September 17, 2024

Odia Express

Here, There and Everywhere

ଧନୀ ହେବା ପାଇଁ କଣ କରିବେ ?୪ଟି ଖରାପ ଅଭ୍ୟାସ ଯାହା ଆପଣଙ୍କୁ ଧନୀ ହେବାକୁ ଦେବ ନାହିଁ…

ଆସନ୍ତୁ କଥା ହେବା ପ୍ରଥମ ଅଭ୍ୟାସ ବିଷୟରେ।ପ୍ରଥମ ଖରାପ ଅଭ୍ୟାସ ଯାହା ଆପଣଙ୍କୁ ପଇସା କମେଇବାରୁ ରୋକିଥାଏ।ଏହି ଅଭ୍ୟାସ ଏହି ୪ଟି ଅଭ୍ୟାସ ମଧ୍ୟରୁ ସବୁଠୁ ବଡ ଏବଂ ସବୁଠୁ ଖରାପ ଅଟେ।ଏହା ହେଉଛି କ୍ଷୁଦ୍ର ଚିନ୍ତାଧାରା।ଆପଣଙ୍କୁ ଲାଗିଥାଏ କି ଆପଣ ଧନୀ ଏଥିପାଇଁ ହେଇ ପାରୁନ କାରଣ ଲୋକ ଆପଣଙ୍କୁ ଧନୀ କରିବାକୁ ଦେଉନାହାନ୍ତି।ଆପଣଙ୍କ ପରିସ୍ଥିତି ଆପଣଙ୍କୁ ଧନୀ ହେବାକୁ ଦେଉନାହିଁ।ସରକାରଙ୍କ ଟାସ୍କ ସିଷ୍ଟମ ଆପଣଙ୍କୁ ଧନୀ ହେବାକୁ ଦେଉନାହିଁ।ଏହାର ଅର୍ଥ ନିଜ ଅସଫଳତାର କାରଣ ଅନ୍ୟକୁ କହିବା।ଏହି କ୍ଷୁଦ୍ର ଚିନ୍ତାଧାରା ସବୁଠୁ ବଡ ଶତ୍ରୁ ହୋଇଥାଏ ଆପଣଙ୍କର।ଏମାନେ ଦୁନିଆର ସବୁ ଲୋକଙ୍କ ଉପରେ ଦୋଷ ଲଗାଇ ପାରିବେ କିନ୍ତୁ ନିଜକୁ ଛାଡିକରି।ନିଜ ଉପରେ କେବେବି ଦୋଷ ନିଅନ୍ତି ନାହିଁ।

ଏବେ ଦ୍ୱିତୀୟ ହେଉଛି ଭେଡ ଚାଲ।ଏହା ହଉଛି ଚାକିରୀ।ଯେଉଁଠି ଲୋକ ଧନୀ ହେବାକୁ ତ ଚାହୁଁଛନ୍ତି କିନ୍ତୁ ସେ ଭାବିଥାଏ କି ଚାକିରୀ କରି ସେ ଧନୀ ହୋଇଯିବ।ଏହି ଚାକିରୀ ଏକ ଏମିତି ଜିନିଷ ଅଟେ ଯାହା ମଣିଷକୁ ନା ଧନୀ ହେବାକୁ ଦିଏ ନା ଗରୀବ।ତ ଆପଣ ନିଜେ କୁହନ୍ତୁ ଏମିତି କେତେ ଜଣ କୋଟିପତି ଅଛନ୍ତି ଯିଏ କେବେଳ ଚାକିରୀ କରି ସେଇଠି ପହଞ୍ଚିଛନ୍ତି।ଯଦି କିଏ ପହଞ୍ଚି ଅଛି ତାହେଲେ ସେ ଏହି ଚାକିରୀ ଛାଡିକରି ପହଞ୍ଚିଛି।ଏହି ଯୋଉ ଲୋକ ଥାଆନ୍ତି ନା ସେମାନେ ନିଜେ କିଛି କରନ୍ତି ନାହିଁ କିନ୍ତୁ ଅନ୍ୟଠାରୁ କରାଇଥାନ୍ତି ଚାକିରୀ।ଯେଉଁ କାମକୁ ସେ ନିଜେ କରିପାରିବେ ସେହି କାମକୁ ଅଧିକ ବେଗରେ କରିବା ପାଇଁ ସେମାନେ ଚାକିରୀ ଦେଇଥାନ୍ତି।ତ ଯିଏ ଚାକିରୀ କରିକି ଧନୀ ହେବା କଥା ଭାବୁଛନ୍ତି ସେ ମରିବା ଯାଏ ମଧ୍ୟ ଧନୀ ହୋଇପାରିବ ନାହିଁ କାରଣ ଚାକିରୀ କରି ସିଏ ଧନୀ ହେବନି କିନ୍ତୁ ସିଏ ହେବ ଯାହା ପାଇଁ ଇଏ ଚାକିରୀ କରୁଛି।ଯଦି କିଏ ଆପଣଙ୍କୁ ୧ ଲକ୍ଷ ଦଉଛି ତାହେଲେ ସେ କାହିଁକି ଦେଉଛି କାରଣ ଆପଣ ତାଙ୍କ ତଳେ କାମ କରିକି ତାଙ୍କୁ ୧ କୋଟିର ଲାଭ ଦେଉଛନ୍ତି ଏବଂ ସେଠୁ ବହୁତ ଛୋଟ ଭାଗ ସେ ଆପଣଙ୍କୁ ଦଉଛି ଯେମିତି ଆହୁରି କମେଇ ପାରିବ।

ତୃତୀୟ ହେଉଛି ସୁରକ୍ଷା ଏବଂ ଅସୁରକ୍ଷା।ଯଦି ଆପଣଙ୍କୁ ସୁରକ୍ଷାରେ ବଞ୍ଚିବାର ଅଭ୍ୟାସ ଅଛି ଏବଂ ଆପଣ କେବେ ଅସୁରକ୍ଷାରେ ରହିପାରିବେ ନାହିଁ କିମ୍ବା ରିସ୍କ ନେଇପାରିବେ ନାହିଁ ତାହେଲେ ଆପଣ କେବେ ଧନୀ ହୋଇପାରିବେ ନାହିଁ।ସରଳ ଭାଷାରେ ଯଦି ଆପଣ ରିସ୍କ ନେଇପାରିବେ ନାହିଁ ତାହେଲେ ଆପଣ କେବେ ଧନୀ ହୋଇପାରିବ ନାହିଁ।ଯଦି ଆପଣଙ୍କୁ ଲାଗିଥାଏ କି ଆପଣ ରିସ୍କ ନେଇ କରି ରାସ୍ତାକୁ ଆସିଯିବେ ତାହେଲେ ଆପଣ କେବେ ପଇସା କମେଇ ପାରିବେ ନାହିଁ।ଏଲନ ମାସ୍କଙ୍କ ୩ଟା ରକେଟ ବିଫଳ ହୋଇସାରିଥିଲା ଏବଂ ଚତୁର୍ଥ ପାଇଁ ତାଙ୍କ ପାଖରେ ପଇସା ନଥିଲା।ଯଦି ସେଦିନ ସେମାନେ ରିସ୍କ ନ ନେଇଥାନ୍ତେ ଆଜି ବୋଧେ ସେ ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଉପରେ ନ ଥାଆନ୍ତେ।

ଚତୁର୍ଥ ହେଉଛି ଇନଭେସ୍ଟମେଣ୍ଟ।ଗରିବ ଲୋକ ପଇସା କମେଇକି ବଚନ୍ତି ଏବଂ ଧନୀ ଲୋକ କମେଇକି ଇନଭେସ୍ଟ କରନ୍ତି।ଧନୀ ଲୋକ କଣ କରନ୍ତି ଇନଭେସ୍ଟ କଲେ ସେଠୁ ପଇସା ମିଳିଲା ତାକୁ ଆଉଥରେ
ଇନଭେସ୍ଟ କରିଦେଲେ।ଯେମିତି କୌଣସି ବ୍ୟବସାୟ ଆରମ୍ଭ କରିଦବା କିମ୍ବା ସେୟାର ମାର୍କେଟରେ ଷ୍ଟକ କିଣିଦେବା ଭଲ ପଇସାରେ।ଗରୀବ କମାଏ କିନ୍ତୁ ଧନୀ ତିଆରି କରନ୍ତି ପଇସାରୁ ପଇସା ଏବଂ ଏହାକୁ କହନ୍ତି ଇନଭେସ୍ଟମେଣ୍ଟ।

Leave a Reply

Your email address will not be published. Required fields are marked *