ଯେବେ ଭଗବାନ ରାମ ନିଜ ଭକ୍ତମାନଙ୍କ ପାଇଁ ଖାଇବା ତିଆରି କଲେ ତାପରେ କାମ ହେଲା ଜାଣିଲେ ଆପଣ ମଧ୍ୟ କହିବେ…
ବହୁତ ବର୍ଷ ପୁରୁଣା କଥା ଅଟେ ଏକ ଗାଁରେ ଏକ ଅଳସୁଆ ଯୁବକ ରହୁଥିଲା ଏବଂ ସେ ବହୁତ ସରଳ ମଧ୍ୟ ଥିଲା।ତାହାର ନାମଥିଲା ଆନନ୍ଦ।ସେ ଦିନସରା ଖାଲି ଖାଇକି ସୋଇଥିଲା ଏବଂ କୋୖଣସି କାମ କରୁନଥିଲା।ତାହାର ଘର ଲୋକ ସବୁବେଳେ ତାକୁ କହୁଥିଲେ ତୁ କିଛି କାମ କର କିନ୍ତୁ ସେ ଜମା ଶୁଣୁନଥିଲା।ଗୋଟେ ଦିନ ତାର ପରିବାର ଲୋକ ବହୁତ ଅଧିକ ରାଗିଯାଇ କହିଲେ ଯଦି ତୁ କାମ ନକରିବୁ ତାହେଲେ ଘରୁ ବାହାରିଯା।ସେଥିରେ ସେ ଘରୁ ବାହାରିବା ପାଇଁ ରାଜି ହୋଇଯାଏ କିନ୍ତୁ କାମ କରିବା ପାଇଁ ହୁଏ ନାହିଁ।ସେ ଘରୁ ବାହାରେ ଏବଂ ବାଟ ଖୋଜି ଖୋଜି ଏକ ଅନ୍ୟ ଗାଁରେ ପହଞ୍ଚି ଯାଏ।ସେହି ଗାଁରେ ପଶିବା ପୂର୍ବରୁ ଏକ ଆଶ୍ରମ ଥାଏ ଏବଂ ସେଠି ଏକ ମନ୍ଦିର ମଧ୍ୟ ଥାଏ।ତ ସେ ସେଠି ପହଞ୍ଚୀ ଦେଖିବାକୁ ଲାଗିଲା।ସେ ଭାବିଲା ଏମାନେ ତ କୌଣସି କାମ କରନ୍ତି ନାହିଁ।ଖାଲି ଖାଆନ୍ତି ଏବଂ ଭାଗବନଙ୍କ ସେବା କରନ୍ତି।ତାହା ପରେ ସେ ଭାବିଲା ଏହାତ ବହୁତ ଭଲ ହେଲା ଏଠି ତ କୌଣସି କାମ କରିବାକୁ ପଡେ ନାହିଁ କେବଳ ଭାଗବନଙ୍କ ପୂଜା ହି କରିବାକୁ ପଡିଥାଏ।ତ ସେଠୁ ସେ ସେଠି ରହିବ ବୋଲି ଚିନ୍ତା କଲା।
ଏହାପରେ ସେ ସେହି ଆଶ୍ରମରେ ରହିବାକୁ ଲାଗିଲା।ଏହିପରି ୧୦ ରୁ ୧୫ ଦିନ ବିତିଯାଏ ଏବଂ ଏକାଦଶୀ ଆସିଯାଏ।ତ ସେଦିନ ସେ ଉପବାସ କରିବାକୁ ଗୁରୁଜୀ କହିଲେ।ତ ସେଠୁ ସେ ମନା କରିଦେଲା।ତାପରେ ଗୁରୁଜୀ କହିଲେ ଠିକ ଅଛି ତାହେଲେ ନିଜ ରୋଷେଇ ନିଜେ କର।ଏହାପରେ ସେ ସବୁ ଜିନିଷ ଧରି ଆସିଲା ଖାଇବା ତିଆରି କରିବା ପାଇଁ।ରାନ୍ଧିଲା ପରେ ଗୁଋଜୀଙ୍କ ଅନୁସାରେ ରାମଙ୍କୁ ଭୋଗ ଲଗାଇଲା।ଏହାପରେ ଯେବେ ଭାଗବନ ନ ଆସିଲେ ସେ କହିଲା କି ଆପଣ ଆସନ୍ତୁ ଆଜି ଆଶ୍ରମରେ ମଧ୍ୟ କୌଣସି ଖାଇବା ହୋଇନାହିଁ।ଆପଣ ନ ଆସିଲେ ଭୋକିଲା ରହିଯିବେ।ତାପରେ ରାମ ମାତା ସୀତାଙ୍କ ସହ ଆସିଲେ କିନ୍ତୁ ଇଏ ତ ଜଣଙ୍କ ଖାଇବା ତିଆରି କରିଥିଲେ କିନ୍ତୁ ୨ ଜଣ ଆସିଲେ ତେଣୁ ସେ ଭାବିଲା ଛାଡ଼ ଆଜି ଯଦି ବଳିବ ଖାଇବି ନହେଲେ ଭୋକିଲା ରହିଯିବି।
ଏହାପରେ ଦ୍ୱିତୀୟ ଏକାଦଶୀ ଆସେ।ଏଥର ସେ ଅଧିକ ଲୋକଙ୍କ ଖାଇବା ଆଣେ ଏବଂ ୩ ଜଣକ ପାଇଁ ଖାଇବା ତିଆରି କରେ।ଏଥର ସେ ମାତା ସୀତାଙ୍କୁ ଛାଡି ନିଜ ୩ ଭାଇଙ୍କୁ ସାଙ୍ଗରେ ଆଣିଥାନ୍ତି।ଏଥର ମଧ୍ୟ ସେ ଭୋକିଲା ରହିଯାଏ।ଏହିପରି ଭାଗବନ ତାର ଏକାଦଶୀ ମଧ୍ୟ କରାଇ ନିଅଁନ୍ତି।ଏଥର ତୃତୀୟ ଏକାଦଶୀ ଆସିଯାଏ ଏବଂ ସେ ଗୁଋଜୀଙ୍କ ବେସି ଖାଇବା ମାଗେ ଏବଂ କହେ ପ୍ରଭୁ ତ କେବେ ସାଙ୍ଗରେ ଆସନ୍ତି ନାହିଁ।ଏଥର ଗୁରୁଜୀଙ୍କୁ ତା ଉପରେ ସନ୍ଦେହ ଆସିଲା ଏବଂ ସେ ଦେଖିବା ପାଇଁ ଆ ପଛେ ପଛେ ଆସିଲେ ଲୁଚି ଲୁଚି।ଏଥର ଭାଗବନ ସମସ୍ତଙ୍କୁ ନେଇକରି ଆସିଲେ ଏବଂ ଇଏ କହେ କି ଏଥର ମୁଁ ଖାଇବା ତିଆରି କରିନାହିଁ।ଭଗବାନ କହିଲେ କଣ ପାଇଁ କରିନାହଁ।ସେ କହିଲା ମତେ ତ କେବେ ମିଳେ ନାହିଁ ତେଣୁ ଆପଣ ଯେତେ ଜଣ ଆସିଛନ୍ତି ଆପଣ ନିଜେ ତିଆରି କରି ନିଅନ୍ତୁ।
ତେବେ ଗୁରୁଜୀ ଦେଖିଲେ ଖାଇବା ତ ଏମିତି ରହିଛି କିଛି ତିଆରି ହଉନି।ତ ସେ ଆସି କହିଲେ ଖାଇବା କାହିଁକି ତିଆରି କରୁନାହ।ତେବେ ସେ କହିଲା ଦେଖ କେତେ ଲୋକ ଆସିଛନ୍ତି କିନ୍ତୁ ଗୁରୁଜୀ କହିଲେ ମତେ ତ କିଛି ଦେଖାଯାଉନାହିଁ।ତ ଭଗବାନ ତାକୁ କହିଲେ ସେ ତମ ଭଳି ସରଳ ନୁହେଁ ତେଣୁ ମୁ ଦେଖାହେଉ ନାହିଁ।ଏହାପରେ ଗୁରୁଜୀ କାନ୍ଦିବାକୁ ଲାଗିଲେ ଏବଂ କହିଲେ ମୁ ଏତେ ସବୁ କରିଲି କିନ୍ତୁ ସରଳତା ପ୍ରାପ୍ତି କରିପାରିଲି ନାହିଁ।କାନ୍ଦି କାନ୍ଦି ଗୁଋଜୀଙ୍କ ମନରେ ଥିବା ସବୁ ଅହଂକାର ଦୁର ହୋଇଗଲା ଏବଂ ସେ ପ୍ରଭୁଙ୍କୁ ଦେଖିପାରିଲେ।ଏହିପରି ଜଣେ ଭକ୍ତର ସରଳତା ଯୋଗୁ ଭଗବାନ ତା ପାଇଁ ଖାଇବା ତିଆରି କଲେ ଏବଂ ତା ଗୁଋଜୀଙ୍କ ମଧ୍ୟ ଦର୍ଶନ ଦେଲେ।