February 9, 2025

Odia Express

Here, There and Everywhere

ଚାଲାକି ସହ କଥା କହିବା ଶିଖ – ଏହି ଉପାୟ ଅବଲମ୍ବନ କଲେ ଦୁନିଆ ସାରା ଲୋକ ଆପଣାକୁ ଭଲ ପାଇବେ..

1 min read

ଆପଣଙ୍କର ଯୋଗ୍ୟତା ତଥା ଶିକ୍ଷା ଠାରୁ କେତେ ଅଧିକ ଜରୁରୀ ହେଇଥାଏ ଆପଣଙ୍କର ଶବ୍ଦ ଅର୍ଥାତ ଆପଣଙ୍କର କଥା କହିବାର ପ୍ରକ୍ରିୟା।ଆପଣଙ୍କ ପାଇଁ ଆପଣଙ୍କର ସବୁଠୁ ବଡ଼ ହତୀୟାର ହେଇଥାଏ ଆପଣଙ୍କର ଶବ୍ଦ।ଏହାଦ୍ୱାରା ଆପଣ କାହାରିକୁ ବି ଆପଣଙ୍କ କାମ କରିବା ପାଇଁ ମନେଇ ପାରନ୍ତି ଆଉ ସାମ୍ନା ଲୋକକୁ ଲାଗେ କି ତାର କାମ ହେଇ ଯାଉଛି ଯେତେବେଳେ କି ଆପଣ ବି ନିଜର କାମ ତାହାରି ଭିତରେ କରୁଥାନ୍ତି।ତ ଆଜିର ଏହି ବିଷୟରେ ଆମେ ଆପଣଙ୍କ ପାଖରେ ଚାଲାକିରେ କଥା ହେବାର କିଛି ପ୍ରକ୍ରିୟା ନେଇକି ଆସିଛୁ ଯାହା ଆପଣଙ୍କୁ ଜୀବନରେ ବହୁତ ସଫଳ ବନେଇ ପାରେ।

୧:-ସାମ୍ନା ଲୋକ ସହ ଜଡିତ ହୁଅନ୍ତୁ:-ଆପଣ ଯେତେବେଳେ ନିଜ କଥା ପ୍ରକାଶ କରିବାକୁ ଚାହୁଁଛନ୍ତି ତ ଆପଣ ପ୍ରଥମେ ସାମ୍ନା ଲୋକ ସହ କନେକଟ ହେବା ଜରୁରୀ। ଆପଣ ପ୍ରଥମେ ଶୁଣିବାକୁ ଚେଷ୍ଟା କରନ୍ତୁ କି ସାମ୍ନା ଲୋକ କହୁଛି କଣ।ଭାଗବତଗୀତାରେ ଯେତେବେଳେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଉଥିଲେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ପ୍ରଥମେ କିଛି କହିନଥିଲେ।ସେ ପ୍ରଥମେ ଅର୍ଜୁନଙ୍କୁ କହିବାର ସୁଯୋଗ ଦେଇଥିଲେ ଯାହାଦ୍ୱାରା କି ଅର୍ଜୁନ ତାଙ୍କର ମନକଥା ସବୁ ବ୍ୟକ୍ତ କରିବେ ଆଉ ଭଗବାନ ତାଙ୍କୁ ସେହି ଅନୁସାରେ ଜ୍ଞାନ ଦେଇପାରିବେ।

୨:-ସାମ୍ନା ଲୋକର କିଛି ସାହାଯ୍ୟ କରନ୍ତୁ:-ଆପଣଙ୍କୁ ଜାହାଠାରୁ କାମ ବାହାର କରିବାର ଅଛି ଯଦି ଆପଣ ତାର କିଛି ଭଲ କରିଦେବେ ତାହେଲେ ଆପଣଙ୍କର କିଛି ଅସୁବିଧା ହେବନାହିଁ।ତେଣୁ ଆପଣ ପ୍ରଥମେ ଲୋକଙ୍କ ଠାରୁ କାମ ବାହାର କରିବା ପାଇଁ ଲୋକଙ୍କର ସାହାଯ୍ୟ କରନ୍ତୁ ଆଉ ତାଙ୍କର ହୃଦୟ ଜିତିବା ପାଇଁ ଚେଷ୍ଟା କରନ୍ତୁ।ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେଇପାରେ।ସାମ୍ନା ଲୋକର କିଛି ପ୍ରଶଂସା କରନ୍ତୁ ଆଉ ସର୍ବଦା ଲୋକର ପ୍ରଶଂସା କରନ୍ତୁ।

୩:-ଇଣ୍ଟେଲିଜେଣ୍ଟ ହୁଅନ୍ତୁ:-ଆପଣ ଯଦି ସିଧା ସିଧା କଥା ନ କହୁଛନ୍ତି ଅଥବା ଆପଣ ସିଧା କାମ କଥା ନ କହି କଥାକୁ ଇଆଡ଼େ ସିଆଡେ ବୁଲାଉଛନ୍ତି ତାହେଲେ ଆପଣଙ୍କ ଭିତରେ ସେହି ଇଣ୍ଟେଲିଯେନ୍ସ ଆସିନାହିଁ।ଆପଣ ନିଜର କଥାକୁ ବ୍ୟକ୍ତ କରିପାରୁନାହାନ୍ତି।ଏଭଳି ଲୋକଙ୍କ କଥା କେହି ବି ଶୁଣିବେ ନାହିଁ କାରଣ ଆପଣ ନିଜର କଥାର ଭ୍ୟାଲୁ କମାଉଛନ୍ତି।ତେଣୁ କମ କୁହନ୍ତୁ ଆଉ ପ୍ରଭାବଶାଳୀ କୁହନ୍ତୁ।

୪:-ନିଜର କଥା କହିବାର ତରିକା ବଦଳାନ୍ତୁ:ଆପଣ ଯାହା ବି କହିବାକୁ ଚାହାନ୍ତି ତାକୁ ଆପଣ ଭଲ ଭାବରେ ଠିକ ସାନ୍ଧ୍ରତା ସହ କହିବାକୁ ଚେଷ୍ଟା କରନ୍ତୁ।ଆପଣଙ୍କର କଥା କହିବାର ଶୈଳୀ ଆପଣଙ୍କ କଥାର ଭ୍ୟାଲ୍ୟୁ ଉପରେ ବହୁତ ପ୍ରଭାବ ପକାଇଥାଏ।ଆପଣ ନିଜର ଆବାଜ ସ୍ପଷ୍ଟ କରନ୍ତୁ ଆଉ ସେତିକି ଜୋର କୁହନ୍ତୁ ଯେତିକି ସାମ୍ନା ଲୋକ ଶୁଣିପାରିବ।

୫:-ସରପ୍ରାଇଜ ଦେବା ଶିଖନ୍ତୁ:- ଆପଣ ଯେତେବେଳେ ବି କେବେ ଅଫିସ ଯାଉଛନ୍ତି ତ ବିନା କିଛି ପାର୍ଟି, ବିନା କିଛି ଜନ୍ମଦିନ ନିଜର ଅଫିସ ଷ୍ଟାଫ ମାନଙ୍କ ପାଇଁ ଚକଲେଟ ଅଥବା ସିଙ୍ଗଡ଼ା ନେବାପାଇଁ ଚେଷ୍ଟା କରନ୍ତୁ।ଏହାଦ୍ୱାରା ଜଳୁଥିବା ଲୋକ ବି ଠିକ ହେଇଯିବେ ଆଉ ଏହାର ଜବାବରେ ଆପଣ କୁହନ୍ତୁ କି ” ମୁଁ ବହୁତ ଭାଗ୍ୟବାନ କି ଆପଣମାନଙ୍କ ଭଳି ଲୋକଙ୍କ ସହ କାମ କରିବାର ସୁଯୋଗ ପାଇଛି।”

Leave a Reply

Your email address will not be published. Required fields are marked *