ଆଙ୍ଗୁଠି ମଝିରେ ଥିବା ଫାଙ୍କା ଆମକୁ କେଉଁ ସୂଚନା ଦେଇଥାଏ ? ଆପଣଙ୍କ ଆଙ୍ଗୁଠି ଦେଖି ଏବେ ଏହି କଥା ଜାଣିରଖନ୍ତୁ
ହସ୍ତରେଖା ବିଜ୍ଞାନରେ ଆଙ୍ଗୁଠି ମଝିରେ ଥିବା ଫାଙ୍କା ସ୍ଥାନ ବିଷୟରେ ପଢାଯାଇଥାଏ।ଏହି ଫାଙ୍କ ମନୁଷ୍ୟର ଆର୍ଥିକ ସ୍ଥିତି ଓ ବ୍ୟକ୍ତିତ୍ଵ ବିଷୟରେ ଅନେକ କଥା କହିଥାଏ।ଆମେ ପ୍ରଥମେ ଆଲୋଚନା କରିବା ଯାହାର ଆଙ୍ଗୁଠି ମଝିରେ ବହୁତ୍ କମ ଫାଙ୍କା ସ୍ଥାନ ଥାଏ ସେମାନଙ୍କ ବିଷୟରେ।ଯେଉଁ ମାନଙ୍କର ଆଙ୍ଗୁଠି ର ମଝିରେ ବହୁତ୍ କମ ଫାଙ୍କା ସ୍ଥାନ ଦେଖାଯାଇଥାଏ ସେମାନେ ବହୁତ୍ ଖୋଲା ସ୍ୱଭାବର ହୋଇଥାନ୍ତି।ସେମାନେ ଜୀବନକୁ ବହୁତ୍ ଭଲ ଭାବରେ ସମ୍ଭାଳି ଚାଲିଥାନ୍ତି।ସେମାନଙ୍କ ଜୀବନେ ଯେତେବି ଦୁଃଖ କଷ୍ଟ ଆସୁ ସେମାନେ କେବେବି ପଛକୁ ହଟି ନଥାନ୍ତି।ସମସ୍ତ ପ୍ରକାର ଦୁଃଖର ସାହସର ସହିତ ସାମ୍ନା କରିଥାନ୍ତି।
ଏବେ ଆଲୋଚନା କରିବା ସେମାନଙ୍କ ବିଷୟରେ ଯେଉଁମାନଙ୍କ ଆଙ୍ଗୁଠି ମଝିରେ ଅଧିକ ଫାଙ୍କା ସ୍ଥାନ ରହିଥାଏ।ଯେଉଁମାନଙ୍କ ଆଙ୍ଗୁଠିର ମଝିରେ ଅଧିକ ଫାଙ୍କା ସ୍ଥାନ ରହିଥାଏ ବିଶ୍ୱାସ କରାଯାଇଥାଏ କି ସେମାନେ ନିଜର ଶକ୍ତିକୁ ଅଯଥା ନଷ୍ଟ କରନ୍ତି ନାହିଁ।ସେମାନେ କାହାର ପଛରେ କିଛି ଆଲୋଚନା କରନ୍ତି ନାହିଁ।ସେମାନେ ଯାହାବି କୁହନ୍ତି ସମ୍ମୁଖରେ କୁହନ୍ତି।ଅନ୍ୟର ଅମଙ୍ଗଳ ଚିନ୍ତା କରନ୍ତି ନାହିଁ।ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରନ୍ତି,ସର୍ବଦା ଅନ୍ୟର ଭଲ ପାଇଁ କାର୍ଯ୍ଯ କରନ୍ତି।
ଯେଉଁମାନଙ୍କର ମଧ୍ୟମା ଓ ଅନାମିକା ଆଙ୍ଗୁଠି ମଝିରେ ଅଧିକ ଫାଙ୍କା ସ୍ଥାନ ରହିଥାଏ ତେବେ ବୁଝିନେବା ଦରକାର କି ସେମାନଙ୍କୁ ଯୁବ ଅବସ୍ଥାରେ ଟଙ୍କାର ଅଭାବ ହୋଇପାରେ।କିନ୍ତୁ ନିଜର ବୁଦ୍ଧି ଓ ସାହାସ ବଳରେ ଆପଣ ନିଜର ଏହି ସମସ୍ୟାର ସମାଧାନ ବାହାର କରିପାରିବେ। ଟଙ୍କାର ଅଭାବ ହେତୁ ଆପଣ ଭୁଲ ରାସ୍ତାରେ ଗତି କରିପାରନ୍ତି ସେଥିଲାଗି ଧ୍ୟାନ ରଖିବେ କି ଆପଣ ଯେପରି ଭୁଲ ମାର୍ଗରେ ଗତି ନକରନ୍ତି।ସର୍ବଦା ସଚେତନ ରୁହନ୍ତୁ ଅନ୍ୟର ମଙ୍ଗଳ ପାଇଁ କାର୍ଯ୍ୟ କରନ୍ତୁ।ସର୍ବଦା ତତ୍ପର ରୁହନ୍ତୁ ଓ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ।
ଯେଉଁମାନଙ୍କ ମଧ୍ୟମ ଓ ତର୍ଜନି ଆଙ୍ଗୁଠି ମଝିରେ ଅଧିକ ଫାଙ୍କା ସ୍ଥାନ ରହିଥାଏ କୁହାଯାଇଥାଏ କି ଏହି ଲୋକମାନଙ୍କୁ ଛୋଟବେଳେ ଆର୍ଥିକ ସମସ୍ୟା ଦେଖାଯାଇଥାଏ।ସେମାନେ ଛୋଟବେଳୁ ଅନ୍ୟକୁ ସାହାଯ୍ୟ କରିବାପାଇଁ ତତ୍ପର ହୋଇଥାନ୍ତି।ସମସ୍ତ କ୍ଷେତ୍ରରେ ସେମାନେ ଆଗୁଆ ରହିଥାନ୍ତି କେବଳ ଟଙ୍କାର ଅଭାବ ଦେଖା ଦେଇଥାଏ।ଏମାନେ ମନରୁ ଅତ୍ୟନ୍ତ ପବିତ୍ର ଓ ଭବିଷ୍ୟତରେ ଅନେକ ସଫଳତା ଲାଭ କରନ୍ତି।ସେମାନେ ପରର ଉପକାର କରିଥାନ୍ତି,ଦୂର୍ବଳକୁ ସାହାଯ୍ୟ କରିଥାଆନ୍ତି।ଏମାନେ ଦୁଃଖୀ ମାନଙ୍କର ସେବା କରି ସେମାନଙ୍କ ଆଶୀର୍ବାଦ ଲାଭ କରିବାରେ ସନ୍ତୋଷ ଲାଭ କରନ୍ତି।
ଏବେ ଆଲୋଚନା କରିବା ଯେଉଁମାନଙ୍କ ଆଙ୍ଗୁଠିର ମଝିରେ ଫଙ୍କା ସ୍ଥାନ ନଥାଏ ସେମାନଙ୍କ ବିଷୟରେ।ଏହି ଲୋକମାନେ ସରା ଜୀବନ ଧନ ସମ୍ପତିରେ ପରିପୂର୍ଣ୍ଣ ରହିଥାନ୍ତି।ଏମାନଙ୍କ କ୍ଷେତ୍ରରେ କେବେବି ଟଙ୍କାର ଅଭାବ ଦେଖାଦିଏ ନାହିଁ।ଏମାନେ ଅନ୍ୟର କଥା ଶୁଣନ୍ତି ଓ ଏମାନେ ଭରସାଯୋଗ୍ୟ ହୋଇଥାନ୍ତି।
ଏମାନେ ବୁଡି ଯାଉଥିବା ଲୋକଙ୍କୁ ସାହାଯ୍ୟ କରନ୍ତି।ଏମାନେ ଭଗବାନଙ୍କ ଉପରେ ଅଧିକ ବିଶ୍ୱାସ କରନ୍ତି।ଏମାନେ ଧର୍ମ ପରାୟଣ ହୋଇଥାନ୍ତି।ଅନ୍ୟର ଦୁଃଖରେ ଦୁଃଖୀ ହୋଇଥାନ୍ତି।ଏମାନେ ସଦାସର୍ବଦା ଭଗବାନଙ୍କ ନିକଟରେ ଅନ୍ୟର ମଙ୍ଗଳ ପାଇଁ ଗୁହାରି କରନ୍ତି।