December 1, 2024

Odia Express

Here, There and Everywhere

ଏମ୍ ,ଏସ୍ ଧୋନୀଙ୍କ ଭଳି ଆପଣ ବି କରିପାରିବେ ସବୁଠାରୁ ମହଙ୍ଗା ଅଣ୍ତାର ବିଜନେସ୍, ଜାଣନ୍ତୁ କିପରି ଆରମ୍ଭ କରିପାରିବେ ?

1 min read

ଭାରତୀୟ କ୍ରିକେଟର ପୁର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ହେଲିକାପ୍ଟର ସଟ୍ ସହ ତାଙ୍କ ଫଇସଲା ପାଇଁ ବି ଜଣାଯାଆନ୍ତି, ଯେଉଁଥିରେ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି, ଆଉଥରେ ସେ ଏମିତି ଏକ ଫଇସଲା ନେଲେ ଧୋନୀ କଡକନାଥ କୁକୁଡା ଫାର୍ମିଙ୍ଗ୍ କରିବାକୁ ଯାଊଛନ୍ତି, ଓ ଏଥିପାଇଁ ସେ ୨ ହଜାର ଚିଆଁର ଅର୍ଡର ବି ଦେଇଛନ୍ତି, କଡକନାଥ କୁକୁଡାର ମାଂସ ବହୁତ ମହଙ୍ଗା ଅଟେ, ଓ ଦେଶର ସବୁଠାରୁ ମହଙ୍ଗା ଅଣ୍ତା କଡକନାଥର ହିଁ ଅଟେ,ମାହିର ଲୋକଙ୍କର କହିବା କଥାକି କଡକନାଥ କୁକୁଡାର ଅଣ୍ତାର ଦାମ୍ ସାଧାରଣ ଅଣ୍ତାର ଦାମ୍ ଠାରୁ ମହଙ୍ଗା ହୋଇଥାଏ, ଓ ଏହା ହେଲଦି ହୋଇଥାଏ, ଏହି କୁକୁଡାର ମାଂସରେ ବହୁତ ଔଷଧୀୟ ଗୁଣ ରହିଥାଏ, କମ୍ ଫ୍ୟାଟ୍ ହେବା କାରଣରୁ ଏହା ହୃଦୟ ଓ ଡାଇବେଟିଜ୍ ରୋଗିଙ୍କ ପାଈଁ ବହୁତ ଫାଇଦାଦାୟକ ହୋଇଥାଏ,  ଯାହାକୁ ନେଇ ଦେଶସାରା କଡକନାଥ କୁକୁଡାର ଡିମାଣ୍ତ ବଢିଯାଇଛି

କଡକନାଥ ଅଣ୍ତା ଦେଉଥିବା କୁକୁଡାର ଏହି ସମୟରେ ମାର୍କେଟ୍ ଦାମ୍ ପ୍ରାୟ ୩-୪ ହଜାର ଟଙ୍କା ଅଟେ, ସେମିତି ଯଦି ଆପଣ କୁକୁଡାର ଚିଆଁ ଆଣିବେ ତେବେ ଆପଣ ୬-୭ ମାସ ଅଣ୍ତା ଦେବାର ଲାୟକ ହୋଇଥାଏ,  ଏକ ଚିଆଁର ଦାମ୍ ୪୦୦-୫୦୦ ଟଙ୍କା ହୋଇଥାଏ, ଏହି ସମୟରେ ବଜାରରେ କଡକନାଥ କୁକୁଡାର ଜବରଦସ୍ତ ଡିମାଣ୍ତ ଅଛି କିନ୍ତୁ ସପ୍ଲାଇ କମ୍ ହେବାକୁ ନେଇ ଏହାର ଅଣ୍ତା ଓ ମାଂସର ଦାମ୍ ନିର୍ଦ୍ଧାରିତ ହୋଇନାହିଁ ।

ଏମିତିରେ କଡକନାଥ ପାଳନ ଆରମ୍ଭ କରିବାପାଇଁ ଏହି ସମୟ ଆପଣଙ୍କ ପାଇଁ ଭଲ ଅଟେ ,ଏହି କାମ ଆରମ୍ଭ କରିବାପାଈଁଯଦି ଆପଣ ୧୦୦ ଚିକେନ୍ ରଖନ୍ତି , ତେବେ ଆପଣଙ୍କୁ ୧୫୦ ବର୍ଗ ଫିଟ୍ ର ଜାଗା ଦରକାର ହେବ, କୁକୁଡାର ଫାର୍ମ ଗାଁ କିମ୍ବା ସହରର ମେନ୍ ରୋଡରୁ ଦୁରରେ ରଖନ୍ତୁ, ପାଣି ଓ ବିଜୁଳି ବଢିଆ ବ୍ୟବସ୍ଥା ହେବା ଜରୁରୀ ।

ଏହି କଥା ଧ୍ୟାନ ରଖନ୍ତୁ କି ଗୋଟେ ଶେଡ୍ ରେ ଗୋଟେ ହି ବ୍ରିଡ୍ ର ଚିଆଁ ରଖିବା ଉଚିତ୍ , ଫାର୍ମର୍ ପବନ ଓ ପର୍ଯ୍ୟାପ୍ତ ଆଲୁଅ ହୋଇଥିବ , କଡକନାଥ କୁକୁଡା ପଲଟ୍ରି ଫାର୍ମ ଖୋଲିବାପାଈଁ ଆପଣ ଇଣ୍ଟରନେଟ୍ ରେ ଏମିତି ବହୁତ ସାରା ପୋଲେଟ୍ରି ଫାର୍ମ ଦେଖିବାକୁ ପାଇଯିବେ, ଯାହା କଳା କୁକୁଡା ଓ ଅଣ୍ତା ବି ବିକ୍ରି କରନ୍ତି, ଯଦି ଆପଣ ବଡ ସ୍ତରରେ କୁକୁଡା ବିଜନେସ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପୋଲଟ୍ରି ଫାର୍ମ ଯାଈକରି ସୁଚନା ନେଇପାରିବେ, ଯାହା ପୁର୍ବରୁ ଏଇ ବିଜନେସ୍ କରୁଥିବେ ।

Leave a Reply

Your email address will not be published. Required fields are marked *