତି , ତେବେ ସେ ଭୋଳାନାଥ ହୋଇଥାନ୍ତି , ଓ ଯେବେ କ୍ରୋଧିତ ହୁଅନ୍ତି ତେବେ ପ୍ରଳୟ ଆସିଯାଏ , ତେଣୁ ମନୁଷ୍ୟକୁ ସେହି କାମ ଗୁଡିକ କରିବା ଉଚିତ୍ ଯାହା ଠିକ୍ ଅଟେ , କୌଣସି ପ୍ରକାର ପାପ କାର୍ଯ୍ୟ କଲେ ମହାଦେବ କେବେ ବି କ୍ଷମା ଦିଅନ୍ତି ନାହିଁ , ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହା ପାପର ଅନ୍ତର୍ଗତରେ ଆସିଥାଏ , ଯାହାକୁ କରିବା ପାଇଁ ବର୍ଜିତ କରାଯାଇଛି , ଯଦି ଏହି ପାପରୁ ମହାଦେବଙ୍କ କ୍ରୋଧରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ତାହା କେବେ କରିବାକୁ ଚେଷ୍ଟା କରନ୍ତୁ ନାହିଁ , ନହେଲେ ମହାଦେବଙ୍କ କ୍ରୋଧର ସାମନା କରିବାକୁ ପଡିବ , ମହାଦେବ ଯେତେ ଭୋଳା ଅଟନ୍ତି ସେତେକି ପ୍ରଳୟକାରୀ ହୋଇଥାନ୍ତି , ସବୁ ମଣିଷ ନିଜ ସୀମା ମଧ୍ୟରେ ରହିବା ଉଚିତ୍ , କିଛି ବି ପାପ କାର୍ଯ୍ୟ କରନ୍ତୁ ନାହିଁ , ନହେଲେ ଏହାର ଦଣ୍ତ ଭୋଗିବାକୁ ପଡିବ ।
ଶିବ ପୁରାଣରେ କରିଥିବା କାର୍ଯ୍ୟ, କଥାବାର୍ତ୍ତା, ବ୍ୟବହାର ଓ ଭାବନା ବୁଝିକରି କରାଯାଇଥିବା ପାପକୁ ବର୍ଣ୍ଣନ କରାଯାଇଛି , ଯାହାକୁ ଭଗବାନ ଶିବ କେବେ କ୍ଷମା କରନ୍ତି ନାହିଁ , ଏମିତିରେ ସେହି ବ୍ୟକ୍ତି ଯଦି କରେ ତେବେ ଶିବଙ୍କର ପ୍ରକୋପର ଭାଗଦାରୀ ହୁଏ , କେବେ ବି ସୁଖ ଜୀବନରେ କାଳତିପାତ କରିପାରେ ନାହିଁ , ଯଦି ଆପଣଙ୍କ ମସ୍ତିଷରେ ଭାବନା ରହୁଛି କି ଭଗବାନଙ୍କ କିଛି ବି ଲୁଚିକରି ରୁହେନାହିଁ , ଏଥିପାଇଁ ଆପଣ କଥାବାର୍ତ୍ତା କିମ୍ବା ବ୍ୟବହାର ଦ୍ୱାରା କାହାକୁ କିଛି କଟୁ କଥାରେ ଆଘାତ ଦେଉନାହାନ୍ତି , କିନ୍ତୁ ଯଦି ମନରେ ଯଦି କେଉଁ ପ୍ରକାରର ଖରାପ ଭାବନା ଆସିଯାଏ , ତେବେ ତାହା ପାପର ଶ୍ରେଣୀରେ ଆସିଯାଏ , ତେବେ ଆସନ୍ତୁ ଏବେ ଆପଣଙ୍କୁ କହିବୁ ତାହା କେଉଁ ପ୍ରକାରର ପାପ ହୋଇଥାଏ , ଯାହା ଭଗବାନ ଶିବ କଦାପି ପସନ୍ଦ କରନ୍ତି ନାହିଁ , ଓ ପୁରାଣରେ ତାହା କରିବା ପାଇଁ ବର୍ଜନ କରାଯାଇଛି ,
୧) ଅଲଗା ବ୍ୟକ୍ତିଙ୍କ ସ୍ୱାମୀ କିମ୍ବା କୁ ଦୃଷ୍ଟି ରଖିବା ଓ ତାହାକୁ ପାଇବାକୁ ଇଚ୍ଛା ରଖିବା ସବୁଠାରୁ ବଡ ପାପ ହୋଇଥାଏ , ଓ ପୁରାଣରେ ଏହାକୁ ସବୁଠାରୁ ଖରାପ କାମ ହିସାବରେ ଜଣାଯାଏ ।
୨) ଅନ୍ୟଙ୍କ ଧନକୁ ନିଜର ବନାଇବାର ଲାଳସା ରଖୁଥିବା ବ୍ୟକ୍ତି ଭଗବାନ ଶିବଙ୍କର ନଜରରେ ଅକ୍ଷମ୍ୟ ଓ ଅପରାଧିକ ହୋଇଥାଏ , ଅନ୍ୟ ମାନଙ୍କର ଧନକୁ ସେ ମାଟି ବୁଝିବା ଦରକାର ।
୩) କୌଣସି ନିର୍ଦ୍ଧୋଷ କିମ୍ବା ଦୁର୍ବଳ ବ୍ୟକ୍ତିକୁ କଷ୍ଟ ଦେବା , କିମ୍ବା କ୍ଷତି ପହଞ୍ଚାଇବା , କିମ୍ବା ତାହାର ଧନ ଲୁଟିବା , ଓ ତାହାର କାମରେ ବାଧା ଉତ୍ପନ୍ନ କରିବା ପାଇଁ ଯୋଜନା କରିବା , ଏମିତି ଭାବନା ରଖୁଥିବା ବ୍ୟକ୍ତି ଶିବଙ୍କର ନଜରରେ ଦୋଷୀ ହୋଇଥାଏ , ସେଥିପାଇଁ ଭଗବାନ ଶିବ କେବେ କ୍ଷମା ଦେଇନଥାନ୍ତି ।
୪) ଭଲ ରାସ୍ତା ଭୁଲିକରି ଖରାପ ରାସ୍ତା ଆପଣାଇଥିବା ବ୍ୟକ୍ତି ପାପର ଭାଗୀଦାରୀ ହୋଇଥାଏ , ତାଙ୍କୁ ଭଗବାନ ଶିବ କେବେ କ୍ଷମା ଦେଇନଥାନ୍ତି ।
୫) କେବେ କେଉଁ ପର ସ୍ତ୍ରୀ ଉପରେ କୁ ଦୃଷ୍ଟି ପକାଇବା ଉଚିତ୍ ନୁହେଁ , କାରଣ ଏପରି କଲେ ସଂସାରିକ ଜୀବନରେ କେବେ ବି ସୁଖ ଭୋଗି ପାରେ ନାହିଁ , ଓ ସେ ଅର୍ଜିତ ଧନରେ କେବେ ସନ୍ତୁଷ୍ଟ ହୋଇନଥାଏ ,
୬) ବାପା ମା ଙ୍କୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତି ଭଗବାନ ଶିବଙ୍କର ନଜରରେ କେବେ କ୍ଷମାର ପାତ୍ର ନୁହେଁ , ଏମିତି କରିବା ଦ୍ୱାରା ଇଶ୍ୱରଙ୍କୁ ଦୁଃଖ ପହଞ୍ଚାଇବା ସହ ସମାନ ହୋଇଥାଏ , ଯାହାକୁ ବ୍ୟକ୍ତି କେବେ କରିବା ଉଚିତ୍ ନୁହେଁ ।