କେଉଁ ଲୋକଙ୍କ ର କେବେ ମଧ୍ୟ କିଛି ଅନିଷ୍ଟ କରନ୍ତି ନାହିଁ ଭଗବାନ..
ଆମେ ସମସ୍ତେ ଭଗବାନଙ୍କର ସନ୍ତାନ।ସେ ସମସ୍ତଙ୍କୁ ସମାନ ଭାବରେ ଦେଖିଥାନ୍ତି।ସମସ୍ତଙ୍କ ଉପରେ ସମାନ ଭାବରେ ନିଜର କୃପାଦୃଷ୍ଟି ପକେଇଥାନ୍ତି।ସମସ୍ତେ ତାଙ୍କର ସନ୍ତାନ ଭଳି।ମାତ୍ର ପ୍ରକୃତରେ ସମସ୍ତେ ନିଜର କର୍ମ ଫଳ ହିସାବରେ ଆଦର ସମ୍ମାନ ପାଇଥାନ୍ତି।ଏଠାରେ ମଧ୍ୟ ସମାନ ଘଟଣା ହେଇଥାଏ।ଯେଉଁମାନେ ଯେଉଁଭଳି ଭଗବାନଙ୍କର ଆରଧନା କରିଥାନ୍ତି ସେହିମାନେ ସେହିଭଳି ଭାବେ ଭଗବାନଙ୍କର ନିକଟତର ହେଇଥାନ୍ତି। ଭଗବାନ କେଉଁ ଲୋକଙ୍କ ଉପରେ ନିଜ କୃପା ବନେଇ ରଖିଥାନ୍ତି।କିପରି ଲୋକଙ୍କର କେବେ ମଧ୍ୟ କିଛି ଅନିଷ୍ଟ କରନ୍ତି ନାହିଁ।ଏପରି ସମସ୍ତ ପ୍ରଶ୍ନ ଅନେକ ଭକ୍ତ ମାନଙ୍କ ମଧ୍ୟରେ ଆସିଥାଏ।ଏହି ସମସ୍ତ ସମସ୍ୟାର ସମାଧାନ ଶ୍ରୀମଦଭଗବତଗୀତାରେ ଉଲ୍ଲେଖ ରହିଛି।ସେପରି କହିବାକୁ ଗଲେ ଭଗବାନ ସମସ୍ତ ଭକ୍ତଙ୍କ ଉପରେ ନିଜର କରୁଣାର ଦୃଷ୍ଟି ରଖିଥାନ୍ତି।କିନ୍ତୁ କିଛି ବିଶେଷ ଭକ୍ତ ଏପରି ମଧ୍ୟ ରହିଛନ୍ତି ଯେଉଁମାନଙ୍କର ଭଗବାନ କେବେ କିଛି ଅନିଷ୍ଟ କରନ୍ତି ନାହିଁ।
ଅନ୍ୟମାନଙ୍କ ଅପେକ୍ଷା ଏହି ଭକ୍ତମାନେ ଭଗବାନଙ୍କର ଅଧିକ ନିକଟତର ହେଇଥାନ୍ତି।ଏମାନେ ଅତି ପାଖରେ ଭଗବାନଙ୍କର ଅସ୍ତିତ୍ୱକୁ ଅନୁଭବ କରିଥାନ୍ତି।ଆଜି ଆମେ ଗୀତାର ଏହିଭଳି ଏକ ଶ୍ଳୋକ ସମ୍ବନ୍ଧରେ କହିବୁ ତାହା ଦ୍ଵାରା ଏହି ସମସ୍ତ ସମସ୍ୟାର ସମାଧାନ ହେଇଯିବ।ଯେଉଁଥିରେ ଲେଖା ଯାଇଛି ଯେ ଭଗବାନ କେଉଁ ଲୋକଙ୍କର ହାତ କେବେ ଛାଡ଼ନ୍ତି ନାହିଁ,ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କୁ ଉଦ୍ଧାର କରିଥାନ୍ତି।
ଭଗବତଗୀତରେ ଏହି ଶ୍ଳୋକରେ ବର୍ଣ୍ଣିତ ହେଇଛି,”ଯେଉଁ ଭକ୍ତମାନେ ଅନନ୍ୟଚିତ୍ତରେ ମୋତେ ଚିନ୍ତା କରି ମୋର ପୂଜନ କରିଥାନ୍ତି,ଏପରି ନିତ୍ୟଯୁକ୍ତ ସାଧୁଙ୍କର ସମସ୍ତ ଦାୟିତ୍ୱ ମୁଁ ନେଇଥାଏ।”ଯଦି ସରଳ ଭାବରେ ଏହି ଶ୍ଳୋକର ଅର୍ଥକୁ ବୁଝାଯାଏ ତେବେ ଯେଉଁ ଭକ୍ତଙ୍କ ମନରେ କେବଳ ପରମାତ୍ମା ରହିଥାନ୍ତି,ତାଙ୍କ ଠାରୁ ବଡ଼ ତାହାର ମନରେ ଆଉ କେହି ନଥାନ୍ତି ସେହିମାନେ ହିଁ ଭଗବାନଙ୍କର ପରମ ଭକ୍ତ ହେଇଥାଏ।ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ଭକ୍ତ ସର୍ବଦା କେବଳ ମୋର ଚିନ୍ତନ କରିଥାଏ ତଥା ସେ ଅନ୍ୟକୌଣସି ଭାବନା ଦ୍ଵାରା ପ୍ରଭାବିତ ହେଇନଥାଏ ସେହି ମୋର ଅତ୍ୟନ୍ତ ପ୍ରିୟ ହେଇଥାଏ।ତାଙ୍କ ସାଧନାରେ ଖୁଶି ହେଇ ସେମାନଙ୍କ ରକ୍ଷା ମୁଁ କରିଥାଏ।
ଅଧିକାଂଶ ଲୋକ ଭଗବାନଙ୍କର ନାମ ନେଇଥାନ୍ତି,ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି ମାତ୍ର ସେଥିରେ ଆଦୌ ଭକ୍ତିଭାବ ନଥାଏ।ଭଗବାନଙ୍କୁ ନିଜର କରିବା ପାଇଁ ସେହି ଭକ୍ତିଭାବରେ ସମର୍ପଣ ଭାବ ରହିବାର ଆବଶ୍ୟକତା ରହିଛି।ଯେଉଁ ଭକ୍ତ ସଂସାରର ସମସ୍ତ ସମସ୍ୟାକୁ ଭୁଲି ଏକାଗ୍ର ଚିତ୍ତରେ ଭଗବାନଙ୍କୁ ସ୍ମରଣ କରିଥାନ୍ତି ତାଙ୍କ ଉପରେ ସ୍ୱୟଂ ଶ୍ରୀକୃଷ୍ଣ ନିଜର କୃପାଦୃଷ୍ଟି ପକେଇଥାନ୍ତି।