ଜ୍ୱର, ଥଣ୍ଡା ଏବଂ ଗଳାରେ ରହିଥିବା କଫ ଗୋଟିଏ ଥରରେ ବାହାରକୁ ଆସିଯାଇଥାଏ ଏହି ଘରୋଇ ଉପାୟ ଦ୍ୱାରା…
ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ଏକ ଘରୋଇ ଉପଚାର ବିଷୟରେ ଜାଣିବା।ଅନେକ ଲୋକ ଏହା କହିଥାନ୍ତି ଯେ ଘରୋଇ ଉପଚାର କରିବା ସମୟରେ ସେମାନଙ୍କୁ ଅଧିକ ଥର କରିବାକୁ ପଡିଥାଏ କିମ୍ବା ଏକ ଦିନ ଏବଂ ଦୁଇ ଦିନ କରିବା ପରେ ଯାଇ ତାଙ୍କର ଥଣ୍ଡା କାଶ ଆଦି ଭଲ ହୋଇଥାଏ।କିନ୍ତୁ ଆଜିର ଏହି ଆର୍ଟିକିଲରେ ଆମେ ଯେଉଁ ଉପାୟ ଜଣାଇବାକୁ ଯାଉଛୁ ତାହା ଆପଣଙ୍କ ଥଣ୍ଡା କାଶ ଆଦି ଭଲ କରିବାପାଇଁ ସଙ୍ଗେସଙ୍ଗେ ପ୍ରଭାବ ପକାଇବା ଆରମ୍ଭ କରିଦେଇଥାଏ।
ଏବଂ ଏହି ଘରୋଇ ଉପାୟ ପାଇଁ ଯେଉଁ ସାମଗ୍ରୀର ବ୍ୟବହାର କରାଯିବ ତାହା ସମସ୍ତିଙ୍କ ଘରେ ବହୁତ ସହଜରେ ମିଳିଯାଇଥାଏ।ଏବଂ ଏହି ଉପାୟ କରିବାଦ୍ୱାରା ଜ୍ୱର, ଥଣ୍ଡା, କାଶ, କଫ ଆଦି ଭଲ ହେବା ସଙ୍ଗେସଙ୍ଗେ ଆପଣଙ୍କ ଇମ୍ୟୁନିଟି ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ।ଏବଂ ଏହି ଉପାୟ ପାଇଁ କେବଳ ଗୋଟିଏହିଁ ଜିନିଷ ଆବଶ୍ୟକ।କେବଳ ଗୋଟିଏ ସାମଗ୍ରୀ ଦ୍ୱାରା ଏତେ ସବୁ କାମ ହୋଇଯିବ।
କିଛି ଥର ଏପରି ହୋଇଥାଏ ଆପଣଙ୍କୁ କାଶ ହୋଇଥାଏ ଏବଂ ତାହା ଶୁଖିଲା କାଶ ହୋଇଥାଏ ଏବଂ ବାରମ୍ବାର ହୋଇଥାଏ।ଏବଂ ଆପଣ ଚିନ୍ତାର ପଡିଯାଇଥାନ୍ତି କିନ୍ତୁ ଏହି ଉପାୟ କରିବା ଦ୍ୱାରା ଯେତେ ଭୟଙ୍କର କାଶ ହେଉଥିଲେ ମଧ୍ୟ ତାହା ଭଲ ହୋଇଯାଇଥାଏ।ତେବେ ଏହି ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।
ଏଥିପାଇଁ ଆପଣଙ୍କୁ ଦରକାର ଅଧା ଚାମଚ ହଳଦି ପାଉଡର।ଏହାକୁ ଆମେ ଦୁଇ ପ୍ରକାର ବ୍ୟବହାର କରିବାର ଉପାୟ ଜଣାଇବୁ ପ୍ରଥମ ଉପାୟ ହେଉଛି ଯଦି ଆପଣଙ୍କ କାଶ ହେଉଥାଏ ଏବଂ ରହୁନଥାଏ ତେବେ ଆପଣ ଅଧା ଚାମଚ ହଳଦି ପାଉଡର ନିଅନ୍ତୁ ଏବଂ ଏହାକୁ ସିଧା ପାଟିରେ ରଖନ୍ତୁ।ଏବଂ ପାଟିରେ ରଖି ଅଳ୍ପ ଅଳ୍ପ ଏହାକୁ ଖାଆନ୍ତୁ।ଏବଂ ଏହାର ଏକ ଘଣ୍ଟା ପର୍ଯ୍ୟନ୍ତ ଆପଣ କିଛି ଖାଦ୍ୟ କିମ୍ବା ପାଣି ପିଅନ୍ତୁ ନାହିଁ।କିନ୍ତୁ ଶୁଖିଲା ହଳଦି ମୁହଁରେ ରଖିବା ଅନେକ ଲୋକଙ୍କୁ ପସନ୍ଦ ହୋଇନଥାଏ ଏବଂ ଅନେକ ଲୋକଙ୍କୁ ଏହାର ସ୍ୱାଦ ପସନ୍ଦ ଆସିନଥାଏ।
ତେବେ ଦ୍ୱିତୀୟ ଉପାୟ ହେଉଛି ଏଥିରେ ଆପଣ ସମାନ ମାତ୍ରାର ମହୁ ମିଳାଇଦିଅନ୍ତୁ।ଏବଂ ଏହାକୁ ମିଳାଇ ପାଟିରେ ରଖନ୍ତୁ ଏବଂ ପୂର୍ବ ପରି ଅଳ୍ପ ଅଳ୍ପ ଖାଆନ୍ତୁ।ଏବଂ ଏହାର ମଧ୍ୟ ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ କିମ୍ବା ପାଣି ମଧ୍ୟ ପିଅନ୍ତୁ ନାହିଁ।ହଳଦି ଏକ ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟିବାୟୋଟିକ ଅଟେ।ତେଣୁ ଯେତେଭି ସମସ୍ୟା ଅଛି ଜ୍ୱର,କାଶ,ଥଣ୍ଡା ଆଦି ସେହି ସବୁ ଦୂର ହୋଇଯାଇ ଥାଏ।ଏହା ସହିତ ମହୁ ମଧ୍ୟ ଆଣ୍ଟି ବାୟୋଟିକ ଅଟେ।ଏହା ମଧ୍ୟ କଫକୁ ଦୂର କରିବାରେ ସାହାଯ୍ୟ କରିଥାଏ।ଏବଂ ଏହା ଫୁସଫୁସ ପାଇଁ ମଧ୍ୟ ଭଲ ଅଟେ।ଏହାସହିତ ଏହା ଆପଣଙ୍କ ଇମ୍ୟୁନିଟି ମଧ୍ୟ ବଢ଼ାଇଥାଏ।ଏହା ଏକ ଶତ ପ୍ରତିଶତ କାର୍ୟ୍ଯକାରୀ ଉପାୟ ଅଟେ।ଏହାର ବ୍ୟବହାର ଆପଣ ନିଶ୍ଚିତ କରି ଦେଖନ୍ତୁ।