October 18, 2024

Odia Express

Here, There and Everywhere

ଝିଅର ବିଦାଇ ପାଇଁ ବର ମଗାଇଲା ହେଲିକାପ୍ଟର, ବାପାଙ୍କ କଥା ଶୁଣିକରି ସମସ୍ତେ କାନ୍ଦି ପକେଇଲେ..

ଉତ୍ତର ପ୍ରଦେଶର ଏକ ଅନୋଖା ବାହାଘର ଦେଖିବାକୁ ମିଳିଥିଲା , ଏହି ରାଜ୍ୟର ଆଗ୍ରା ଜିଲ୍ଲାରେ ଏକ ବରଂ ନିଜ କନ୍ୟାକୁ ନେଇକରି କାର୍ ଜାଗାରେ ହେଲିକାପ୍ଟରରେ ବିଦା କରିବାକୁ ଗଲା, ବର ବିହାରରୁ ବରଯାତ୍ରୀ ନେଇକରି ଆସିଲା , ସେମିତି ଯେବେ ଆଖପାଖ ଲୋକେ ହେଲିକାପ୍ଟରରେ ବିଦାଇ ହେବାର ଖବର ଶୁଣିଲେ ତେବେ ସମସ୍ତେ ଭିଡ ଜମାଇଦେଲେ , ହଜାର ସଂଖ୍ୟକ ଲୋକ ହେଲିକାପ୍ଟର ଦେଖିବାକୁ ଚାଲିଆସିଲେ , ଏତିକି ନୁହେଁ ବହୁତ ସାରା ଲୋକ ହେଲିକାପ୍ଟର ସହ ଫଟୋ ବି ଉଠାଇଲେ । ଖବର ମୁତାବିକ ଏତ୍ମାଢୋଲା ର ବିହାରୀ ନଗଲା ନିବାସୀ ରାଜେଶ୍ ନିଷାଦ ଙ୍କ ବାହାଘର ମଥୁରା ନିବାସୀ ଭଂବର ସିଂ ନିଷାଦଙ୍କ ଝିଅ ରୋଶନୀ ସହ ତୟ ହୋଇଥିଳା । ବିଦାୟୀ ପାଇଁ ବର ପରିବାର ଲୋକେ ହେଲିକାପ୍ଟରର ଯୋଗାଡ କଲେ , ଓ ଝିଅର ବିଦାୟୀ ସେହି ହେଲିକାପ୍ଟର ଦ୍ୱାରା କରାଗଲା, ସେମିତି ହେଲିକାପ୍ଟର ପାଇଁ ଗାଁରେ ହେଲିପ୍ୟାଡ୍ ନଥିଲା

ଏଥିପାଇଁ ସବୁଠାରୁ ପ୍ରଥମେ ହେଲିପ୍ୟାଡ୍ ତିଆରି ହେଲା, ଗାଁ ଲୋକେ ଯେପରି ହେଲିକାପ୍ଟର ଆସିବାର ଦେଖିଲେ ତେବେ ସମସ୍ତେ ଦେଖିବାକୁ ଦୌଡିଆସିଲେ । ବର ରାଜେଶ୍ ନିଷାଦ କହିଲେ କି ସେ ନିଜ ବାପାଙ୍କ ସ୍ୱପ୍ନକୁ ସତ କରିବାକୁ ଏହି ସବୁ କରିଥିଲେ , ରାଜେଶ୍ ନିଷାଦଙ୍କ ଅନୁସାରେ ତାଙ୍କ ବାପାଙ୍କର ସ୍ୱପ୍ନ ଥିଲା କି ସେ ତାଙ୍କ ପୁଅର ବାହାଘର ସ୍ମୃତିରେ ରଖିବେ , ଏଥିପାଇଁ ରାଜେଶ୍ ନିଷାଦ ବିବାହକୁ ନେଇ ହେଲିକାପ୍ଟରରେ କନ୍ୟାକୁ ବିଦାୟ ଦେବାକୁ ଭାବିଲେ, ବର କହିଲା ନିଜ ବିବାହରେ ହେଲିକାପ୍ଟରର ଇଚ୍ଛା ପ୍ରକାଶ କଲେ , ଏହା ଉପରେ ବାପା ଗୁଡଗାଓଁର ଏକ କମ୍ପାନୀର ହେଲିକାପ୍ଟର ବୁକ୍ କରାଇଲେ । ରାଜେଶ୍ ନିଷାଦଙ୍କ ବାପା ହେଲିକାପ୍ଟର ବିଦାଇରେ କହିଲେ କି ଆମର ବି ଗୋଟେ ସ୍ୱପ୍ନ ଥିଲା କି ପୁଅର ବାହାଘର ଧୁମଧାମ୍ ରେ ହେଉ ଏଥିପାଇଁ ମୁଁ ହେଲିକାପ୍ଟର ବୁକ୍ କଲି, ଓ ବୋହୁକୁ ବିଦା କଲି

ହେଲିକାପ୍ଟରରେ ବିଦା ହେବା ଦେଖିକରି ଗାଁ ଲୋକେ ସବୁ ଆଶ୍ଚର୍ଯ୍ୟ ହୋଇଗଲେ,  ଗାଁ ଲୋକେ ଏହି ବିଦାଇରେ କହିଲେଜୀବନରେ ଏମିତି କେବେ ବାହାଘର ଦେଖିନଥିଲେ, ଗାଁରେ ମନୋଜ ବିଶ୍ୱନାଥ,ମୋହିତ୍ ଶର୍ମା କହିଲେ କି ଏବେ ତାଙ୍କର ଗାଁରେ ଏମିତି ବାହାଘର ହୋଇନି, ଯେଉଁଠି ହେଲିକାପ୍ଟର ଆସିଥିବ,  ଆଖପାଖ ଗାଁ ଲୋକେ ଏହି ମଉକାରେ ଏଠାକୁ ଆସିଥିଲେ ସମସ୍ତେ ହେଲିକାପ୍ଟର ଦେଖିବାକୁ ଚାହୁଁଥିଲେ, ଏହି ସମୟରେ ଭିଡ ବହୁତ ଜମା ହୋଇଗଲା , ଲୋକେ ବହୁତ ଫଟୋ ଉଠାଇଲେ , ଆଜିକାଲିର ବାହାଘରରେ କନ୍ୟାକୁ ହେଲିକାପ୍ଟରରେ ବିଦା କରିବାର ଚଳନ ଚାଲୁଛି, ହେଲିକାପ୍ଟର ବାଲି ବିବାହ କରିବା ବହୁତ ଚର୍ଚ୍ଚାରେ ଆସେ , ଓ ଲକ୍ଷାଧିକ ଟଙ୍କା ଏଥିରେ ଲାଗିଯାଏ ।

Leave a Reply

Your email address will not be published. Required fields are marked *