ମାଟି ଖୋଳୁଥିବା ବେଳେ ମିଳିଲା ୪୦୦୦ ବର୍ଷ ତଳର ପ୍ରାଚୀନ ଧ୍ୱଂସାବଶେଷ – ଯାହା ହୋଇପାରେ ମହାଭାରତ କାଳ ସହ ଜଡିତ..
ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ବାଗପତର ସିନୋଲିରେ ଖନନ ସମୟରେ ଭାରତୀୟ ପୁରାତତ୍ତ୍ୱ ବିଭାଗ ହାତରେ ଏମିତି ବହୁତ ସାରା ଜିନିଷ ଲାଗିଛି , ଯାହା ମହାଭାରତ କାଳ ସହ ଯୋଡି ହୋଇଥିବାର ସୁଚନା ମିଳୁଛି, ଏହି ଜିନିଷର ଆଧାରରେ ଆସୁଥିବା ସମୟରେ ଜଣା ପଡିପାରିବ କି ମହାଭାରତ କାଳରେ ଲୋକେ କିପରି ରହୁଥିଲେ , କେଉଁ ଭଳି କପଡା ପିନ୍ଧୁଥିଲେ । ଉତ୍ତର ପ୍ରଦେଶ ରାଜ୍ୟର ସିନୋଲି ରେ ଏହି ଖନନ ସମୟରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣଙ୍କୁ ଶାହୀ ପୋଟ୍ଟିକ, ରଥ, କଙ୍କାଳ, ଓ ଆଭୁଷଣ ମିଳିଛି, ଭାରତୀୟ ସର୍ବେକ୍ଷଣ ଟିମ୍ ଙ୍କୁ ଖୋଳୁଥିବା ସମୟରେ ଏକ ଚ୍ୟାମ୍ବର ଓ ଶବ ପୋଟିକା ମିଳିଛି, ଝିଅର ଶବ ଭିତରେ କଙ୍କାଳ ମିଳିଛି ଯାହା ଏହା ଦୁଇଟି ମହିଳାଙ୍କ ଅଟେ ,
ଏହି ମହିଳାଙ୍କ କଙ୍କାଳ ଦେଖିକରି ଅନୁମାନ ଲଗାଯାଉଛି କି ଏମାନଙ୍କ ବୟସ ୩୦ ରୁ ୪୦ ବର୍ଷ ମଧ୍ୟରେ ହେବ , ଗୋଟେ ମହିଳାଙ୍କ କଙ୍କାଳରୁ ଏକ ସୁନାର ଖଣ୍ତ ମିଳିଲା , ଭାରତୀୟ ପୁରାତତ୍ତ୍ୱ ବିଭାଗ ଏହି ସର୍ବେକ୍ଷଣରୁ ଏହା ଜାଣିବାକୁ ପାଇଲେ କି ଏହି ମହିଳାଙ୍କ କଙ୍କାଳରେ ଯେବେ ସେମାନେ ମରିଯାଇଥିବେ ତାଙ୍କୁ ଭଲ ଭାବେ ସୃଙ୍ଗାର କରି ପୁଜା କରାଯାଇଥିବ । ଶବ ପୋଟିକାରୁ ଭାରତୀୟ ପୁରାତତ୍ତ୍ୱ ବିଭାଗ ଏକ କାଚ, ଗୋଟିଏ ପାନିଆଁ, ଓ ଏକ ବାକ୍ସ ପାଇଛନ୍ତି , ଯାହା ସୃଙ୍ଗାରଦାନ ଲାଗୁଛି । ଏହି ସୃଙ୍ଗାରଦାନିରେ ବହୁତ ସୁନ୍ଦର ଭାବେ ଚିତ୍ରକାରୀ କରାଯାଈଛି , ସେମିତି କାଚର ଏକ ତମ୍ବା ଫ୍ରେମ୍ ଅଛି , ଓ ପାନିଆଁରେ ସିଙ୍ଗ ବନାଯାଈଛି ।
ଏହି ଖନନ କାର୍ଯ୍ୟ ଦେଖୁଛନ୍ତି ଡାକ୍ତର ସଞ୍ଜୟ ମଞ୍ଜୁଳ ସୁଚନା ଦେଇଥିଲେ । ଓ କହିଲେ କି ଏହି ଥର ଖନନ ସମୟରେ ଯେଉଁ ଜିନିଷ ହାତକୁ ଲାଗିଛି । ତାହା ଏବେ ପର୍ଯ୍ୟନ୍ତ କେଉଁ ଖନନ ସମୟରେ ମିଳିନାହିଁ , ଏହି ଥର ଖନନ ସମୟରେ ତମ୍ବାକୁ ତରଳାଇଲା ବାଲା ଚାରିଟି ଭାଟି ଓ ଏହି ଭାଟିଗୁଡିକ ଖୋଳୁଥିବା ଜାଗାରୁ ୨୦୦ ମିଟର ଦୂରତାରେ ଅଛି , ଏହି ଭାଟିଗୁଡିକ ପାଖରେ ତମ୍ବା କୁ ତରଳାବା କିଛି ଅବଶେଷ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ଟିମ୍ ହାତରେ ଲାଗିଛି , ତାହା ସହ ଚାମ୍ବରରେ ବି ଖନନରେ ମିଳିଛି । ଭାରତୀୟ ପୁରାତତ୍ତ୍ୱ ବିଭାଗ ଖନନ ସମୟରେ ମିଳିଥିବା ଜିନିଷ ମହାଭାରତ କାଳରେ ଯୋଡି ହୋଇଥିବା କଥା ଜଣା ପଡୁଛି, କିନ୍ତୁ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣଙ୍କ ଏହା କହିବା କଥା କି ସବୁ ଜିନିଷ ହଡପ୍ପା ସଭ୍ୟତାର ନୁହେଁ , ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ଏହା ମାନିକରି ଚାଲୁଛି କି ଏହା ହଡପ୍ପାର ସମାନ୍ତର କିମ୍ବା ଏହା ପୂର୍ବ ସସ୍କୃତିର ହୋଇପାରେ ।
ସିନୋଲିର ଜାଗାରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ତରଫରୁ ତିନିଥର ଖନନ ହୋଇସାରିଛି ।
ସବୁଠାରୁ ପ୍ରଥମେ ଏହି ଜାଗାରେ ୨୦୦୫ ରେ ଖନନ ହୋଇଥିଲା । ଏହାପରେ ୨୦୧୮ ରେ ୨୦୧୯ ରେ ଆଉଥରେ ପୁଣି ଏହି ଜାଗାକୁ ଖୋଳାଯାଇଥିଲା , ଗତ ବର୍ଷ ପରେ ଏହି ସ୍ଥାନରେ ଆଠଟି ସାହି ଶବ ପୋଟ୍ଟିକା, ତିନିଟି ରଥ, ଓ ଯୁଦ୍ଧ ସାମାନ ମିଳିଛି, ଯାହାପରେ ଏହା କୁହାଯାଉଛି କି ସବୁ ଜିନିଷ ମହାଭାରତ ସମୟର ଅଟେ , ମହାଭାରତ ଗ୍ରନ୍ଥରେ ଏହା ଉତ୍ତର ଭାରତରେ ବହୁତ ରାଜ୍ୟରେ ଏହା ଶୁଣାଯାଏ , ଏଥିପାଇଁ ଖନନରୁ ମିଳୁଥିବା ଏହି ଜିନିଷ ମହାଭାରତ ସମୟରେ ଯୋଡିକରି ଦେଖାଯାଏ ।