February 12, 2025

Odia Express

Here, There and Everywhere

ଯଦି ସ୍ଵପ୍ନରେ ଦେଖାଯାଆନ୍ତି ଏହି ଜୀବ, ତ ମିଳିବ ଅପାର ଧନ – ଏହି ସଂକେତ ରୁ ଜାଣିବେ ଏବେ ଏହି କଥା..

1 min read

ଯଦି ସ୍ଵପ୍ନରେ ଆସନ୍ତି ଏହି ଦୁଇ ଜୀବ ତ ମିଳିବ ଅପାର ଧନ।ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନ ଆମକୁ ଅତୀତ,ବର୍ତ୍ତମାନ,ଭୂତକାଳରେ ହେବାକୁ ଥିବା ଘଟଣା ମାନଙ୍କର ସଂକେତ ଦେଇଥାନ୍ତି।ବହୁତ ଥର ଆମକୁ ସ୍ଵପ୍ନରେ ପଶୁ ପକ୍ଷୀ ଆଦି ଦେଖା ଦେଇଥାନ୍ତି।କୁହାଯାଏ କି ଏହି ସ୍ୱପ୍ନ ମାନଙ୍କର ସମ୍ବନ୍ଧ କେଉଁଠି ନା କେଉଁଠି ଆମ ଭାଗ୍ୟ ସହ ଯୋଡିହୋଇ ରହିଥାଏ।ଯଦି ଆପଣ ସ୍ଵପ୍ନରେ ପଶୁ ମାନଙ୍କୁ ଦେଖୁଛନ୍ତି ତ ଆଜି ମୁଁ ଆପଣଙ୍କୁ କିଛି ବିଶେଷ ତଥ୍ୟ ଦେବି ଓ ପଶୁ ଓ ପକ୍ଷୀ ମାନଙ୍କୁ ସ୍ଵପ୍ନରେ ଦେଖିବା କେଉଁ ଆଡ଼କୁ ଇସାରା କରିଥାଏ ତାହା ମଧ୍ୟ ଜଣାଇବି। ତ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରସଙ୍ଗ।

ସ୍ଵପ୍ନରେ ଗାଈ ଦେଖିବା-: ଶାସ୍ତ୍ରରେ ଗାଈକୁ ପୂଜନୀୟ ବୋଲି କୁହାଯାଇଛି।ସ୍ଵପ୍ନରେ ଗାଈ ଦେଖିବା ବହୁତ ଶୁଭ ବୋଲି ଧରା ଯାଇଛି।ଏହାର ଅର୍ଥ ବୁଝିବାକୁ ହେବ ଯେ ବ୍ୟକ୍ତିକୁ ଚାରିଆଡୁ ସଫଳତା ମିଳିପାରେ।ଯଦି ଆପଣ ସ୍ଵପ୍ନରେ ଗାଈକୁ କ୍ଷୀର ଦେବାର ଦେଖନ୍ତି ତ ଏହାର ଅର୍ଥ ଆପଣଂକ ଜୀବନରେ ଆଗକୁ ସୁଖ ସମୃଦ୍ଧି ଆସିପାରେ ଓ ଯଦି ଆପଣ ସ୍ଵପ୍ନରେ କସରା ଗାଈକୁ ଦେଖନ୍ତି ତ ଆପଣଙ୍କୁ ବ୍ୟାପାରରେ ଲାଭ ମିଳିବ।

ସ୍ଵପ୍ନରେ ହାତୀ ଦେଖିବା-: ସ୍ବପ୍ନଶାସ୍ତ୍ର ଅନୁସାରେ ସ୍ଵପ୍ନରେ ହାତୀ ଦେଖିବା ସମୃଦ୍ଧି ଓ ଐଶର୍ଯ୍ୟର ପ୍ରତୀକ ବୋଲି କୁହାଯାଇଛି।ଯେଉଁ ବ୍ୟକ୍ତି ସ୍ଵପ୍ନରେ ହାତୀ ଦେଖିଥାଏ ସେ ବୁଝିନେବା ଉଚିତ କି ଆଗକୁ ଆସୁଥିବା ସମୟରେ ସେ ଐଶର୍ଯ୍ୟର ଅଧିକାରୀ ହେବ।ଏପରି କୁହାଯାଏ କି ଏହି ସ୍ୱପ୍ନ ଦେଖିବା ମାତ୍ରେ ତୁରନ୍ତ ମହାଲକ୍ଷ୍ମୀଙ୍କ ମନ୍ଦିର ଯାଇ ଏକ ହାତୀର ପ୍ରତିମା ଅର୍ପଣ କରିବା ଦରକାର।ଏପରି କରିବା ଦ୍ବାରା ବ୍ୟକ୍ତିର ଜଣେ ଜୀବନ ସାର୍ଥକ ହୋଇଥାଏ।ଏହା ବ୍ୟକ୍ତିକୁ ଶୁଭ ଫଳ ପ୍ରଦାନ କରିଥାଏ।

ସ୍ଵପ୍ନରେ ପେଚା ଦେଖିବା-: ଧାର୍ମିକ ମାନ୍ୟତା ଅନୁସାରେ ପେଚା ଧନର ଦେବୀ ମହାଲକ୍ଷ୍ମୀଙ୍କ ବାହନ ହୋଇଥାଏ।ଏଥିପାଇଁ ସ୍ଵପ୍ନରେ ପେଚା ଦେଖିବା ଧନ ଆଗମନର ସୂଚନା ଦେଇଥାଏ।ଯଦି ଆପଣ ସ୍ଵପ୍ନରେ ପେଚା ଦେଖନ୍ତି ତ ଏହାର ଅର୍ଥ ନିକଟ ଭବିଷ୍ୟତରେ ଆପଣଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ରହିବ।ଯଦି ଆପଣଙ୍କୁ ପୂର୍ବ ଦିଗରେ ପେଚା ଦେଖାଯାଏ ବା ସ୍ଵର ଶୁଭାଯାଏ ତ ଏହା ବହୁତ ଶୁଭ ହୋଇଥାଏ।

ସ୍ଵପ୍ନରେ ମାଛ ଦେଖିବା-: ଶାସ୍ତ୍ରରେ ମାଛକୁ ଶୁଭତା ଓ ଧନ ଆଗମନର ପ୍ରତୀକ ବୋଲି କୁହାଯାଇଛି।ଯଦି ଆପଣଙ୍କୁ ସ୍ଵପ୍ନରେ ମାଛ ଦେଖାଦିଏ ତ ଏହାର ଅର୍ଥ ନିକଟ ଭବିଷ୍ୟତରେ ବହୁତ ଜଲଦି ମାତା ଲକ୍ଷ୍ମୀ ଆପଣକଂ ଉପରେ କୃପାଦୃଷ୍ଟି ପକାଇବେ।ଏହା ଅଚାନକ ଧନ ପ୍ରାପ୍ତିର ସଂକେତ ଦେଇଥାଏ।ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ରଙ୍ଗ ବେରଙ୍ଗର ମାଛ ଦେଖେ ତ ଏହା ବହୁତ ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *