ସବୁଦିନ ସାତଥର ହନୁମାନ ଚାଳିଶା ପଢ଼ିବା ଦ୍ଵାରା କଣ ଫାଇଦା ହେବ? ଏହି କଥା ଏବେ ଜାଣିବା ଦରକାର
ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ପ୍ରତି ମଙ୍ଗଳବାର ଓ ଶନିବାର ବା ସବୁବେଳେ ହନୁମାନ ଚାଳିଶା ପାଠ କଲେ ଜୀବନରେ କଣ ଘଟିଥାଏ।ଯଦି ଆପଣ ସାତ ଥର ହନୁମାନ ଚାଳିଶା ପଠନ କରିବେ ତ ଆପଣଙ୍କର ଅନେକ କାର୍ଯ୍ୟ ସିଦ୍ଧ ହେବ।ଯଦି ଆପଣଙ୍କର ମନୋବଳ କମ ଅଛି,ଯଦି ଆପଣ ଆଇନା ଆଗରେ ଠିଆ ହୋଇ ଏହା ଭାବୁଛନ୍ତି ଯେ ଆପଣ ବେକାର ଅଟନ୍ତି,ଆପଣ ତୁଚ୍ଛ ଅଟନ୍ତି ବା ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଜନ୍ମ ବେକାର ଅଟେ ତେବେ ଏହିସବୁ ଜିନିଷ ଧୀରେ ଧୀରେ ଦୂର ହୋଇଯିବ।ଅତି କମରେ ପନ୍ଦର ଦିନ ଏହାକୁ ପ୍ରୟୋଗ କରିବା ଦ୍ବାରା ଆପଣ ଅନୁଭବ କରିପାରିବେ।
ମନୁଷ୍ୟ ଯେବେ ନିଜକୁ ଯୋଗ୍ୟ ବୋଲି ଭାବିଥାଏ ସେତେବେଳ ତା ଜୀବନରେ ଭଲ ଜିନିଷ ସବୁ ଘଟିଥାଏ।ଆପଣ ହନୁମାନ ଚାଳିଶା ପାଠ କରିସାରିବା ପରେ ଅନୁଭବ କରିବେ ଯେ ଆପଣଙ୍କ ମାଂସପେଶୀରେ ଏକ ଅଦ୍ଭୁତ ପ୍ରକାର ଶକ୍ତି ପରିଲକ୍ଷିତ ହେବ।ଯଦି ଆପଣ ନିଜକୁ କମଜୋର ବୋଲି ଭାବୁଥିବେ ତ ଆପଣ ଏହାପରେ ନିଜକୁ ବଳବାନ ବୋଲି ଭାବିବେ।ଏଥିପାଇଁ ଆପଣ ଦେଖିଥିବେ ଯେ ବିଭିନ୍ନ ଆଖଡ଼ାଶାଳରେ ହନୁମାନଙ୍କ ପୂଜା କରାଯାଏ।ଯଦି କୌଣସି ବ୍ୟକ୍ତି ଜିମ ଯାଉଥାଏ ତ ସେ ଯଦି ବ୍ରହ୍ମଚର୍ଯ୍ୟ ରକ୍ଷା କରି ସାତ ଥର ହନୁମାନ ଚାଳିଶା ପାଠ କରେ ତେବେ ତାର କାର୍ଯ୍ୟ ନିଶ୍ଚୟ ସିଦ୍ଧ ହେବ।
ଯଦି ଆପଣଙ୍କ ପଛରେ କୌଣସି ଅଜଣା ଶତ୍ରୁ ପଡ଼ି ରହିଛି,ଶତ୍ରୁ କେବଳ ବାହ୍ୟ ଶତ୍ରୁ ନୁହେଁ ତାହା ଆପଣଙ୍କ ଭିତରେ ମଧ୍ୟ ଲୁଚି ରହିଥାଇ ପାରେ।ଯେପରି ଈର୍ଷା,ଲୋଭ ବା କାହାର ଦୁଃଖରେ ସୁଖି ହେବା ଆଦି।ହନୁମାନ ଚାଳିଶା ପାଠ କଲେ ଆପଣ ଏହି ଶତ୍ରୁ ମାନଙ୍କ ଠାରୁ ମୁକ୍ତି ପାଇପାରିବେ।ଆପଣଙ୍କ ଭିତରେ ଭଲ ଭାବନା ଆସିବା ଆରମ୍ଭ ହେବ।ଯଦି ଆପଣଙ୍କ ମନ ଭିତରେ ଖରାପ ବିଚାର ବା ଓଲଟା ବିଚାର ଆଦି ସୃଷ୍ଟି ହେଉଥିବ ତ ଏହା ମଧ୍ୟ ସମାପ୍ତ ହୋଇଯିବ।ଯଦି ଆପଣ କୌଣସି ରୋଗରେ ବହୁତ ଦିନ ଧରି ପୀଡିତ ଥିବେ ତ ଏହା ମଧ୍ୟ ଭଲ ହୋଇଯିବ।
ଆପଣଙ୍କୁ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ମହାରାଜ ରାମଚନ୍ଦ୍ରଙ୍କ କୃପା ବା ମାତା ରାଣୀଙ୍କ କୃପା ମଧ୍ୟ ମିଳିବ।ହନୁମାନଜୀ ଆପଣଙ୍କ ପ୍ରାର୍ଥନାକୁ ପ୍ରଭୁ ରାମଙ୍କ ପାଖରେ ନିହାତି ପହଞ୍ଚାଇବେ।ଆପଣଙ୍କ ଭିତରେ ଯେତେ ଆସୁରିକ ପ୍ରବୃତ୍ତି ରହିଥିବ ସେସବୁ ଚାଲିଯିବ।ଏହାଦ୍ବାରା ଆପଣଙ୍କ ଭିତରେ ଆତ୍ମବିଶ୍ବାସ ବଢିଯିବ ଓ ଆପଣ ଅନୁଭବ କରିବେ ଯେ ଆପଣଙ୍କ ଚାରିପାର୍ଶ୍ୱରେ ବାତାବରଣ ବଦଳୁଛି।ହନୁମାନଙ୍କୁ ପୂଜା କରିବା ପାଇଁ କୌଣସି ବିଧିବିଧାନ ନାହିଁ ଆପଣ ଭକ୍ତିପୂର୍ବକ ତାଙ୍କୁ ପୂଜା କରିପାରିବେ।