December 22, 2024

Odia Express

Here, There and Everywhere

ଏହି ଘରୋଇ ଉପାୟ ଅବଲମ୍ବନ କଲେ ପୁରୁଣା ରୁ ପୁରୁଣା କାଶ ମଧ୍ୟ ଠିକ ହେଇଯିବ – ହଳଦୀ ଦ୍ୱାରା ଏପରି ବ୍ୟବହାର କରନ୍ତୁ

1 min read

କାଶ ଆମ ଦୈନନ୍ଦିନ ଜୀବନର ଏକ ସାଧାରଣ ବେମାରି ଅଟେ ଆଉ ଏହା ପ୍ରାୟତଃ ସବୁ ଲୋକଙ୍କୁ ଥରେ ନା ଥରେ ହେଇ ହିଁ ଥାଏ।ଆମକୁ ତଥା ଆମ ଚାରି ପାଖରେ ଥିବା ଆମ ପରିବାର ଲୋକ ତଥା ଆମ ପଡୋଶୀ ମାନଙ୍କ ଭିତରୁ କେହି ନା କେହି ଏପରି ଥାଆନ୍ତି ଯିଏ କି କାଶରେ ପୀଡିତ ଥାଆନ୍ତି। ଏହା ଆମ ଜୀବନକୁ କଷ୍ଟମୟ କରି ରଖିଥାଏ।ଆଜି ଆମେ ଆପଣଙ୍କ ପାଖରେ ଏପରି କିଛି ଘରୋଇ ତରିକା ନେଇକି ଆସିଛୁ ଯାହା କି ଆପଣଙ୍କ କାଶ ଦୂର କରିବାରେ ସମ୍ପୂର୍ଣ ସହାୟକ ହେବ।ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

୧:- କାସର ଏକ ବଡ଼ ଚିକିତ୍ସା ଲବଙ୍ଗ ଦ୍ୱାରା କରି ହୁଏ। ଏହାର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଆମ ମୁହଁ ଭିତରର ସବୁ କିଟାଣୁ ମାନଙ୍କୁ ସମାପ୍ତ କରି ଦେଇଥାଏ ଆଉ ଆମକୁ କାଶରୁ ଦୂର କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ଆଜିକାଲିର ବଜାରରେ ମିଳୁଥିବା ସବୁ ଟୁଥ ପେଷ୍ଟ ମାନେ ନିଜର ଏକ ବଡ଼ ତଥା ମୁଖ୍ୟ ଇଂରେଡିଏଣ୍ଟ ଭାବେ ଲବଙ୍ଗକୁ ବ୍ୟବହାର କରୁଛନ୍ତି ଆଉ ସେମାନେ ଏହାର ଔଷଧୀୟ ଗୁଣକୁ ଅଣଦେଖା ନ କରି ଏହା ଭିତରେ ପକାଉଛନ୍ତି।ବଜାରରେ ମିଳୁଥିବା ଅଧିକାଂଶ କପ ସିରପ ମାନଙ୍କରେ ବି ଲବଙ୍ଗ ରହୁଛି।

ଆଜି ଆମେ ଆପଣଙ୍କ ପାଖରେ ଏହି ଲବଙ୍ଗର ବ୍ୟବହାର ବାବଦରେ କହିବାକୁ ଯାଉଛୁ।ଏହାକୁ ବ୍ୟବହାର କରିବା ବହୁତ ସହଜ।ଆପଣ ଗୋଟେ ଗ୍ଲାସ ପାଣିରେ ଚାରୋଟି ଲବଙ୍ଗ ପକାନ୍ତୁ ଆଉ ତାକୁ ଭଲ ଭାବରେ ଫୁଟେଇ ଦିଅନ୍ତୁ। ଏହାପରେ ଆପଣ ଦେଖିବେ କି ଲବଙ୍ଗର ସବୁ ରଙ୍ଗ ପାଣି ଭିତରକୁ ଆସି ଯାଉଛି।ଏହାପରେ ଆପଣ ସେହି ପାଣିକୁ ଟିକେ ଥଣ୍ଡା ହେବାକୁ ଦିଅନ୍ତୁ ଆଉ ତାହାପରେ ଯେତେବେଳେ ଆପଣ ଦେଖିବେ କି ତାହା ଟିକେ ହି ଉଷୁମ ରହିଯାଇଛି ସେତେବେଳେ ଆପଣ ତାହାକୁ ପିଅନ୍ତୁ।ଏହାକୁ ଗରମ ଥିବାଯାଏ ହି ପିଅନ୍ତୁ କାରଣ ଥଣ୍ଡା ହେବା ପରେ ଏହା କାମ କରିନଥାଏ।ଏହାକୁ ଆପଣ ଦିନରେ ଦୁଇଥର ଅର୍ଥାତ ସକାଳେ ଆଉ ସନ୍ଧ୍ୟାରେ କରନ୍ତୁ ଯାହାଦ୍ୱାରା ଆପଣଙ୍କର ବାସ ୩-୪ ଦିନ ଭିତରେ ହି କାଶରୁ ଆରାମ ମିଳିଯିବ।

୨:- ଆଉ ଏକ ଉପାୟ ପାଇଁ ଆପଣଙ୍କୁ ଚାରୋଟି ଜିନିଷର ଆବଶ୍ୟକତା ଅଛି।ଆପଣ ହଳଦୀ, ଘିଅ, ଲୁଣ ତଥା ମହୁ ନିଅନ୍ତୁ।ଗୋଟେ ପାତ୍ରରେ ଅଧା ଚାମଚ ହଳଦୀ ଆଉ ଅଧା ଚାମଚ ଘିଅ ପକାନ୍ତୁ।ଏହାପରେ ଆପଣ ସେଥିରେ ଗୋଟେ ଚାମଚ ମହୁ ମିଶାନ୍ତୁ ଆଉ ସେଥିରେ ଗୋଟେ ଟିପା ଲୁଣ। ଏହାକୁ ଭଲ ଭାବରେ ଗୋଳେଇ ଦିଅନ୍ତୁ ଯାହାଦ୍ୱାରା କି ଏହା କାଶ ପାଇଁ ଏକ ଜବରଦସ୍ତ ରିମେଡି ବନି ତିଆରି ହେଇଯିବ।ଏହି ମିଶ୍ରଣକୁ ଆପଣ ସକାଳେ ତଥା ସଞ୍ଜ ବେଳେ ଖାଲି ପେଟରେ ଏକ ଚାମଚ ନେଇ ପାରିବେ। ହଳଦୀର ଆଣ୍ଟି ବ୍ୟାକ୍ଟେରିଆଲ ତଥା ଆନ୍ତି ଏଲର୍ଜିକ ଗୁଣ ଏହାକୁ ଅଟକାଇବ ଆଉ ଆମ କାଶ ଅଟକାଇ ଦେବ।

Leave a Reply

Your email address will not be published. Required fields are marked *