March 20, 2025

Odia Express

Here, There and Everywhere

କିଡନୀରୁ ଷ୍ଟୋନ୍ ବାହାର କରିବାର ୧୦ ଟି ଘରୋଇ ଚିକିତ୍ସା – ଏହି ଉପାୟ ଗୁଡିକ ସମସ୍ତେ ଜାଣିଥିବା ନିହାତି ଦରକାର..

1 min read

କିଡନୀ ଷ୍ଟୋନ୍ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ, ଏଥିପାଇଁ ଜରୁରୀ ଅଟେ ଯେ କିଡନୀ ଷ୍ଟୋନ୍ ହେବା ଲକ୍ଷଣକୁ ଚିହ୍ନି ଆପଣ ଠିକ୍ ସମୟରେ ଏହାର ଚିକିତ୍ସା ପାଇଁ ଚେଷ୍ଟା କରିନିଅନ୍ତୁ , ପ୍ରାୟତଃ ଲୋକମାନେ କିଡ୍ନୀ ଷ୍ଟୋନ୍ ହେଲେ ଘରୋଇ ଉପଚାର କରିବାକୁ ଭାବନ୍ତି , କିନ୍ତୁ ଏମିତି ଅନେକ ଘରୋଇ ଉପଚାର ଅଛି ଯାହା କିଡନୀ ଷ୍ଟୋନର ଚିକିତ୍ସା କରିପାରେ । କିଡନୀ ଆମ ଶରୀରର ଏକ ମହତ୍ତ୍ୱପୁର୍ଣ୍ଣ ଅଙ୍ଗ ଅଟେ, ଏହା ଏଡୋମେନ୍ (abdominal)ଠିକ୍ ପଛରେ ହୋଇଥାଏ , ମାନବ ଶରୀରରେ ଦୁଇଟି କିଡନୀ ହୋଇଥାଏ, ଯାହାର କାମ ଶରୀରରୁ କ୍ଷତିକାରକ ଟକ୍ସିନ୍ ବାହାର କରିବା ଓ ଶରୀରରେ ପାଣିର ସ୍ତର ଓ ଅନ୍ୟ ତରଳ ପଦାର୍ଥ , କେମିକାଲ୍ ଓ ମିନେରାଲ୍ ସ୍ତରକୁ ବଢାଇବା, ଆମେ ଦିନସାରା ବହୁତ କିଛି ଖାଇଥାଉ, ଓ ଯାହା ଖାଇଥାଉ ତାହା ଆମ ଶରୀରକୁ ଶକ୍ତି ଦେଇଥାଏ , ଓ କାମ କରିଥାଏ , ତେବେ ଖାଇବାରୁ ଏହି ପୋଷକ ତତ୍ତ୍ୱ ଆପଣଙ୍କ ଶରୀରରେ ରକ୍ତ ରୁପରେ ପହଞ୍ଚାଇବା ପାଇଁ କିଡନୀ କାମ କରିଥାଏ ।

କିଡନୀର ଷ୍ଟୋନ୍ ମିନେରାଲ୍ସ ଓ ଲୁଣ ରୁ ତିଆରି ଏକ ପଥର ପରି ହୋଇ ଜମା ହୋଇଯାଏ , ଏହାର ମାପ ଛୋଟରୁ ନେଇକରି ବଡ ହୋଇପାରେ, ଏହା କିଡନୀରେ କିମ୍ବା ମୁତ୍ରପଥରେ ମିଳିଥାଏ , ମୁତ୍ରପଥରେ କିଡନୀ ,ମୁତ୍ରବାହିନୀ ମୁତ୍ରାଶୟ, ମୁତ୍ରମାର୍ଗ, ହୋଇଥାଏ , ଏଥିରେ ଅସହନୀୟ ପୀଡା ମଧ୍ୟ ହୋଇଥାଏ , ଏଥିରେ ବାତ ଦୋଷ ମୁତ୍ରାଶୟରୁ ଆସିଥିବା ଶୁକ୍ର ସହିତ ମୁତ୍ରକୁ କିମ୍ବା ପିତ୍ତ ସହ କଫକୁ ସୁଖାଈଦିଏ , ତେବେ ଷ୍ଟୋନ୍ ହୋଇଯାଏ , ଯେବେ ଏହା ଅଶମରୀ ମୁତ୍ରମାର୍ଗରେ ଆସିଯାଏ , ତେବେ ମୁତ୍ର ତ୍ୟାଗରେ ଅଧିକା ଅସୁବିଧା ଏବଂ ଅସହନୀୟ ପୀଡା ଉତ୍ପନ୍ନ କରାଏ , ଏହାର କାରଣ ଅଣ୍ତକୋଷରୁ ନେଇକରି ମୁତ୍ରାଶୟ ଏବଂ ପାର୍ଶ୍ୱରେ ପୀଡା ହୋଇଥାଏ । କିଡନୀ ଷ୍ଟୋନ୍ ହେବାର ଲକ୍ଷଣ- ମୁତ୍ର ତ୍ୟାଗ ସମୟରେ ଅସହନୀୟ ପୀଡା, ପିଠିର ତଳ ଭାଗରେ, ପେଟ ପୀଡା ମୁତ୍ରରେ ରକ୍ତ ଆସିବା,  ବାନ୍ତି ଆସିବା, ଦୁର୍ଗନ୍ଧଯୁକ୍ତ ପରିଶ୍ରା, ବାରମ୍ବାର ପରିଶ୍ରା ଆସିବା କିନ୍ତୁ ଖୋଲିକରି ପରିଶ୍ରା ନ ଆସିବା , ଜ୍ୱର, ଝାଳ ବାହାରିବା ଇତ୍ୟାଦି ।

କିଡନୀରୁ ଷ୍ଟୋନ୍ ବାହାର କରିବାର ଘରୋଇ ଉପାୟ –

୧) ମଧୁରୀ, ମିଶ୍ରୀ, ସୁଖିଲା ଧନିଆ,  ଏହାକୁ ୫୦ଗ୍ରାମ ଲେଖାଏଁ ନେଇକରି ୧୧।୨ କପ୍ ଥଣ୍ତା ପାଣିରେ ମିଶାଇ ପିଇଲେ ଷ୍ଟୋନ୍ ପରିଶ୍ରା ରାସ୍ତାରୁ ବାହାରିଯାଏ

୨) ତୁଳସୀର ବ୍ୟବହାର କରିବା ଦ୍ୱାରା ଷ୍ଟୋନ୍ ଦୁର ହୋଇଯାଏ , ଏଥିପାଇଁ ପ୍ରତିଦିନ ୫-୭ ଟି ତୁଳସୀର ପତ୍ରକୁ ଚୋବାଇ ଖାଆନ୍ତୁ ଏଥିରେ ଏସିଟିକ୍ ଏସିଡ୍ ଏବଂ ଅନ୍ୟ ଜରୁରୀ ତେଲ ହୋଇଥାଏ,  ଯାହା ଷ୍ଟୋନ୍ କୁ ବାହାର କରି ପରିଶ୍ରା ରାସ୍ତାରେ ବାହାର କରିଦିଏ , ଏହା ପୀଡା ନିବାରକ ପରି କାମ କରିଥାଏ , ଅଧିକାଂଶ ଲୋକ ତୁଳସୀର ବ୍ୟବହାର ଷ୍ଟୋନ୍ ର ମେଡିସିନ୍ ରୁପରେ କରିଥାନ୍ତି ।

୩) ଚୌଲାଇ ତରକାରୀ କିଡନୀର ଷ୍ଟୋନ୍ ରୁ ମୁକ୍ତି ଦେଇଥାଏ , ଏହା ଷ୍ଟୋନ୍ କୁ ବାହାର କରିବାରେ ରାମବାଣ ଚିକିତ୍ସା ହୋଇଥାଏ ।

୪) ୨-୩ ବେଲପତ୍ର ପାଣି ସହ ପେଷି ଦିଅନ୍ତୁ , ଓ ଏଥିରେ ଏକ ଚୁଟକି ଗୋଲମରିଚ ଗୁଣ୍ତ ମିଶାଇକରି ଖାଆନ୍ତୁ, ଦୁଇ ସପ୍ତାହ ଏହାର ସେବନ କରିଲେ କିଡନୀର ଷ୍ଟୋନ୍ ବାହାରିଯାଏ ।

୫) ଏକ ଚାମଚ ଇଲାଇଚି, ସେପଟାର ମଞ୍ଜି ଓ ଦୁଇ ଚାମଚ ମିଶ୍ରୀ ଏକ କପ୍ ପାଣି ରେ ପକାଇ ସିଝାନ୍ତୁ, ଥଣ୍ତା ହେଲେ ସକାଳୁ ସଞ୍ଜରେ ପିଅନ୍ତୁ, ଏହା ଷ୍ଟୋନ୍ ଚିକିତ୍ସାରେ ମେଡିସିନ୍ ପରି ପ୍ରଭାବ କରେ ।

୬) ତରଭୁଜରେ ପୋଟାସିୟମ୍ ହୋଇଥାଏ , ଯିଏ କିଡନୀକୁ ମଜବୁତ୍ ବନାଇବାରେ ସହାୟକ ହୋଇଥାଏ,  ଏହା ୟୁରିନ୍ ରେ ଏସିଡ୍ ଲେବୁଲ୍ ସମାନ ରଖିଥାଏ , ପୋଟାସିୟମ୍ ସହ ଏଥିରେ ପାଣିର ମାତ୍ରା ଅଧିକା ହୋଇଥାଏ, ଏହାକୁ ଖାଇଲେ ଶରୀରରେ ପାଣିର ସ୍ତର ବଢେ ଓ ଷ୍ଟୋନ୍ ୟୁରିନ୍ ଦ୍ୱାରା ବାହାରିଯାଏ , ଏହା ଛଡା ତରଭୁଜ ରସରେ ଏକ ଚତୁର୍ଥାଂଶ ଚାମଚ ଧନିଆଁ ପାଉଡର୍ ପକାଇ ସେବନ କରନ୍ତୁ, ଦିନରେ ଦୁଇ ତିନିଥର ଏମିତି କରନ୍ତୁ ।

୭) କିଡନୀ ଷ୍ଟୋନ୍ ହେଲେ ଯେତେ ହୋଇପାରିବ ସେତେ ଅଧିକା ପାଣି ପିଅନ୍ତୁ, କମ୍ ସେ କମ୍ ୭-୮ ଗିଲାସ ପାଣି ପିଆନ୍ତୁ

୮) ଲେମ୍ବୁର ରସ ଓ ଜୈତୁନର ତେଲ ମିଶାଇକରି ସବୁ ଦିନ ପିଇଲେ ବହୁତ ଫାଇଦା ହେବ , ଲେମ୍ବୁର ଜୁସ୍ ଷ୍ଟୋନ୍ କାଟିବାରେ କାମ କରିବ ଓ ଅଲିଭ୍ ଅୟେଲ୍ କିମ୍ବା ଜୈତୁନ ତେଲ କିଡନୀ ବାହାର କରିବାରେ ସାହାଯ୍ୟ କରେ ।

୯) ସେଓର ରସ ଓ ସିରକାରେ ସିଟ୍ରିକ୍ ଏସିଡ୍ ହୋଇଥାଏ,  ଯାହା କିଡନୀ ଷ୍ଟୋନ୍ କୁ ଛୋଟ ଛୋଟ କୋଣରେ କାଟିବାରେ କାମ କରିଥାଏ, ଏଥିରେ କିଡନୀ ଷ୍ଟୋନ୍ ଜଡରୁ ଶେଷ୍ କରିଥା ଏ, ଏହା ଶରୀରରୁ ଟକ୍ସିନ୍ ବାହାର କରିଦିଏ , ସେଓର ସିରକା ନେଲେ ଏହାର ମାତ୍ରା ପୁରା ଧ୍ୟାନ ଦିଅନ୍ତୁ , ଆପଣ ଏହାକୁ ଦୁଇଟି ଛୋଟ ଚାମଚ ଗର୍ମ ପାଣିର ସହ ସବୁଦିନ ନିଅନ୍ତୁ, ଏହାକୁ ନେବା ପୁର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଡାଳିମ୍ବରେ ଆଣ୍ଟିଏକ୍ସିଡେଣ୍ଟ ରହିଥାଏ,  ଏହି କାରଣରୁ ଏହା ଇମ୍ୟୁନ୍ ସିଷ୍ଟମକୁ ମଜବୁତ୍ କରିବାରେ କାମ କରିଥାଏ,  ଏହା ଛଡା ଡାଳିମ୍ବରେ ବହୁତ ପୋଷକ ତତ୍ତ୍ୱ ରହିଥାଏ , ଏହି କାରଣରୁ ଡାଲିମ୍ବ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରି ହୋଇଥାଏ , ଡାଳିମ୍ବର ଜୁସ୍ ଆପଣଙ୍କ ଶରୀରରେ ପାଣିର କମିକୁ ବଞ୍ଚାଇବାପାଈଁ ସାହାଯ୍ୟ କରିଥାଏ,  କିଡନୀ ଷ୍ଟୋନ୍ ରୁ ମୁକ୍ତି ଦେଇଥାଏ ।

୧୦) ମଧୁରୀର ଚାହା ଷ୍ଟୋନ୍ ଚିକିତ୍ସା ପାଇଁ କାରଗର ମାନାଯାଇଛି, ମଧୁରୀର ଚାହା ବନାଇବାପାଇଁ ଅଧା ଚାମଚ ମଧୁରୀ ମଞ୍ଜିକୁ ଦୁଇ କପ୍ ପାଣିରେ ସିଝାଇଦିଅନ୍ତୁ, ଯେବେ ଏହା ଗରମ ହୋଇଯିବ, ତେବେ ଏହାକୁ ପିଇଦେବେ , ଏମିତି ପ୍ରତ୍ୟେକ ଦିନ ପିଇଲେ ପେଟ ପୀଡା ଓ କିଡନୀ  ପୀଡାରୁ ଆଶ୍ୱସ୍ତି ମିଳେ , ମଧୁରୀର ରସ ୨୫ ମିଲି ଦିନକୁ ଦୁଇଥର ନେଲେ ପରିଶ୍ରା ସହ ଯୋଡି ହୋଇଥିବା ସମସ୍ୟାକୁ ମୁକ୍ତି ଦେଇଥାଏ ।

Leave a Reply

Your email address will not be published. Required fields are marked *