ଶବ୍ଦ ଯାହାକି ଅପଣଙ୍କ ନକରାତ୍ମକ ଆବେଗ ବଦଳାଇଦେବ – ଏହି କଥା କହିବା ଶିଖି ଯାଆନ୍ତୁ ଜୀବନରେ କେବେ ଦୁଃଖ ଆସିବ ନାହିଁ
ସାଙ୍ଗମାନେ ଆଜିର ଆର୍ଟିକିଲରେ ଆମେ ଆପଣଙ୍କୁ ଏପରି ୩ଟି ଶବ୍ଦ ଜଣାଇ ଯାଉଛୁ ଯାହାକୁ ଆପଣ କେବେହେଲେ କହି ପାରିବେ ନାହିଁ।ଏହି କାରଣ ପାଇଁ ସେହି ମନୁଷ୍ୟକୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।ଯଦି ଆପଣ ଏହି ତିନୋଟି ଶବ୍ଦ କହିବା ଶିଖିଯିବେ ତେବେ ଆପଣ ନିଜ ଜୀବନରେ ବହୁତ ଆଗକୁ ଯିବେ।ଏହାଦ୍ୱାରା ଆପଣ କେବେହେଲେ କୌଣସି ଅସୁବିଧାରେ ପଡିବେ ନାହିଁ କେବେହେଲେ ଦୁଃଖୀ ହେବେ ନାହିଁ।କାରଣ ଦୁଃଖର କାରଣ ଆପଣ ନିଜ ଜୀବନତୁ ନିଜେ ହଟାଇ ଦେବେ।ଏହି ତିନୋଟି ଶବ୍ଦ ଆପଣଙ୍କୁ କହିବାକୁ ଶିଖିବକୁ ପଡିବ ଯାହା ଆପଣ କହିପାରନ୍ତି ନାହିଁ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।
ସର୍ଵ ପ୍ରଥମ ଶବ୍ଦ ହେଉଛି ‘ନା’ ଅର୍ଥାତ ଇଂରାଜୀରେ ‘ନୋ’ ଅର୍ଥାତ ମନ କରିବା।ଏହି ଶବ୍ଦ ଅନେକ ଲୋକ କହିପାରି ନଥାନ୍ତି।ଏହା କହିବା ମନୁଷ୍ୟଙ୍କ ପାଇଁ ବୋହିତ କଷ୍ଟ କାମ ହୋଇଥାଏ।ମନୁଷ୍ୟକୁ ଲାଗିଥାଏ ଯେ ସେ କେବେହେଲେ ନା କହିପାରିବେ ନାହଁ।ଉଦାହରଣ ରୂପରେ ଜଦି ଆପଣଙ୍କର କିଛି ସାଙ୍ଗ ଥାନ୍ତି ଯେଉଁମାନେ ଏପରି କାମ କରିବାକୁ ଯାଉଥାନ୍ତି ଯାହା ଆପଣଙ୍କ ପାଇଁ ଏବଂ ସେମାନଙ୍କ ପାଇଁ ମଧ୍ୟ ଖରପ ହେବ।ଏହା ଆପଣ ଜାଣିଛନ୍ତି କିନ୍ତୁ ଯେହେତୁ ସେମାନେ ଆପଣଙ୍କର ଭଲ ସାଙ୍ଗ ଅଟନ୍ତି ଏହି କାମ ପାଇଁ ଆପଣ ସେମାନଙ୍କୁ ନା କରିପାରି ନଥାନ୍ତି।ଆପଣ ମଧ୍ୟ ସେହି କାମରେ ନିଜକୁ ଭର୍ତ୍ତି କରିଥାନ୍ତି।
ସେମାନଙ୍କୁ ଲାଗିଥାଏ ଯଦି ଆମେ ମନା କରିଦେବା ତେବେ ସାମ୍ନା ବ୍ୟକ୍ତି ଆମ ବିଷୟରେ କଣ ଭାବିବ।ଏଥିପାଇଁ ଆପଣଙ୍କୁ ଜଣା ଥିବା ଦରକାର ନା କେବେ କହିବେ ଏବଂ କିପରି କହିବେ।ଏପରି ହୋଇନଥାଏ କୌଣସି ବ୍ୟକ୍ତି ଆପଣଙ୍କ ଭଲପାଇଁ ଆପଣଙ୍କୁ କିଛି କହିବାକୁ ଯାଉଥାଏ ଏବଂ ଆପଣ ତାକୁ ମନା କରିଦିଅନ୍ତି ଏହି ଜିନିଷ ଭୁଲ ଅଟେ।ଆପଣଙ୍କୁ ଜଣାଥିବା ଦରକାର ଯେ କେଉଁ ଜାଗାରେ ନା କହିବା ଉଚିତ।
ଦ୍ୱିତୀୟ କଥା ହେଉଛି ‘ସରି’ ଅର୍ଥାତ ମୋର ଭୁଲ ହୋଇଛି।ଏହି କଥା ଅନେକ ଲୋକ କହିପାରିନଥାନ୍ତି।ସେମାନେ କେବେହେଲେ ନିଜର ଭୁଲ ସ୍ୱୀକାର କରନ୍ତି ନାହିଁ।ଆପଣଙ୍କୁ ଜଣା ଅଛି ଯେ ସରି କହିବା ଦ୍ୱାରା ଆପଣଙ୍କ ୮୦ ରୁ ୯୦ ପ୍ରତିଶତ ଲଢେଇ ସେହିଠାରେହିଁ ସମାପ୍ତ ହୋଇଯିବ।ଏବଂ ଏହାକୁ ଆପଣ କିପରି କହିବେ ତାହା ଶିଖିବା ନିହାତି ଦରକାର।ଏହାକୁ ଖାଲି ଏକ ଶବ୍ଦ ଭାବରେ ବ୍ୟବହାର କରିବା ଉଚିତ ନୁହେଁ।ଏହା ନିଜ ମଧ୍ୟରେ ଏକ ଭାବନା ଅଟେ ଯାହାକି ହୃଦୟରୁ ଆସିଥାଏ।ଏବଂ ଏହାର ଅର୍ଥ ଏହା ନୁହେଁ ଯେ ଆପଣଙ୍କୁ ସବୁ ପରିସ୍ଥିତିରେ ସରି କହିବା ଉଚିତ।ଏହି ପରିସ୍ଥିତିରେ ଆପଣଙ୍କୁ ଭାବିବାକୁ ଉଚିତ।
ତୃତୀୟ କଥା ହେଉଛି ‘ଚଳିବ’ ବା ହିନ୍ଦୀରେ କହିବାକୁ ଗଲେ ‘କୋଇ ବାତ ନେହିଁ’।ଏହି କଥା ଅପଣଙ୍କୁ ସେତେବେଳେ କହିବା ଉଚିତ ଯେତେବେଳେ ଆପଣଙ୍କ ଜୀବନରେ କିଛି ଠିକ ଚାଲିନଥିବ।ସବୁ ଜାଗାରେ ଆପଣଙ୍କର କୌଣସି ଅସୁବିଧା ଚାଲିଥିବା।ସେ ସମ୍ପର୍କ ହେଉ ବା ସାଙ୍ଗମାନଙ୍କ କଥା ହେଉ।ଏହି ସମୟରେ ଏହି କଥା କହିବା ବହୁତ ବଡ଼ କଥା ଅଟେ।ସେହି ପରିସ୍ଥିତିରେ ଏହା କହିବା ବହୁତ କଷ୍ଟ ଅଟେ।